• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ଏଜୁକେଟ୍‌ ଗାର୍ଲସ୍‌ ଗ୍ଲୋବାଲି’ ପ୍ରଥମ ଭାରତୀୟ ଏନ୍‌ଜିଓ ଭାବେ ୨୦୨୫ ରମଣ ମାଗ୍‌ସେସେ ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛି।  
  2. 2.ଟ୍ରମ୍ପଙ୍କ ଟାରିଫ ଟାର୍ଗେଟ୍ ବିରୋଧରେ ଏକାଠି ହେଉଛନ୍ତି ଅନେକ ରାଷ୍ଟ୍ର । ଆମେରିକାର ଶୁଳ୍କ ଚାପରେ ଅନେକ ଅଣନିଶ୍ବାସୀ ହୋଇ ସ୍ବର ଉଠାଉଥିବା ବେଳେ ଏବେ ଚୀନର ଛାତି ଉପରେ ଟ୍ରମ୍ପଙ୍କ ବିରୋଧରେ ଏକାଠି ହୋଇଛନ୍ତି ତ୍ରିଶକ୍ତି । ଭାରତ-ଚୀନ-ରୁଷ । ଏହି ରାଷ୍ଟ୍ରର ଶୀର୍ଷ ନେତୃତ୍ବ ଟ୍ରମ୍ପଙ୍କୁ ଚେକ୍ ଦେବାକୁ ବଡ ଯୋଜନା ପ୍ରସ୍ତୁତ କରି ପାରନ୍ତି ବୋଲି କୁହାଯାଉଛି । 
  3. 3.ବିଶ୍ଵ ରୁ ଆତଙ୍କବାଦର ମୂଳପୋଛ ପାଇଁ ଭାରତ ସବୁବେଳେ ସ୍ଵର ଉଠାଇ ଆସୁଥିବା ବେଳେ ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂରରେ ଜବାବ ଦେଇ ସାରା ବିଶ୍ଵକୁ ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ନେଇ ଅଭିଯାନ ଆରମ୍ଭ କରିଥିଲା ଭାରତ । ଆଉ ଏହି ଆତଙ୍କୀ ବିରୋଧୀ ଲଢେଇକୁ ଅଧିକ ଶକ୍ତିଶାଳୀ କରିବାକୁ ଚୀନର ସହଯୋଗ ଲୋଡିଛି ଭାରତ । 
  4. 4.ହାଇଦ୍ରାବାଦରେ: ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ। ନିଆଁରେ ଜଳିଗଲେ ୭ ଜଣ ଓଡ଼ିଆ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ହାଇଦ୍ରାବାଦରେ। ହାଇଦ୍ରାବାଦର କୁକୁଟପାଳିରେ ଥିବା ଆଜବେସ୍ଟସ କଲୋନୀରେ ରହୁଥିବା ଓଡ଼ିଆ ଶ୍ରମିକଙ୍କ ଘରେ ଘଟିଛି ଏହି ଘଟଣା। ଘର ଭିତରେ ସମସ୍ତେ ଶୋଇଥିବାବେଳେ ଭୋର ସମୟରେ ଗ୍ୟାସ ଟାଙ୍କି ଫାଟି ସବୁଠି ନିଆଁ ଲାଗିଯାଇଥିଲା।
  5. 5. ନିର୍ବାଚନ କମିଶନ ଶନିବାର କହିଛନ୍ତି ଯେ ପ୍ରାୟ ୧.୯୮ ଲକ୍ଷ ବ୍ୟକ୍ତି ଭୋଟର ତାଲିକାରୁ ନାମ ବାଦ ଦେବା ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ, ନାମ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରାୟ ୩୦୦୦୦ ଆବେଦନ ଗ୍ରହଣ କରାଯାଇଛି। ଡ୍ରାଫ୍ଟ ଭୋଟର ତାଲିକା ଅଗଷ୍ଟ ୧ ରେ ପ୍ରକାଶିତ ହୋଇଥିଲା ଏବଂ ଏହା ବ୍ୟକ୍ତି ଏବଂ ରାଜନୈତିକ ଦଳ ଦ୍ୱାରା "ଦାବି ଏବଂ ଆପତ୍ତି" ପାଇଁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଖୋଲା ରହିବ।
  6. 6.ଜୁଲାଇ ମାସରେ ଓଡ଼ିଶାରେ ୬୬,୦୯୨ ଜଣ ନୂଆ ମୋବାଇଲ ଗ୍ରାହକ ସୃଷ୍ଟି ହୋଇଛନ୍ତି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି। ଟ୍ରାଇ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଜୁନ ମାସରେ ମୋଟ ମୋବାଇଲ ଫୋନ୍‌ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୫୩ ଲକ୍ଷ ୨୧ ହଜାର ୨୩୬ ରହିଥିଲା। ଜୁଲାଇରେ ଏହି ସଂଖ୍ୟା ୩ କୋଟି ୫୩ ଲକ୍ଷ ୮୭ ହଜାର ୩୨୮ରେ ପହଞ୍ଚିଛି।
  7. 7.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ପ୍ରଭାବରେ ଦେଶରୁ ଚିଙ୍ଗୁଡ଼ି ରପ୍ତାନି ଚଳିତ ବର୍ଷ ୧୫-୧୮ ପ୍ରତିଶତ କମ୍ ହେବ ବୋଲି ରେଟିଂ ଏଜେନ୍ସି କ୍ରିସିଲ୍ ରେଟିଂସ୍‌ ଆକଳନ କରିଛି। ଚଳିତ ମାସ ୨୭ରୁ ବର୍ଦ୍ଧିତ ଶୁଳ୍କ ଲାଗୁ ହୋଇଛି। ଏବେ ଚିଙ୍ଗୁଡ଼ି ଉପରେ ପ୍ରଭାବୀ ଶୁଳ୍କ ୫୮.୨୬ ପ୍ରତିଶତକୁ ବୃଦ୍ଧି ପାଇଛି। 
  8. 8. ଆମେରିକାକୁ ଡାକସେବା ସମ୍ପୂର୍ଣ୍ଣ ଭାବେ ଭାରତୀୟ ଡାକ ବିଭାଗ ସ୍ଥଗିତ ରଖିଛି। ଚଳିତମାସ ୨୨ ତାରିଖରେ ଡାକ ବିଭାଗ ପକ୍ଷରୁ ୧୦୦ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀକୁ ବାଦ୍‌ ଦେଇ ଅନ୍ୟ ପାର୍ସଲ ଜାରି ରହିବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ସମସ୍ତ ପାର୍ସଲକୁ ସ୍ଥଗିତ ରଖାଯାଇଛି।
  9. 9.ଗତ ୧ ମାସ ଧରି, ସୈୟାରା, ମହାବତାର ନରସିଂହ ଏବଂ କନ୍ନଡ ଫିଲ୍ମ ସୁ ଫ୍ରମ୍ ସୋକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ଏହି ତିନୋଟି ଫିଲ୍ମର ମୋଟ ବଜେଟ୍ ୧୦୦ କୋଟି ମଧ୍ୟ ନୁହେଁ, ଯେତେବେଳେ ସେମାନଙ୍କର ମୋଟ ରୋଜଗାର ୧୦୦୦ କୋଟି ପାଖାପାଖି ପହଞ୍ଚିଛି।
  10. 10. ଟିଭି ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ‌ଲୋକପ୍ରିୟ ଧାରାବାହିକ 'ପବିତ୍ର ରିସ୍ତା'ରେ ବର୍ଷା ଭୂମିକାରେ ଅଭିନୟ କରିଥିବା ପ୍ରିୟା ମରାଠେଙ୍କର ଦେହାନ୍ତ ହୋଇଛି। ଅଭିନେତ୍ରୀଙ୍କୁ ମାତ୍ର ୩୮ବର୍ଷ ବୟସ ହୋଇଥିଲା। 
  11. 11. 'ରାମାୟଣ' ପ୍ରଯୋଜକ ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରଙ୍କ ଦେହାନ୍ତ ହୋଇଛି। ପ୍ରସିଦ୍ଧ ସହ ପ୍ରଯୋଜକ ପ୍ରେମ ସାଗରଙ୍କ ମୃତ୍ୟୁରେ ମନୋରଞ୍ଜନ ଜଗତରେ ଶୋକ ପ୍ରକାଶ ପାଇଛି |
  12. 12.ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ସରକାର ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ପୋଷାକ, ବହି ଆଦି ଯୋଗାଇ ଦେଉଛନ୍ତି। ଏହା ସତ୍ତ୍ବେ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଛନ୍ତି। କେନ୍ଦୁଝର ଜିଲ୍ଲାରେ ଡ୍ରପ୍‌ଆଉଟ୍‌ ଚିନ୍ତାଜନକ: ପାଠ ଛାଡ଼ି ଶିଶୁ ଶ୍ରମିକ, ୧୦ ହଜାର ପାଠ ଛାଡ଼ି‌ଥିଲେ, ଫେରିଲେନି ୯ ହଜାର ।
  13. 13.୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ କର। ଏଥି ସହ ସହରାଞ୍ଚଳରେ ଥିବା ମୁକୁଳା ଡ୍ରେନ୍‌ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
  14. 14.ମୁଖ୍ୟମନ୍ତ୍ରୀ ୧୬ଟି ନୂତନ ଏନ୍‌ଏସି ଓ ୭ଟି ମ୍ୟୁନିସିପାଲଟି ନାମ ଘୋଷଣା କରିଥିଲେ।  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମୋଟ ୨୮ଟି ନୂଆ ଏନ୍‌ଏସି ଓ ୭ଟି ନୂଆ ମ୍ୟୁନିସିପାଲଟି ସୃଷ୍ଟି ହେବ।
  15. 15.ଚଳିତ ବର୍ଷ ଚାଷୀମାନେ ଧାନର ବୋନସ୍‌ କ୍ବିଣ୍ଟାଲ ପିଛା ୮୦୦ ଟଙ୍କା ଲେଖାଏଁ ପାଇଛନ୍ତି। ଏହା ସତ୍ତ୍ବେ ଖରିଫ ଚାଷ ଚାଲିଥିବାବେଳେ ଗୋଟିଏ ମାସ ମଧ୍ୟରେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।
  16. 16.କାଗଜପତ୍ରରେ ଜାଲିଆତି କରି ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକେଇ ମାମଲାରେ ଛନ୍ଦି ହୋଇଥିବା ଖଣିମାଲିକ ଶକ୍ତିରଞ୍ଜନ ଦାଶଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (ଇଡି) ଛାଟ ବାଜିଛି।ଜବତ ଗାଡ଼ିଗୁଡ଼ିକର ମୂଲ୍ୟ ୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଇଡି ଆକଳନ କରିଛି। ଏହାଛଡ଼ା ୧.୧୨ କୋଟି ଟଙ୍କାର ସୁନା ଅଳଙ୍କାର, ନଗଦ ୧୩ ଲକ୍ଷ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଶ୍ରୀ ଦାଶଙ୍କ ୨ଟି ବ୍ୟାଙ୍କ ଲକରକୁ ମଧ୍ୟ ଫ୍ରିଜ୍‌ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.