- 1.ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁରୁ ସହର ଯାଏ ଉତ୍ସବମୁଖର । ଗଣେଶ ପୂଜା ସମଗ୍ର ଭାରତରେ ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି।
-
2.ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ଏକ ନୂତନ ଅଧ୍ୟୟନ ଅନୁଯାୟୀ ମିଜୋରାମରେ କର୍କଟ ରୋଗ ହେବାର ଆଶଙ୍କା ବିପଦ ପ୍ରାୟ ଦୁଇଗୁଣ- ପୁରୁଷଙ୍କ ପାଇଁ ୨୧.୧ ପ୍ରତିଶତ ଓ ମହିଳାଙ୍କ ପାଇଁ ୧୮.୯ ପ୍ରତିଶତ। ବଡ଼ ମହାନଗରଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ପୁରୁଷଙ୍କଠାରେ କର୍କଟ ହାର ସର୍ବାଧିକ ଥିବା ବେଳେ ଶ୍ରୀନଗରରେ ଫୁସ୍ଫୁସ୍ କର୍କଟ ରୋଗ ସର୍ବାଧିକ ରହିଛି।
-
3.ବିଶ୍ଵର ଦୁଇ ପ୍ରମୁଖ ଅର୍ଥନୀତି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟିକ ବିବାଦ ଚରମରେ ପହଞ୍ଚିଛି। ଭାରତର ରପ୍ତାନି ଉପରେ ଅଗଷ୍ଟ ୨୭ ତାରିଖ (ବୁଧବାର)ଠାରୁ ଯୁକ୍ତରାଷ୍ଟ୍ର ଆମେରିକା ୫୦ ପ୍ରତିଶତର ଚଢ଼ା ଶୁଳ୍କ ଲାଗୁ କରିବ।
-
4.ସମ୍ବିଧାନର ଧାରା ୨୦୦ ଅନୁଯାୟୀ, ରାଜ୍ୟପାଳମାନେ ଅର୍ଥ ବିଲ୍କୁ ମଧ୍ୟ ଅଟକାଇ ପାରିବେ କି ବୋଲି ଆଜି ସୁପ୍ରିମ୍କୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି।
-
5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତାଙ୍କ ଗୁଜରାଟ ଗସ୍ତ ସମୟରେ ମାରୁତି ସୁଜୁକିର ପ୍ରଥମ ଇଲେକ୍ଟ୍ରିକ୍ ଏସୟୁଭି ମାରୁତି ଇ-ଭିଟାରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
-
6.ଟ୍ରେନ୍ର ଏସି କୋଚ୍ଗୁଡ଼ିକରେ ମଇଳା କମ୍ ଅଛି, କିନ୍ତୁ ସ୍ଲିପର କୋଚ୍ ଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଖରାପ। ଜେନେରାଲ କୋଚଗୁଡ଼ିକର ଅବସ୍ଥା ଏହାଠାରୁ ମଧ୍ୟ ଅଧିକ ଖରାପ। ଏହି ପରିପ୍ରେକ୍ଷୀରେ, ଦେଶର ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ ଅର୍ଥାତ୍ ସିଏଜି ଏଭଳି ମକ୍ତବ୍ୟ ଦେଇଛନ୍ତି।
-
7.ସୂଚନା ପ୍ରଯୁକ୍ତି କମ୍ପାନି ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ସୁବ୍ରତ ବାଗ୍ଚୀ ଓଡ଼ିଶା ସରକାରଙ୍କ ପାଇଁ ମୁଖ୍ୟ ଉପଦେଷ୍ଟା ( ସଂସ୍ଥାଗତ ଓ ଦକ୍ଷତା ଗଠନ) ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ଷକୁ ମାତ୍ର ୧ ଟଙ୍କାର ଦରମା ନେଉଥିଲେ। ସେ ନିଜେ ଏକଥା ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରକାଶ କରିଛନ୍ତି। ନିଜ ଶେଷ ଦରମା ବାବଦ ଷ୍ଟେଟ୍ ବ୍ୟାଙ୍କର ୧ ଟଙ୍କାର ଚେକ୍କୁ ସେ ପୋଷ୍ଟ୍ କରିଛନ୍ତି।
-
8.ବିସି ଜିନ୍ଦଲ ଗ୍ରୁପ୍ ଏହାର ସହାୟକ ସଂସ୍ଥା ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍ ଟେକ୍ ଲିମିଟେଡ୍ ଜରିଆରେ ୨୦୩୦ ସୁଦ୍ଧା ରାଜ୍ୟରେ ୧୫ ହଜାର କୋଟି ଟଙ୍କା ନିବେଶ କରିବା ଯୋଜନା ରଖିଛି।
-
9.ଚାରିଟି ସରକାରୀ ବ୍ୟାଙ୍କର ଅଂଶଧନ ବିକ୍ରି କରିବା ପ୍ରକ୍ରିୟାକୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। ଏହାର ପରିଚାଳନା କରିବା ଲାଗି ବିଶ୍ବସ୍ତରୀୟ ଆର୍ଥିକ ସଂସ୍ଥା ଗୋଲ୍ଡମ୍ୟାନ୍ ସଚ୍ସକୁ ଦାୟିତ୍ବ ଦିଆଯାଇଛି। ସରକାର ୟୁକୋ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ଅଂଶଧନ ବିକ୍ରି କରିବାକୁ ଯୋଜନା ରଖିଛନ୍ତି।
-
10.ସୀମାନ୍ତରେ ଆଇଇଡି ବିସ୍ଫୋରଣ ଏବଂ କେ.ବଲାଙ୍ଗ ଥାନା ଅଞ୍ଚଳରୁ ବିସ୍ଫୋରକ ଲୁଟ୍ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ମାଓବାଦୀ ବିଶୁ ସିଂ (୫୮)କୁ ଗିରଫ କରିଛି ରାଉରକେଲା ପୁଲିସ।
-
11.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ନୂଆଁଖାଇର ପରଦିନ ଅର୍ଥାତ ଅଗଷ୍ଟ ୨୯ ତାରିଖ (ଶୁକ୍ରବାର)କୁ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟ୍ରେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ପାଇଁ ଛୁଟି ଘୋଷଣା କରିଛନ୍ତି।
-
12.୨୦୨୭ ଜନଗଣନା ପାଇଁ ଆସନ୍ତା ଜାନୁଆରି ୧ରୁ ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟନ୍ତ ପ୍ରଶାସନିକ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସ୍ଥଗିତ ରହିବ। ଏଥି ପାଇଁ ରାଜ୍ୟ ସରକାର ଅନୁମତି ଦେଲେ ବୋଲି ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
-
13.ବିହାର ଭୋଟର ତାଲିକା ସ୍ବତନ୍ତ୍ର ସମୀକ୍ଷା କାର୍ଯ୍ୟ (ଏସ୍ଆଇଆର)କୁ ନେଇ ଲାଗି ରହିଥିବା ବିବାଦ ପରିପ୍ରେକ୍ଷୀରେ ଭାରତର ନିର୍ବାଚନ ଆୟୋଗ (ଇସି) ସାଧାରଣ ଜନତାଙ୍କ ଠାରୁ ମତ ଲୋଡିଛନ୍ତି।
-
14.ଅହମ୍ମଦାବାଦ , ସ୍ଥାନୀୟ ନାରଣପୁରା କ୍ରୀଡ଼ାଙ୍ଗନରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପରେ ଭାରତ ପାଇଁ ଆଉ ଦୁଇ ପଦକ ଜିତିଛନ୍ତି ଓଡ଼ିଆ ଝିଅ ମୀନା ଶାନ୍ତା ଓ ସ୍ନେହା ସୋରେନ। ଜୁନିୟର ମହିଳା ୫୮ କିଗ୍ରା ବର୍ଗରେ ମୀନା ଶାନ୍ତା ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
-
15.କାଜାଖ୍ସ୍ତାନରେ ଚାଲିଥିବା ଏସିଆନ୍ ସୁଟିଂ ଚମ୍ପିଆନ୍ସିପରେ ଭାରତକୁ ନିରାଶ କରିଛନ୍ତି ପ୍ୟାରିସ୍ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ମାନୁ ଭାକର। ସୋମବାର ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଚତୁର୍ଥ ଓ ତାଙ୍କ ସାଥି ଇଶା ସିଂହ ଷଷ୍ଠ ସ୍ଥାନରେ ରହିଥିଲେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.