-
1.ରେଳବାଇ ପକ୍ଷରୁ ଆଗାମୀ ଦିନରେ ୭୪,୦୦୦ ବଗିରେ ସିସିଟିଭି କ୍ୟାମେରା ଖଞ୍ଜାଯିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୁଧବାର ଲୋକସଭାରେ ସୂଚନା ଦେଇଛନ୍ତି।
-
2.ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜାତୀୟ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ବି.ସଞ୍ଜୟ କୁମାର ବୁଧବାର ଲୋକସଭାରେ ସୂଚନା ଦେଇଛନ୍ତି।
-
3.ହିମାଚଳ ପ୍ରଦେଶର କିନ୍ନୌରରେ ବାଦଲଫଟା ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଦୁଇଟି ଅସ୍ଥାୟୀ ପୋଲ ଭାସିଯାଇଛି। ଏଥିଯୋଗୁ କୈଳାସ ଟ୍ରେକ୍ ମାର୍ଗରେ ଫସି ରହିଥିବା ୪୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।
-
4.ସୁପ୍ରିମକୋର୍ଟ ମଧ୍ୟ ନିର୍ବାଚନ କମିସନ୍ (ଇସି)ଙ୍କୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। କେଉଁ କାରଣ ପାଇଁ ତାଲିକାରୁ ୬୫ ଲକ୍ଷ ଭୋଟର ବାଦ୍ ପଡ଼ିଲେ ସେନେଇ ବିସ୍ତୃତ ତଥ୍ୟ ଦେବାକୁ କୋର୍ଟ ଇସିଙ୍କୁ କହିଛନ୍ତି।
-
5.ଅଗଷ୍ଟ ୩୧ରୁ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ର ତିଆନଜିନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
-
6.ସରକାର ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ କଲେ । ନ ଲେଖିଲେ ଦିନକୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ।
-
7.ରାଜ୍ୟର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ ହେବ । ନକ୍ସା ପରିବର୍ତ୍ତନ ପାଇଁ ସର୍ଭେ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଆର୍ଡିସିଙ୍କୁ ମାର୍ଗଦର୍ଶିକା ଦିଆଗଲା ।
-
8.ସିବିଏସଇ ଦଶମ ଓ ଦ୍ଵାଦଶ ଛାତ୍ରଛାତ୍ରୀଙ୍କ ପାଇଁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ହେଲା।
-
9.ମହାନଦୀ ବିବାଦର ସମାଧାନ ପାଇଁ କେନ୍ଦ୍ରକୁ ମଧ୍ୟସ୍ଥତା ପାଇଁ ମୁଖ୍ୟମନ୍ତ୍ରୀ ମାଝୀ ଅନୁରୋଧ କଲେ ।
-
10.ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲି ଗ୍ରାମରେ ପ୍ରବଳ ବର୍ଷା ହେତୁ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଏହି ଘଟଣାରେ କେରଳର ୨୮ ଜଣ ପର୍ଯ୍ୟଟକଙ୍କ ଏକ ଦଳ ନିଖୋଜ ହୋଇଯାଇଥିବା ପର୍ଯ୍ୟଟକଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି।
-
11.କଟକରେ 'ଆମ ବସ୍' ର ୩୦ ମଦୁଆ ଡ୍ରାଇଭରଙ୍କ ଚାକିରୀ ଗଲା। 'ଆଦାଶ୍' ଟେକ୍ନୋଲୋଜି ଦ୍ୱାରା ଦୁର୍ଘଟଣା କମିବ ବୋଲି ଆଶାକରାଯାଉଛି ।
-
12.ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କ୍ଷେତ୍ରରେ ମହିଳାଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ସଂସ୍ଥାଗୁଡ଼ିକର ସଂଖ୍ୟା ଏତେଟା ଉତ୍ସାହଜନକ ନାହିଁ। ଏହି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ତ୍ରୟୋଦଶ ସ୍ଥାନରେ ରହିଛି।
-
13.କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ କିରୋସିନ ଢାଳି ଜଳିଗଲେ ଯୁବତୀ। ଝିଅଙ୍କ ବାପା ପୁରୁଷ ବନ୍ଧୁ ବ୍ଲାକ୍ମେଲିଂ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ।
-
14.ମଧ୍ୟପ୍ରଦେଶ କୃଷି କ୍ଷେତ୍ରରେ ଅଗ୍ରଣୀ ହେବା ସହିତ ଜୈବ ବିବିଧତା ଏବଂ ଖଣିଜ ସମ୍ପଦରେ ମଧ୍ୟ ସମୃଦ୍ଧ। ମଧ୍ୟପ୍ରଦେଶର ପାନ୍ନା ଖଣି ସାରା ବିଶ୍ୱରେ ଏହାର ସର୍ବୋତ୍ତମ ଗୁଣବତ୍ତା ହୀରା ପାଇଁ ପ୍ରସିଦ୍ଧ। ଏବେ ମଧ୍ୟପ୍ରଦେଶର ଜବଲପୁରରେ ଏକ ସୁନା ଭଣ୍ଡାରର ସନ୍ଧାନ ମିଳିଛି।
-
15.ଅନୁଷ୍କା ଶେଟ୍ଟିଙ୍କ ବହୁ ପ୍ରତିକ୍ଷିତ ଆକ୍ସନ-ଡ୍ରାମା ଫିଲ୍ମ ‘ଘାଟି’ ଆସନ୍ତା ସେପ୍ଟେମ୍ବର ୫ରେ ଥିଏଟରରେ ମୁକ୍ତିଲାଭ କରିବ।
-
16.ଟ୍ରମ୍ପ ଭାରତ ଉପରେ ସମୁଦାୟ ୫୦ ପ୍ରତିଶତ ଶୁଳ୍କ ଲାଗିବ, ୨୭ ଅଗଷ୍ଟରୁ ଲାଗୁ ହେବ। ଅତିରିକ୍ତ ୨୫% ଶୁଳ୍କ ଲଗାଇଲେ ।
-
17.ପ୍ରଧାନମନ୍ତ୍ରୀ ଜନଧନ ଯୋଜନା(PMJDY)ର ୧୦ ବର୍ଷ ପୂର୍ତ୍ତି ହୋଇଛି। ଏହି ଯୋଜନା ଅଧୀନରେ ଅନେକ ଆକାଉଣ୍ଟରେ ପୁଣି ଥରେ କଓ୍ବୋଇସି ଅପ୍ଡେଟ୍ କରିବାକୁ ହେବ।
-
18.ଦେଶରେ ବ୍ୟାପିଲା ନୂଆ ସଂକ୍ରାମକ ଭୂତାଣୁ। ଚୀନ୍ରେ ୭ ହଜାର ମାମଲା। ଆମେରିକାରେ ଯାତ୍ରା ସତର୍କତା ଜାରି କଲା।
-
19.ଦେଶରେ ପ୍ରାୟ ୨୦ଟି ଏମ୍ସ (ଅଲ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ)ରେ ୪୦ ପ୍ରତିଶତ (୨୮୦୦) ଅଧ୍ୟାପକ ଖାଲି ପଡିଥିବା ଜଣାପଡିଛି।
-
20.ପଶ୍ଚିମବଙ୍ଗ ଭୋଟର ତାଲିକାରେ ଜାଲିଆତି କରିଥିବା ଅଭିଯୋଗରେ ନିର୍ବାଚନ ଆୟୋଗ (ଇସି) ଏହାର ୪ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ୪ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୁହାଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.