-
1.ରୁଷ୍ ପୁଣିଥରେ ୟୁକ୍ରେନ ଉପରେ କିବ୍କୁ ଟାର୍ଗେଟ୍ କରି ବଡ଼ଧରଣର ଆକ୍ରମଣ କରିଛି। ରୁଷ୍ର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୩ ଶିଶୁଙ୍କ ସମେତ ୧୪ ନାଗରିକଙ୍କ ମୃତ୍ୟୁ ହୋଇଛି।
-
2.ଆମେରିକାର ମିନିଆନାପୋଲିସ ସ୍ଥିତ ଏକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଏକ ବଡ଼ ଖୁଲାସା କରିଛି ଏଫବିଆଇ । ଏଫବିଆଇ କହିଛି ଯେ ଗୁଳିକାଣ୍ଡ କରିଥିବା ବ୍ୟକ୍ତି ରବିନ ଓ୍ବେଷ୍ଟମ୍ୟାନ ଧାର୍ମିକ ଘୃଣା ଓ ଆତଙ୍କବାଦୀ ଚିନ୍ତାଧାରା ଦ୍ବାରା ଗଭୀରଭାବେ ପ୍ରଭାବିତ ଥିଲା । ଏପରିକି ସେ ଚାହୁଁଥିଲା ଯେ ଭାରତ ଉପରେ ପରମାଣୁ ବୋମା ପକାଯିବା ଉଚିତ୍ ।
-
3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ ତିଆନଜିନ୍ରେ ଏସ୍ସିଓ ( ସାଂଘାଇ ସହଯୋଗ ସମ୍ମିଳନୀ)ରେ ଯୋଗ ଦେବା ଅବସରରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ।
-
4.ଦିଲ୍ଲୀ ବାସିନ୍ଦାମାନେ ସହରରେ ଅତି ଉଚ୍ଚ ୨.୫ ପିଏମ୍ ସ୍ତର ଯୋଗୁଁ ସେମାନଙ୍କ ଜୀବନକାଳର ୮.୨ ବର୍ଷ ହରାଇ ଦେଉଛନ୍ତି।
-
5.୧୯୯୦ ବ୍ୟାଚ୍ ଆଇଏଫ୍ଏସ୍ ଅଫିସର୍ ତଥା ଓଡ଼ିଆ ପୁଅ ଦୀନେଶ ପଟ୍ଟନାୟକ କାନାଡ଼ା ପାଇଁ ଭାରତର ପରବର୍ତ୍ତୀ ହାଇକମିସନର ଭାବେ ନିଯୁକ୍ତ ହୋଇଛନ୍ତି।
-
6. କେନ୍ଦ୍ର ସରକାର କପା ଉପରେ ଆମଦାନୀ ଶୁଳ୍କ ଛାଡ଼କୁ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
-
7.ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ପରେ ରାଜନୀତିରୁ ଅବସର ନେବାର କଳ୍ପନାଜଳ୍ପନାକୁ ଖାରଜ କରିଛନ୍ତି। ମୋହନ ଭାଗବତ କହିଛନ୍ତି 'ମୁଁ କେବେ କହିନାହିଁ ଯେ ମୁଁ ଅବସର ନେବି କିମ୍ବା ଅନ୍ୟ କେହି ୭୫ ବର୍ଷ ବୟସରେ ଅବସର ନେବା ଉଚିତ |
-
8.ଆରଏସଏସ ମୁଖ୍ୟ ଭାରତର ଲୋକମାନଙ୍କୁ ୩ଟି ସନ୍ତାନ ଜନ୍ମ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି- "ଯଦି ଜନ୍ମହାର ୩ରୁ କମ୍ ହୁଏ, ତେବେ ଜନସଂଖ୍ୟା ବିଲୁପ୍ତି ଆଡ଼କୁ ଗତିକରେ ।
-
9.ଚୀନର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ପାଇଛନ୍ତି । ସେମାନେ ଏକ ଘୁଷୁରୀର ଫୁସଫୁସ ମଣିଷ ଶରୀରରେ ଜେନୋଟ୍ରନ୍ସପ୍ଲାଣ୍ଟେସନ ବା ପ୍ରତ୍ୟାର୍ପଣ କରିବାରେ ସଫଳତା ପାଇଛନ୍ତି । ଅସ୍ତ୍ରୋପଚାର ପରେ, ଏହା ୯ ଦିନ ପର୍ଯ୍ୟନ୍ତ ସଠିକ୍ ଭାବରେ କାର୍ଯ୍ୟ କରିଥିଲା।
-
10.ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର ଭୁବନେଶ୍ବର ଓ ମୁମ୍ବାଇ। କୋହିମା, ବିଶାଖାପାଟଣା, ଆଇଜଲ, ଗ୍ୟାଙ୍ଗଟକ ଓ ଇଟାନଗର ମଧ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ସହର ତାଲିକାରେ ସ୍ଥାନ ପାଇଛି। ଭାରତର ସହରାଞ୍ଚଳରେ ୪୦ ପ୍ରତିଶତ ମହିଳା ନିଜକୁ ଅସୁରକ୍ଷିତ ମଣନ୍ତି।
-
11.ମାନସିକ ସ୍ୱାସ୍ଥ୍ୟସେବାକୁ ଆଗକୁ ବଢାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ନ୍ୟୁରୋ ମଡ୍ୟୁଲେସନ୍ ସେବା କେନ୍ଦ୍ର ଆରମ୍ଭ କରାଯାଇଛି।
-
12.ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ। ଭୋର ସମୟରେ ଗଣନା କରାଯିବ। ଏହି ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି। ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ ବୋଲି ବିଏମସି ବିଏମସି କମିସନର ଚଞ୍ଚଳ ରାଣା କହିଛନ୍ତି।
-
13.ଗତ ଦୁଇ ଦଶନ୍ଧି ମଧ୍ୟରେ ସିଫୁଡ୍ ରପ୍ତାନି କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି। ୨୦ ବର୍ଷ ପୂର୍ବେ ରପ୍ତାନି ୩୦୦-୪୦୦ କୋଟି ଟଙ୍କା ମଧ୍ୟରେ ରହିଥିଲା। କିନ୍ତୁ ୨୦୨୪-୨୫ରେ ରାଜ୍ୟରୁ ୪୭୦୦ କୋଟି ଟଙ୍କାର ସିଫୁଡ୍ ରପ୍ତାନି କରାଯାଇଥିଲା। ଟ୍ରମ୍ପଙ୍କ ୫୦% ଶୁଳ୍କ ପ୍ରଭାବ: ବିପଦରେ ୪୭୦୦ କୋଟିର ରପ୍ତାନି।
-
14.ଜାତୀୟ ଗଣମାଧ୍ୟମ ସହ ଅନେକ ଅର୍ଥନୀତିଜ୍ଞ ଆକଳନ କରୁଛନ୍ତି ଯେ ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ଭାରତର ବୟନ, ଗହଣା, ଚିଙ୍ଗୁଡ଼ି, ଚମଡ଼ାରୁ ପ୍ରସ୍ତୁତ ଉତ୍ପାଦ କ୍ଷେତ୍ରକୁ ଅଧିକ ପ୍ରଭାବିତ କରିବ।
-
15.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରଠାରୁ ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.