- 2.ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)ରେ ହ୍ରାସ ଯୋଜନା ରହିଛି। ପ୍ରାୟ ୧୭୫ଟି ଜିନିଷ ଉପରୁ ଟିକସ ୧୦% କମ୍ ହେବା ଆଶା କରାଯାଉଛି। ସେହି ଜିନିଷଗୁଡ଼ିକ ମଧ୍ୟରେ ଟିଭି, ସାମ୍ପୁ, ହାଇବ୍ରିଡ୍ କାର୍, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଆଦି ରହିଛି।
-
2.ପୂର୍ବ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଆତଙ୍କ ଖେଳାଇ ଦେଇଛି। ରବିବାର ରାତି ୧୧ଟା ୪୭ରେ ହୋଇଥିବା ଭୂକମ୍ପରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୮୦୦ ଲୋକ ଆହତ ହୋଇଛନ୍ତି।
-
3.୨୫ତମ ଶିଖର ସମ୍ମିଳନୀର ମିଳିତ ଘୋଷଣାନାମାରେ ଗତ ଏପ୍ରିଲ ୨୨ର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି।
-
4. ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର। ରାଜଧାନୀର ଉପକଣ୍ଠରେ ଥିବା ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ହେବ ନୂଆ ସହର ହେବା ନେଇ ଓଡ଼ିଶାର ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
-
5.ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର)ର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ଏହି ସମୟରେ ନିର୍ବାଚନ କମିସନ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ବିହାରରେ ଭୋଟର ତାଲିକାରୁ ନାଁ କାଟିବାକୁ ଅଧିକ ଆବେଦନ ଆସୁଛି । କମିସନନଙ୍କ ଏହି ଉତ୍ତର ଶୁଣି କୋର୍ଟ ମଧ୍ୟ ତାଜୁବ ହୋଇଯାଇଥିଲେ ।
-
6.ଶିକ୍ଷକତା ପାଇଁ TET ବାଧ୍ୟତାମୂଳକ, ନହେଲେ ପଦୋନ୍ନତି ନାହିଁ,ଚାକିରି ଛାଡ଼ିବାକୁ ପଡ଼ିବ- ସୁପ୍ରିମକୋର୍ଟଙ୍କ ବଡ଼ ରାୟ ।
-
7.ଭୁବନେଶ୍ୱରରେ ଅପରେସନ ‘ଅନ୍ଵେଷଣ’,ର ୫ ଦିନରେ ୩୫୮ ଶିଶୁ ଓ ୨୦୫୯ ମହିଳା ଉଦ୍ଧାର କରାଯାଇଛି ।
-
8.ଅକ୍ଟୋବର ୮ରୁ ଆରମ୍ଭ ହେବ ଆରଆଇ, ଅମିନ ପରୀକ୍ଷା,ନଭେମ୍ବର ୩ୟ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ।
-
9.ବରମୁଣ୍ଡା ବସ ଟର୍ମିନାଲକୁ ଯିବ ପୁରୁଣା ବସ୍ ଷ୍ଟାଣ୍ଡ ଦୋକାନ, ଲଟେରୀ ଜରିଆରେ ଦୋକାନୀ ପାଇବେ ଦୋକାନ।
-
10.ପ୍ରଥମ ଥର ୧ ଲକ୍ଷ ୫ ହଜାର ଟଙ୍କା ପାର୍ କଲା ସୁନା ଦର , ରୂପା ଦର ମଧ୍ୟ ରେକର୍ଡ ସ୍ତରରେ।
-
11.ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୮୦୦,୧୩୦୦ରୁ ଅଧିକ ଲୋକ ଏଥିରେ ଆହତ।
-
12.ବହୁ ଚର୍ଚ୍ଚିତ ଇ୨୦ ପେଟ୍ରୋଲ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ପ୍ରଧାନ ବିଚାରପତି ବି ଆର୍ ଗଭାଇ ଓ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି।
-
13.ଶୁଳ୍କ ଲଗାଇ ଆମେରିକା ସୃଷ୍ଟି କରିଥିବା କ୍ଷତକୁ ବ୍ରିଟେନ ଜରିଆରେ ଭରଣା କରିବା ଉପରେ ଭାରତ ସରକାର ବିଚାର କରୁଛନ୍ତି। ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି।
-
14.କର୍ମକ୍ଷେତ୍ରରେ ନିଜ ଅଧୀନରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଲୁଚାଛପା ପ୍ରେମ କରି ଆଉ ଜଣେ ସିଇଓ ଚାକିରିରୁ ତଡ଼ା ଖାଇଛନ୍ତି। ସେ ହେଉଛନ୍ତି ବିଶ୍ବର ଅଗ୍ରଣୀ ଖାଦ୍ୟ ବ୍ରାଣ୍ଡ୍ ନେସ୍ଲେର ସିଇଓ ଲରେଣ୍ଟ ଫ୍ରେଇକ୍ସ।
-
15.ଉଦୟପୁର- ପତ୍ନୀଙ୍କ ଦେହର ରଙ୍ଗ କଳା ହୋଇଥିବାରୁ ରାଜସ୍ଥାନର ଜଣେ ବ୍ୟକ୍ତି ତାଙ୍କୁ ବାରମ୍ବାର ନିର୍ଯାତନା ଦେବାସହିତ ଶେଷରେ ନିଆଁ ଲଗାଇ ପୋଡି ଦେଇଥିଲେ। ଏହି ଘଟଣାରେ ଉଦୟପୁରସ୍ଥିତ ଏକ ଅଦାଲତ ଅଭିଯୁକ୍ତ ସ୍ବାମୀଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।
-
16.ଇସ୍ତଫା ଦେବାର ୪୨ ଦିନ ପରେ ସରକାରୀ ବାସଭବନ ଛାଡ଼ିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ବର୍ତ୍ତମାନ ସେ ଦିଲ୍ଲୀର ଛତରପୁରରେ ଥିବା ଏକ ଘରୋଇ ଫାର୍ମହାଉସକୁ ସ୍ଥାନାନ୍ତର ହୋଇଛନ୍ତି।
-
17.କଲକାତାରେ ଅଷ୍ଟମ ଋତୁ ରଙ୍ଗମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପୁରସ୍କୃତ ହୋଇଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର “ଚାରିକାନ୍ଧ”।
-
18.କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିବା ପରେ ଚଳଚ୍ଚିତ୍ର ‘ଲହରୀ’ ସେପ୍ଟେମ୍ବର ୧୨ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି।
-
19. ଶ୍ରୀମନ୍ଦିର ପରିସରରେ ଖୋଲିଲା ମାତୃ ଶିଶୁ ସ୍ତନ୍ୟପାନ କକ୍ଷ।
-
20.ଜିଲ୍ଲା ପ୍ରଦୂଷଣ ବୋର୍ଡର ଅନୁମତି ପତ୍ର ମିଳିବାରେ ବିଳମ୍ବ ହେତୁ ଜିଲ୍ଲାର ଏକମାତ୍ର ସରକାରୀ ଗୋ – ଶାଳା ଖୋଲିବାରେ ବିଳମ୍ବ ହୋଇଛି । ଯାହାଫଳରେ ପାଖରେ ଗୋ – ଶାଳା ଥାଇ ମଧ୍ୟ ଘଟଗାଁ ଓ ପାଟଣା ପୋଲିସ ଜବତ କରୁଥିବା ଗୋରୁ ଗୁଡିକୁ ପୁଲିସ ଅର୍ଥ ଶ୍ରାଦ୍ଧ କରି ମୟୂରଭଞ୍ଜ ଜିଲ୍ଲାର ଗୋ-ଶାଳାକୁ ପଠାଉଛି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.