• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କେନ୍ଦ୍ର ସରକାର ବୁଧବାର ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଆଲୋକ ଆରାଧେ ଏବଂ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ବିପୁଲ ଏମ୍ ପାଞ୍ଚୋଲିଙ୍କୁ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ରାସ୍ତାକଡ଼ ବେପାରୀଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଥିବା ପିଏମ୍ ସ୍ବନିଧି ‌ଯୋଜନାର ଅବଧିକୁ ୨୦୩୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ଯୋଜନାର ମୋଟ୍‌ ଅଟକଳ ୭୩୩୨ କୋଟି ଟଙ୍କା ରହିଛି।

  3. 3.କ୍ରୟ ଶକ୍ତି ସମାନତା (ପିପିପି) ଆଧାରରେ ଆସନ୍ତା ୨୦୩୮ ସୁଦ୍ଧା ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବାକୁ ଯାଉଥିବା ନେଇ ଇୱାଇ ଏହାର ଏକ ରିପୋର୍ଟରେ ଆକଳନ କରିଛି। 

  4. 4.ସ୍ପେସ୍ଏକ୍ସ ବୁଧବାର ଏହାର ଷ୍ଟାର୍‌ସିପ୍ ରକେଟ୍‌କୁ ସଫଳତାର ସହ ଉତ୍‌କ୍ଷେପଣ କରିଛି, ଯାହା କି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଉତ୍‌କ୍ଷେପଣ ଯାନର ବହୁ ପ୍ରତୀକ୍ଷିତ ଦଶମ ସମନ୍ୱିତ ପରୀକ୍ଷଣ ଉଡ଼ାଣ। ପାଣିପାଗ-ଜନିତ ବାଧା ଓ ବୈଷୟିକ ଯାଞ୍ଚ ଯୋଗୁଁ ଚଳିତ ସପ୍ତାହ ଆରମ୍ଭରେ ସୋମବାର ଓ ମଙ୍ଗଳବାର ଲଗାତାର ଦୁଇ ଥର ବାତିଲ ପରେ ଏହି ଉତ୍‌କ୍ଷେପଣ ହୋଇଛି।

  5.  5.ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନାର ସମାଧାନ କରିବା ସହ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରମାଣୁ ଯୁଦ୍ଧ ଆରମ୍ଭ କରିବାରୁ ରୋକିଥିଲେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ପୁଣି ଥରେ ନିଜର ଦାବି ଦୋହରାଇଛନ୍ତି।

  6. 6. ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ଭାରତର ଲକ୍ଷ ଲକ୍ଷ ଚାକିରି ପ୍ରତି ବିପଦ ସୃଷ୍ଟି କରିଥିବା ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ସତର୍କ କରାଇଛି। ବିଶେଷ କରି ବୟନ, ଚମଡ଼ାରୁ ପ୍ରସ୍ତୁତ ସାମଗ୍ରୀ, ଗହଣା, ରତ୍ନପଥର, ଅଟୋମୋବାଇଲ୍ ଯନ୍ତ୍ରାଂଶ, ରସାୟନ, ଫାର୍ମା, ସିଫୁଡ୍‌, ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ କ‌ାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ‌ ଲୋକ ଚାକିରି ହରାଇବା ଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି। 

  7. 7.ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରରେ ଗୁରୁବାର  ଗୋଲ ଟେବୁଲ ବୈଠକ ହେବ।  ବୈଠକ ପରେ ୨୯ ତାରିଖରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ। ବୈଠକରେ ଅଧ୍ୟକ୍ଷତା କରିବେ ଜଳ ମାନବ ଡ. ରାଜେନ୍ଦ୍ର ସିଂହ।

  8. 8.ମୁଖ୍ୟମନ୍ତ୍ରୀ ଲୋକଙ୍କ ଠାରୁ ସିଧାସଳଖ ମତାମତ ନେବେ । ଟୋଲ୍ ଫ୍ରି ନମ୍ବର ୧୪୪୭୧ରେ କଲ୍ କରି ତୁରନ୍ତ ଅଭିଯୋଗ କରି ହେବ।

  9. 9.ରାଜ୍ୟ ମହିଳା ଆୟୋଗ ୧୫ ଦିନରେ ୧୦୦ ଟି ମାମଲାର ସମାଧାନ କରିଦେଲେ ।

  10. 10.ଭିତରକନିକାରେ ଅଗଷ୍ଟ ୩୦ରୁ ପକ୍ଷୀ ଗଣନା ହେବ।

  11. 11.କେନ୍ଦୁଝର ଘଟଗାଁ ତାରିଣୀ ପୀଠ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୨୧୫ କୋଟି ଟଙ୍କା ସରକାର ବ୍ୟୟ କରିବେ ।

  12. 12.ଜମ୍ମୁ ବୈଷ୍ଣୋଦେବୀ ଭୂସ୍ଖଳନରେ ୩୬ ମୃତ, ବନ୍ୟାରେ ଭୟଙ୍କର ସ୍ଥିତି, ଉଦ୍ଧାର କାର୍ଯ୍ୟରେ ବାୟୁସେନା ସାମିଲ ହେଲେ।

  13. 13.ଭାରତ ଉପରେ ଲାଗୁହେଲା ଟ୍ରମ୍ପଙ୍କ ୫୦% ଶୁଳ୍କ। ଅତିରିକ୍ତ ୨୫% ଶୁଳ୍କ ନୋଟିସ୍‌ ଜାରି ହୋଇଛି ।

  14. 14.ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲେ ଭାରତୀୟ ସେନା। ଆତଙ୍କବାଦୀଙ୍କୁ ମିଳିଲା ମୁହଁତୋଡ଼ ଜବାବ। ସେନା ଗୁଳିଲେ ଟଳିଲେ ୨ଆତଙ୍କବାଦୀ। ଗୁରୁବାର ଭାରତ ସୀମାକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ୨ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି।

  15. 15. ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଅପରେସନ ମନସୁନ ଚାଲିଥିବା ବେଳେ ଏକା ଥରକେ ୩୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

  16. 16.କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ତରମାକାନ୍ତରେ ହେବ ରାଜ୍ୟର ପ୍ରଥମ ଟି’ ଟୁରିଜିମ୍‌ ସେଣ୍ଟର। ଏଠାରେ ଥିବା ଚା’ ବଗିଚାର ପୁନରୁଦ୍ଧାର କରାଯାଇ ଏହାକୁ ଟି’‌ ଟୁରିଜିମ୍‌ ସେଣ୍ଟରରେ ପରିଣତ କରାଯିବ।

  17. 17.ଓଡ଼ିଶାର ବିଦୁସ୍ମିତା  ଅହମଦାବାଦରେ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ।

  18. 18.୨୦୩୦ରେ ଭାରତକୁ ଫେରିପାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା।

  19. 19.ଜାପାନର ଟୋକିଓରେ ଆସନ୍ତା ସେପ୍ଟେମ୍ବର ୧୩ରୁ ୨୧ ପର୍ଯ୍ୟନ୍ତ ବିଶ୍ବ ଦୌଡ଼କୁଦ ଚମ୍ପିଆନସିପ୍ ଆୟୋଜିତ ହେବ।

  20. 20.ସେପ୍ଟେମ୍ବର ୯ରୁ ୟୁଏଇରେ ଏସିଆ କପ୍ ଟ୍ବେଣ୍ଟି ୨୦ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ୧୪ରେ ଭାରତ-ପାକିସ୍ତାନ ମୁକାବିଲା ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.