-
1.ଯୁକ୍ତ ୨ ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଛି । ଏଣିକି ବାଧ୍ୟତାମୂଳକ ଇଂରାଜୀରେ ‘ପରିବେଶ ଶିକ୍ଷା’ ୟୁନିଟ୍ ରହିବ । ସେହିଭଳି MIL ବିଷୟରେ ‘ମୂଲ୍ୟବୋଧ ଶିକ୍ଷା’ ୟୁନିଟ୍ ଅନ୍ତର୍ଭୁକ୍ତ ହୋଇଛି । ୨୦୨୫-୨୬ ଶିକ୍ଷା ବର୍ଷର ଯୁକ୍ତ ୨ ଛାତ୍ରଛାତ୍ରୀ ପରୀକ୍ଷା ଦେବା ସମୟରେ ପରିବେଶ ଏବଂ ମୂଲ୍ୟବୋଧ ଶିକ୍ଷା ଉପରେ ପ୍ରଶ୍ନ ଆସିବ ।
-
2.ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ସମୟରେ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କୁ ସହାୟତା କରିବାରେ ନିଷ୍କ୍ରିୟତା ନେଇ ବିହାରର ରାଜନୈତିକ ଦଳଗୁଡ଼ିକୁ ସୁପ୍ରିମ୍କୋର୍ଟ କଡ଼ା ସମାଲୋଚନା କରିଛନ୍ତି।
-
3.ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତରାଖଣ୍ଡର ଚମୋଲିରେ ବାଦଲଫଟା ବର୍ଷା ହୋଇ ସମଗ୍ର ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି।
-
4.ସମ୍ଭଲ ଶାହି ଜାମା ମସ୍ଜିଦ୍ ମାମଲାରେ ଅଗଷ୍ଟ ୨୫ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
-
5.ଗ୍ରାମ୍ୟ ଉନ୍ନୟନ ବିଭାଗର ବୈଠକରେ ମୁଖ୍ୟମନ୍ତ୍ରୀ,୫ ବର୍ଷରେ ୩୦ ହଜାର କିମି ରାସ୍ତା, ୫୦୦ ସେତୁ ତିଆରି ହେବ ବୋଲି କହିଛନ୍ତି ।
-
6.ଅନଲାଇନ୍ ଗେମିଂ ବିଲ୍; ସଂସଦରେ ପାରିତ ପରେ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଆଇନ୍ ହେଲା। ନିୟମ ଭାଙ୍ଗିଲେ ୫ ବର୍ଷ ଜେଲ୍ ଦଣ୍ଡ ହେବ ।
-
7.ଛାତ୍ରୀ ଆତ୍ମହତ୍ୟା ବଢୁଛି। ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗକୁ ରିପୋର୍ଟ ତଲବ କଲେ ରାଜ୍ୟ ମାନବିକ ଅଧିକାର ଆୟୋଗ।
-
8.୨୦୨୩ ଓସିଏସ୍ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ୍ ୮୦୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।
-
9.ବିଡାନାସୀ ମୌଜାଠାରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।
-
10. ନୂଆ ଆୟକର ଆଇନ ୨୦୨୬ ଏପ୍ରିଲ ପହିଲାରୁ ଲାଗୁ ହେବ। ନୂଆ ଆଇନ ଆସିବା ଫଳରେ ୬ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟକାରୀ ହୋଇ ଆସୁଥିବା ଆୟକର ଆଇନ-୧୯୬୧ ଅଚଳ ହୋଇଯିବ। ନୂଆ ଆୟକର ଆଇନରେ ଟିକସ ହାରରେ ପରିବର୍ତ୍ତନ କରଯାଇ ନାହିଁ। କେବଳ ଜଟିଳ ଆୟକର ଆଇନକୁ ସରଳ କରିବା ପାଇଁ ଏଥିରେ ଭାଷାର ପରିବର୍ତ୍ତନ କରାଯାଇଛି।
-
11.ଦୀର୍ଘବର୍ଷ ପରେ ଚୁକ୍ତିଭିତ୍ତିକରୁ ମିଳିବ ମୁକ୍ତି। ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ୯ ହଜାର ଏନଏଚଏମ୍ କର୍ମଚାରୀ ଉପକୃତ ହେେବ।
-
12.ରାତିସାରା ସ୍କୁଲ୍ ଝରକା ରେଲିଂରେ ଛାତ୍ରୀ ଫସି ରହିବା ଘଟଣାରେ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଛନ୍ତି।
-
13.ସରକାରୀ ବସ୍ରେ ମାଗଣାରେ ଛାତ୍ରଛାତ୍ରୀ ସ୍କୁଲ୍ ଯାଇପାରିବେ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଘୋଷଣା ।
-
14.ଜାତିସଂଘ ଗାଜାରେ ଦୁର୍ଭିକ୍ଷ ଘୋଷଣା କଲା। ଭୋକରେ ସଢ଼ୁଛନ୍ତି ୫ଲକ୍ଷ ଲୋକ ।
-
15.ପ୍ରଖ୍ୟାତ ଏନଆରଆଇ ଶିଳ୍ପପତି ଏବଂ ସମାଜସେବୀ ଲର୍ଡ ସ୍ୱରାଜ ପଲଙ୍କର ୯୪ ବର୍ଷ ବୟସରେ ଲଣ୍ଡନରେ ପରଲୋକ ହୋଇଛି।
-
16.ଆଠଗଡ ବନାଞ୍ଚଳକୁ ପ୍ରାୟ ୮ ମାସ ବ୍ୟବଧାନ ପରେ ଚନ୍ଦକା ଅଞ୍ଚଳରୁ ପୁଣି ୨୩ଟିକିଆ ହାତୀପଲ ଫେରିଛନ୍ତି ।
-
17.୨୦୨୬ରେ ନିଜେ ପୂର୍ବ ମଦୁରାଇ ଆସନରୁ ଲଢିବାକୁ ଘୋଷଣା କରିଥିବା ବେଳେ ସବୁ ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି ବିଜୟ ବଡ଼ ଘୋଷଣା କରିଛନ୍ତି । ଅର୍ଥାତ ମୋଟ ୨୩୪ ଆସନରେ ଟିଭିକେ ନିର୍ବାଚନ ଲଢିବ । ସିଂହ ସବୁବେଳେ ସିଂହ… ଗୁମ୍ଫାରୁ ସିଂହ ଯେବେ ବାହାରକୁ ଆସେ ସେବେ ସେ ଶିକାର ପାଇଁ ଆସେ, ଟାଇମ୍ ପାସ୍ ପାଇଁ ଆସେନି ।
-
18.ଭାରତରେ ଏବେ ଟିକଟକର ଓ୍ବେବସାଇଟର ହୋମପେଜ୍ ଖୋଲୁଥିବାବେଳେ ଆପ କିନ୍ତୁ ଖୋଲୁନାହିଁ । ଏପରିକି ଗୁଗୁଲ ପ୍ଲେଷ୍ଟୋର ଓ ଆପଲ ଆପଷ୍ଟୋରରେ ବି ଏହି ଆପ ଉପଲବ୍ଧ ନାହିଁ । ତେବେ ଭାରତ ପ୍ରତ୍ୟାବର୍ତ୍ତନ ସଂପର୍କରେ ଟିକଟକର ମୂଳ କମ୍ପାନୀ ବାଇଟଡାନ୍ସ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହିଁ ।
-
19.ଚୀନର ହ୍ବାଙ୍ଗ୍ଝୌରେ ସେପ୍ଟେମ୍ବର ୫ରୁ ୧୪ ପର୍ଯ୍ୟନ୍ତ ମହିଳା ଏସିଆ କପ୍ ହକି-୨୦୨୫ ଖେଳାଯିବ।
-
20.ମହିଳା ଏସିଆ କପ୍ ହକି ପାଇଁ ଭାରତୀୟ ଦଳ ଘୋଷିତ, ସଲିମା ଅଧିନାୟିକା, ଓଡ଼ିଶାରୁ କେବଳ ସୁନେଲିତା ସାମିଲ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.