-
1.ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ୨୦୨୩ ଅନୁଯାୟୀ, ୨୦୨୩ରେ ସଡ଼କ ଦୁର୍ଘଟଣାରେ ପଥଚାରୀଙ୍କ ମୃତ୍ୟୁସଂଖ୍ୟା ୩୫,୨୨୧କୁ ବୃଦ୍ଧି ପାଇଛି, ଯାହା ୨୦୨୨ରେ ୩୨,୮୨୫ ଥିଲା। ଏହା ବାର୍ଷିକ ୭.୨୯ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି। ୨୦୨୩ରେ ମୋଟ ସଡ଼କ ଦୁର୍ଘଟଣା ମୃତ୍ୟୁର ୨୦.୪ ପ୍ରତିଶତ ପଥଚାରୀ ହୋଇଥିବା ବେଳେ ୨୦୨୨ରେ ଏହା ୧୯.୫ ପ୍ରତିଶତ ଥିଲା।
-
2. ପ୍ରଧାନ ବିଚାରପତି ବି. ଆର୍. ଗୱାଇ ଶୁକ୍ରବାର ସୁପ୍ରିମକୋର୍ଟର ୨ ଜଣ ନୂଆ ବିଚାରପତି ଜଷ୍ଟିସ ଆଲୋକ ଆରାଧେ ଏବଂ ଜଷ୍ଟିସ ବିପୁଲ ଏମ୍ ପଞ୍ଚୋଲିଙ୍କୁ ଶପଥ ପାଠ କରାଇଛନ୍ତି। ଉକ୍ତ ୨ ନୂଆ ବିଚାରପତିଙ୍କ ଶପଥ ସହ ସୁପ୍ରିମକୋର୍ଟରେ ମୋଟ୍ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି।
-
3. ଭାରତୀୟ ରେଳବାଇ ମାନଚିତ୍ରରେ ଯୋଡ଼ି ହେବାକୁ ଯାଉଛି ମିଜୋରାମର ରାଜଧାନୀ ଆଇଜଲ। ସ୍ବାଧୀନତାର ୭୭ ବର୍ଷ ପରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଐତିହ୍ୟ ସହରକୁ ଗଡ଼ିବ ଟ୍ରେନ୍।
-
4.ବିଶ୍ୱର ସର୍ବବୃହତ୍ ତୈଳ ଭଣ୍ଡାର ଦେଶ ଭେନେଜୁଏଲା ଉପରେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତି ଆରମ୍ଭ କରିବା ଖବର ବିଶ୍ବରେ ହଇଚଇ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ଉପକୂଳକୁ ଯୁଦ୍ଧ ଜାହାଜ ପଠାଇଛନ୍ତି।
-
5.କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଆଇନ ଅନୁଯାୟୀ ଘରୋଇ ହସ୍ପିଟାଲଗୁଡ଼ିକ ଦ୍ୱାରା ସମାନ ଚିକିତ୍ସା ସେବା ହାର ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସରକାରୀ ଜମିରେ କିମ୍ବା ସରକାରୀ ରିହାତିରେ ନିର୍ମିତ ଘରୋଇ ହସ୍ପିଟାଲଗୁଡ଼ିକରେ ଇଡବ୍ଲୁଏସ ଏବଂ ବିପିଏଲୂ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସାର ଅଭାବ ଉପରେ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ)ର ବିଚାର କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।
-
6.୨୦ ବର୍ଷ ପୂର୍ବେ ଅଶ୍ଳୀଳ ଭିଡିଓ ଥିବା ଭିଡିଓ କ୍ୟାସେଟ୍ ବିକ୍ରୟ ପାଇଁ ଦୋଷୀ ସାବ୍ୟସ୍ତ ହୋଇ ଦୁଇ ବର୍ଷ ଜେଲଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କୁ କେରଳ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
-
7.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତର ଅର୍ଥନୀତିକୁ 'ମୃତ ଅର୍ଥନୀତି' ବୋଲି କହି ଏହାକୁ କମ୍ ଆକଳନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆଜି ଜାରି ହୋଇଥିବା ତଥ୍ୟ ତାଙ୍କ ବକ୍ତବ୍ୟକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଛି। ଭାରତ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିଛି ।
-
8. ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବରରେ ଭାରତ ଗସ୍ତରେ ଆସିବେ।
-
9.ତୁର୍କୀ ଏକ ବଡ଼ ପଦକ୍ଷେପ ନେଇ ଇସ୍ରାଏଲ ସହିତ ସମସ୍ତ ବାଣିଜ୍ୟ ଏବଂ ଆର୍ଥିକ ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିଛି। ଏହା ସହିତ ଇସ୍ରାଏଲ ପାଇଁ ନିଜର ଆକାଶମାର୍ଗକୁ ବନ୍ଦ କରିଦେଇଛି ।
-
10.ସାରା ବିଶ୍ବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ପ୍ରତିଦ୍ବନ୍ଦ୍ବିତା ଚାଲିଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେହି ଦୌଡ଼ରେ ସାମିଲ ହୋଇଛି। ଏହା ନୂଆ ଏଆଇ କମ୍ପାନି ‘ରିଲାଏନ୍ସ ଇଣ୍ଟେଲିଜେନ୍ସ’ ଗଠନ କରିଥିବା ନେଇ କମ୍ପାନି ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି।
-
11.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ୫୦% ଶୁଳ୍କ ପ୍ରଭାବରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ପ୍ରଥମ ଥର ୮୮ ଟଙ୍କା ସ୍ତର ଅତିକ୍ରମ କରିଛି। ଅର୍ଥାତ୍ ଗୋଟିଏ ଡଲାର କିଣିବା ଲାଗି ଭାରତୀୟ ମୁଦ୍ରାରେ ୮୮ ଟଙ୍କାରୁ ଅଧିକ ଗଣିବାକୁ ପଡ଼ୁଛି।
-
12.ମୁକେଶ ଅମ୍ବାନୀ କହିଛନ୍ତି ଯେ ଆମେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ସୁଦ୍ଧା ଜିଓର ଆଇପିଓ ପାଇଁ କାଗଜପତ୍ର ଦାଖଲ କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରୁଛୁ। ଜିଓର ପବ୍ଲିକ ଇସ୍ୟୁ ୨୦୨୭ ଆର୍ଥିକ ବର୍ଷରେ ବଜାରକୁ ଆସିବ। ଏଜିଏମରେ, ମୁକେଶ ଅମ୍ବାନୀ କମ୍ପାନୀର ଅଭିବୃଦ୍ଧି ଏବଂ ରାଜସ୍ୱ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି।
-
13.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଦେଶର ସିଫୁଡ୍ (ଚିଙ୍ଗୁଡ଼ି) ରପ୍ତାନି ଶିଳ୍ପ ସଙ୍କଟରେ ପଡ଼ିଯାଇଛି। ଏହି କ୍ଷେତ୍ରରେ ନିୟୋଜିତ ୧୫ ଲକ୍ଷ ଲୋକଙ୍କ ଜୀବିକା ଏବେ ବିପଦରେ।
-
14.ବେଆଇନ୍ ମାଦକ ଦ୍ରବ୍ୟ ବିକ୍ରି, ଚୋରାଚାଲାଣରେ ଅଙ୍କୁଶ ଲଗାଇବା ପାଇଁ ଆସନ୍ତା ୧ ତାରିଖରୁ ସମ୍ପୃକ୍ତ ବିଭାଗମାନଙ୍କର ମିଳିତ ସମନ୍ୱୟରେ ଭୁବନେଶ୍ୱର ସହର ସମେତ ରାଜ୍ୟର ସବୁ ଜିଲ୍ଲାରେ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ କରାଯିବ।
-
15.ଅରୁଣ ମନ୍ତ୍ରୀଙ୍କ ପରେ ଡକ୍ଟର ନିର୍ମଳ ନାୟକ ଦ୍ୱିତୀୟ ଗୀତିକାର ଭାବେ ୨୦୦ଟି ଚଳଚ୍ଚିତ୍ରରେ ଗୀତ ଲେଖିବାର ଗୌରବ ଅର୍ଜନ କରିଛନ୍ତି। ‘କାଶିଆ କପିଳା’ରୁ ଗୀତ ଲେଖା ଆରମ୍ଭ କରିଥିବା ନିର୍ମଳ ନିକଟରେ ମୁକ୍ତିଲାଭ କରିଥିବା ‘ଡେଲିଭରି ବୟ-୨’ ଜରିଆରେ ଏହି ରେକର୍ଡ ହାସଲ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.