-
୧.କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ କହିଛନ୍ତି, ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରେ ନକ୍ସଲବାଦ ଶେଷ ହେବ।
-
୨.ମହାରାଷ୍ଟ୍ରର ମାଲେଗାଓଁକୁ ଅତି ଶକ୍ତିଶାଳୀ ବିସ୍ଫୋରଣ ଦୋହଲାଇ ଦେବାର ଦୀର୍ଘ ୧୭ ବର୍ଷ ପରେ ଏହି ମାମଲାରେ ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ନେଲ୍ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ୭ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି।
-
୩.ଆମେରିକା ନୌସେନାର ଏଫ୍-୩୫ ଯୁଦ୍ଧ ବିମାନ ଆଜି ଲିମୋର୍ ନୌସେନା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି।
-
୪.୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ୩୩ ଟଙ୍କା ୫୦ ପଇସା ହ୍ରାସ ଘୋଷଣା କରିଛନ୍ତି। ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ଅଗଷ୍ଟ ୧ ରୁ ଲାଗୁ ହେବ।
-
୫.ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଲୋକସଭାରେ କହିଛନ୍ତି ଯେ ଦେଶର ୧୦୮୭ଟି ଟୋଲ୍ ପ୍ଲାଜାରୁ ପ୍ରତିଦିନ ୧୬୮ କୋଟି ଟଙ୍କା ରୋଜଗାର ହେଉଛି।
-
୬.ରେଳ ମନ୍ତ୍ରଣାଳୟର ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏସବୁ ପ୍ରକଳ୍ପ ପାଇଁ ୧୧,୧୬୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ରେଳ ପ୍ରକଳ୍ପ ଗୁଡ଼ିକ ହେଲା: ଇଟାର୍ସି-ନାଗପୁର ଚତୁର୍ଥ ଲାଇନ, ଛତ୍ରପତି ଶମ୍ଭାଜିନଗର (ଔରଙ୍ଗାବାଦ)-ପରଭଣୀ ଲାଇନ ଦୋହରୀକରଣ, ଆଲୁଆବାରି ରୋଡ୍-ନ୍ୟୁ ଜଲପାଇଗୁଡ଼ି ତୃତୀୟ ଓ ଚତୁର୍ଥ ଲାଇନ, ଡାଙ୍ଗପୋଷୀ-ଜରୋଲି ତୃତୀୟ ଓ ଚତୁର୍ଥ ଲାଇନ । ଏହାଦ୍ବାରା ଓଡ଼ିଶା ସମେତ ୬ଟି ରାଜ୍ୟର ୧୩ଟି ଜିଲ୍ଲା ଉପକୃତ ହେବେ।
-
୭.ଜାତୀୟ କୀଟ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍ଭିବିଡିସିପି) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ମେ’ ସୁଦ୍ଧା ଦେଶରେ ୬୪ହଜାର ୨୪୫ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ତହିଁରୁ ଓଡ଼ିଶାରୁ କେବଳ ୨୪୪୭୨ଜଣ ରୋଗୀ ରହିଛନ୍ତି। ଯାହାକି ଦେଶର ସମୁଦାୟ ରୋଗୀଙ୍କ ୩୮%।
-
୮.ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ଗଣଶିକ୍ଷା ବିଭାଗର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତିଙ୍କ ଲାପ୍ଟପ୍ରୁ।
-
୯.କଟକରୁ ବିପୁଳ ପରିମାଣର କୋଡାଇନ୍ ମିଶ୍ରିତ କଫ୍ ସିରପ୍ ଜବତ ହୋଇଛି। କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ବାଦାମବାଡ଼ିର ନ୍ୟୁ ଏଲ୍ଆଇସି କଲୋନିରେ ଏକ କୋରିଅର୍ ସଂସ୍ଥାରେ ଚଢ଼ଉ କରି ପାଖାପାଖି ୩୪ ଲକ୍ଷ ଟଙ୍କାର କଫ ସିରପ୍ ଜବତ କରିଛି।
-
୧୦.ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଆଇଏଏସ୍ ଅଧିକାରୀ ଧୀମାନ ଚକମା ଗୁରୁବାର ସନ୍ଧ୍ୟାରେ ଜାମିନ ପାଇ ଭବାନୀପାଟଣା ଜେଲ୍ରୁ ବାହାରିଛନ୍ତି। ଗତ ଜୁଲାଇ ୨୪ରେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ।
-
୧୧.ରୁଷ୍ ସହ ଭାରତର ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପରେ ଭାରତ ସରକାର ତେଲ କମ୍ପାନିଗୁଡ଼ିକୁ ରୁଷ୍ରୁ ତେଲ ନ କିଣିବାକୁ କହିଥିବା ଚର୍ଚ୍ଚା ହେଉଛି।
-
୧୨. ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା)ର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଡ. ବି କେ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି।
-
୧୩.ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍)କୁ ଟାଟା ଷ୍ଟିଲ୍ ସମ୍ପୂର୍ଣ୍ଣ ଅଧିଗ୍ରହଣ କରିଛି।
-
୧୪.ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ପୁଞ୍ଜିନିବେଶ ହାସଲ କରିବାରେ ଓଡ଼ିଶା ବିଶେଷ ଅଗ୍ରଗତି ହାସଲ କରିଛି। କିଛି ବର୍ଷ ଭିତରେ ଏହି କ୍ଷେତ୍ରରେ ୬୫୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିବା ଲାଗି ୪୦ରୁ ଅଧିକ କମ୍ପାନି ଘୋଷଣା କରିଛନ୍ତି।
-
୧୫.ତାମିଲନାଡୁର ଜଣେ ମହିଳା ତାଙ୍କ ଝିଅଙ୍କ ସହ ସର୍ବଭାତୀୟ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ଏ.ମଣିଭାନନ୍ ନାମ୍ନୀ ୪୯ ବର୍ଷୀୟା ଏହି ମହିଳା ବର୍ତ୍ତମାନ ଫିଜିଓଥେରାପିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.