• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ସାଉଦି ଆରବ ଶନିବାର ଗୋଟିଏ ଦିନରେ ୮ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ନିଶା କାରବାର ସହ ଜଡିତ ମାମଲାରେ ଫାଶି ଦିଆଯାଇଥିଲା

  2. 2.୨୦୨୩ ସେପ୍ଟେମ୍ବରରୁ ଅଦ୍ୟାବଧି ପାଖାପାଖି ୧.୨ ନିୟୁତ ଆଫଗାନିସ୍ତାନ ନାଗରିକ ପାକିସ୍ତାନରୁ ଫେରିଛନ୍ତି।ଜାତିସଂଘ ଶରଣାର୍ଥୀ ହାଇକମିସନର (ୟୁଏନ୍ଏଚ୍‌ସିଆର୍) କହିଛନ୍ତି। ପ୍ରବାସୀଙ୍କ ପାଇଁ ଖାଦ୍ୟାଭାବ ସମସ୍ୟା ଜଟିଳ ରୂପ ନେଇଛି।

  3. 3.ଜାତୀୟ ଔଷଧ ମୂଲ୍ୟ କର୍ତ୍ତୃପକ୍ଷ (ଏନ୍‌ପିପିଏ) ୩୭ଟି ଅତ୍ୟାବଶ୍ୟକୀୟ ଔଷଧ ମୂଲ୍ୟରେ ୧୦-୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି। ଏଥିରେ ପାରାସିଟାମଲ୍, ଆଟୋର୍‌ଭାଷ୍ଟିନ୍ ଓ ଆମୋକ୍ସିଲିନ୍ ଭଳି ଔଷଧ ରହିଛି।

  4. 4. କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବାସଭବନକୁ ଟାର୍ଗେଟ କରି  ବୋମାମାଡ଼ କରାଯିବ ବୋଲି ଧମକ ଦେଇଥିବା ଜଣେ ବ୍ୟକ୍ତିକୁ ପୁଲିସ ରବିବାର ଗିରଫ କରିଛି।

  5. 5.ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍ ଜେଟ୍ ବିମାନ ଏସ୍‌ଜି-୩୮୬ର ବୋର୍ଡିଂ ଗେଟ୍‌ରେ ଜଣେ ବରିଷ୍ଠ ସେନା ଅଧିକାରୀ ସ୍ପାଇସ୍ ଜେଟ୍‌ର ୪ ଜଣ କର୍ମଚାରୀଙ୍କୁ ଅତି ନିର୍ମମ ପ୍ରହାର କରିଛନ୍ତି। ଏହି ଆକ୍ରମଣରେ ଦୁଇ ଜଣ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। 

  6. 6.ଦୁଇଟି ଭୋଟର ପରିଚୟ ପତ୍ର ମାମଲାରେ କମିସନ ତାଙ୍କଠାରୁ ଉତ୍ତର ମାଗିଛନ୍ତି। ତେଜସ୍ୱୀଙ୍କଠାରୁ ଭୋଟର ପରିଚୟ ପତ୍ରର ମୂଳ କପି ମଗାଯାଇଛି। ତେଜସ୍ୱୀ ଯାଦବ ସାମ୍ବାଦିକ ସମ୍ମିଳନୀରେ ଯେଉଁ ପରିଚୟ ପତ୍ର ଦେଖାଇଥିଲେ ତାହା ନିର୍ବାଚନ କମିସନଙ୍କ ପ୍ରାଥମିକ ତଦନ୍ତରେ କୌଣସି ସ୍ଥାନରେ ମିଳିନାହିଁ।

  7. 7.କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ଲୋକଙ୍କ ସଇତାନି ମାନସିକତାର ଏକ ନଗ୍ନ ରୂପ ସାମ୍ନାକୁ ଆସିଛି। ମୁସଲିମ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟରୁ ବଦଳି କରିବା ପାଇଁ କିଛି ବ୍ୟକ୍ତି ଜଣେ ପଞ୍ଚମ ଶ୍ରେଣୀ ପିଲା ହାତରେ ପାଣି ଟାଙ୍କିରେ ବିଷ ପକାଇଛନ୍ତି। ଗତମାସ ୧୪ ତାରିଖରେ ଘଟିଥିବା ଏହି ଘଟଣାରେ ୩ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସ୍ଥାନୀୟ ଶ୍ରୀରାମ ସେନେ ଗୋଷ୍ଠୀର ଜଣେ ନେତା ରହିଛନ୍ତି। 

  8. 8.ଜାନୁଆରୀ ୨୦୨୪ରୁ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ, ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (IIT) ରେ ପଢ଼ୁଥିବା ୧୩ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସର୍ବାଧିକ ଚାରୋଟି ଆତ୍ମହତ୍ୟା ଆଇଆଇଟି ଖଡଗପୁରରେ ଘଟିଥିଲା। ତଥ୍ୟ ଅନୁଯାୟୀ, ୨୦୦୫ ରୁ ୨୦୨୪ ପର୍ଯ୍ୟନ୍ତ ଆଇଆଇଟିରେ ମୋଟ ୧୧୫ ଆତ୍ମହତ୍ୟା ପଞ୍ଜିକୃତ ହୋଇଥିଲା, ଯାହା ମଧ୍ୟରୁ ୨୦୧୯-୨୦୨୪ ମଧ୍ୟରେ ୩୭ଟି ମାମଲା ଘଟିଥିଲା। 

  9. 9.ବିଧାନସଭା ନିର୍ବାଚନ ପୂର୍ବରୁ, ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ଶନିବାର ୮ ହଜାର କୋଟି ଟଙ୍କାର ଏକ ଅଭୂତପୂର୍ବ ଜନସମ୍ପର୍କ କାର୍ଯ୍ୟକ୍ରମ 'ଆମାଦେର ପାରା, ଆମାଦେର ସମାଧାନ' (ଆମ ଅଞ୍ଚଳ, ଆମର ସମାଧାନ) ଆରମ୍ଭ କରିଛନ୍ତି। 

  10. 10.ମୁମ୍ବାଇ-ଅହମଦାବାଦ ବୁଲେଟ୍‌ ଟ୍ରେନ୍ ପ୍ରକଳ୍ପ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ମୁମ୍ବାଇର ବିକେସିରୁ ଆରମ୍ଭ ହୋଇ ଗୁଜରାଟର ଭାପି, ସୁରଟ, ଆନନ୍ଦ, ଭଦୋଦରା ଦେଇ ତାହା ଅହମଦାବାଦ ପହଞ୍ଚିବ। ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ଟ୍ରେନ୍‌ଟି ଯାତ୍ରା କରିବ।

  11. 11. ବୀମା ନଥିବା ଗାଡ଼ିଗୁଡ଼ିକ ଯାଞ୍ଚ ବେଳେ ଧରାପଡ଼ିଲେ ଅଧିକ ଜରିମାନା ଗଣିବେ। ମୋଟର ଯାନ ନିୟମରେ କରାଯାଉଥିବା ସଂଶୋଧନରେ ସେଭଳି କିଛି ବ୍ୟବସ୍ଥା କରାଯାଉଛି। ପ୍ରଥମ ଥର ଧରାପଡ଼ିଲେ ସେଭଳି ଗାଡ଼ି ବୀମା ପ୍ରିମିୟମ୍‌ର ତିନି ଗୁଣା ରାଶି ଜରିମାନା ଆକାରରେ ପ୍ରଦାନ କରିବେ। 

  12. 12.ତାମିଲ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ହାସ୍ୟାଭିନେତା ମାଧନ ବବଙ୍କର ଶନିବାର ୭୧ ବର୍ଷ ବୟସରେ ଚେନ୍ନଇର ଆଡିୟାରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି।

  13. 13. ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମହୁତି ଘଟଣାରେ ୨ଜଣ ଗିରଫ ହୋଇଛନ୍ତି। ସୌମ୍ୟଶ୍ରୀଙ୍କୁ ଉଦ୍ଧାର କରିଥିବା ଜ୍ୟୋତି ଓ ଶୁଭ୍ର ସମ୍ବିତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ।

  14. 14.୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ସରିଛି । ଏଥିରେ କାଦମ୍ବିନୀ ମିଡିଆ ବ୍ୟାନରରେ ନିର୍ମିତ ,ଡ଼. ଅଚୁତ ସାମନ୍ତଙ୍କ ନିବେଦିତ ,ଡ଼.ଇତି ସାମନ୍ତଙ୍କ ପ୍ରଯୋଜିତ ତଥା ପୂର୍ବରୁ ଦୁଇ ଦୁଇଥର ଜାତୀୟ ପୁରସ୍କାର ପ୍ରାପ୍ତ ସୁଖ୍ୟାତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶୀତ ‘ଦି ସି ଆଣ୍ଡ ସେଭେନ ଭିଲେଜେସ’ ଜାତୀୟ ସ୍ତରରେ ଅଣଫିଚର କାଟାଗୋରୀରେ ,’ଜୁରି ସ୍ପେସିଆଲ ମେନସନ’ ପୁରସ୍କାର ପାଇବାକୁ ମନୋନୀତ ହୋଇଛି।

  15.  15.ଭାରତୀୟ ପାଣିପାଗ ବିଭାଗ (IMD) ରାଜ୍ୟରେ ଆଗାମୀ ୫ ଦିନ, ଅର୍ଥାତ୍ ଅଗଷ୍ଟ ୮ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ଝଡ଼ବଳା ପବନ ସହ ବିଜୁଳି ହେବାର ସମ୍ଭାବନା ଥିବା ନେଇ ହଳଦିଆ ଚେତାବନୀ ଜାରି କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.