-
1.କେନ୍ଦ୍ର ସରକାର ଲୋକସଭାରେ ଆୟକର ବିଲ୍ ପ୍ରତ୍ୟାହାର କରିନେଇଛନ୍ତି। ନୂତନ ଆୟକର ବିଲ୍ ର ଅପଡେଟ୍ ସଂସ୍କରଣ କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ମଞ୍ଜୁରୀ ପାଇଛି। ଏହି ବିଲ୍ ଏବେ ସୋମବାର (୧୧ ଅଗଷ୍ଟ ୨୦୨୫) ରେ ଲୋକସଭାରେ ଉପସ୍ଥାପିତ ହେବ।
-
2.କେନ୍ଦ୍ର ସରକାର ଶୁକ୍ରବାର ଆନ୍ଧ୍ର ପ୍ରଦେଶ, କୋଲକତା, ଦିଲ୍ଲୀ, ଛତିଶଗଡ଼ ଏବଂ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ୯ ଜଣ ବିଚାରପତିଙ୍କ ନିଯୁକ୍ତି କରିଛନ୍ତି।
-
3.ସରକାରୀ ତେଲ କମ୍ପାନିଗୁଡ଼ିକ ଗ୍ରାହକଙ୍କୁ ରିହାତି ଦରରେ ଏଲ୍ପିଜି ଯୋଗାଇ ଦେଉଛନ୍ତି। ଏଥିଯୋଗୁ ସେମାନେ କ୍ଷତି ସହୁଛନ୍ତି। କ୍ଷତିଭରଣା ପାଇଁ ସେମାନଙ୍କୁ ୩୦ ହଜାର କୋଟି ଟଙ୍କା ପ୍ରଦାନ ଲାଗି କ୍ୟାବିନେଟ୍ ବୈଠକ ମଞ୍ଜୁରି ମିଳିଛି।
-
4.ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଗାଜା ସହର ଦଖଲ ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି।
-
5.୪୩୦ ଟନରୁ ଅଧିକ ଓଜନର ଏକ ଫୁଟବଲ ଗ୍ରାଉଣ୍ଡ ପରି ଏକ ପରୀକ୍ଷାଗାର ଏବଂ ପୃଥିବୀଠାରୁ ପ୍ରାୟ ୪୦୦ କିଲୋମିଟର ଉଚ୍ଚ। ଘଣ୍ଟା ପ୍ରତି ୨୮ ହଜାର କିଲୋମିଟର ବେଗରେ ଘୂରୁଥିବା ଏହି ପରୀକ୍ଷାଗାରକୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ କୁହାଯାଏ। ୧୯୯୮ ମସିହାରେ ଏହାର ଶୁଭାରମ୍ଭ ହେବା ପରଠାରୁ, ୨୬ ଟି ଦେଶର ୨୮୦ରୁ ଅଧିକ ମହାକାଶଚାରୀ ISS ପରିଦର୍ଶନ କରିଛନ୍ତି।
-
6.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରେ ୧୦ କୋଟି ୩୩ ଲକ୍ଷ ଲୋକ ଉପକୃତ ହେବେ।
-
7.କେନ୍ଦ୍ର କ୍ୟାବିନେଟ ୧୭୫ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଏବଂ ୧୦୦ ପଲିଟେକ୍ନିକ ସମେତ ୨୭୫ ଟି ବୈଷୟିକ ପ୍ରତିଷ୍ଠାନରେ ବହୁମୁଖୀ ଶିକ୍ଷା ଏବଂ ଗବେଷଣା ଉନ୍ନତି (MERIT) ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି।
-
8.ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଅନ୍ତିମ ସଂସ୍କାର ଅଗଷ୍ଟ ୬ ରେ କରାଯାଇଥିଲା। ତେବେ ଏହି ସମୟରେ, ତାଙ୍କ ଅନ୍ତିମ ସଂସ୍କାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ନ ଦିଆଯିବା ନେଇ ଏବେ ରାଜନୀତି ଜୋର ଧରିଛି |
-
9.ପଶ୍ଚିମବଙ୍ଗର ମୁଖ୍ୟ ସଚିବ ମନୋଜ ପନ୍ତ କହିଛନ୍ତି ଯେ ଭୋଟର ତାଲିକାର ଏସଆଇଆର ଏବେ କରାଯାଇପାରିବ ନାହିଁ। ଏଥିପାଇଁ ଅତି କମରେ ଦୁଇ ବର୍ଷ ସମୟ ଲାଗିବ।
-
10. ଗୋଆ ସରକାର ଗ୍ରାମୀଣ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ 'ହୋମଷ୍ଟେ ଆଣ୍ଡ ବ୍ରେକଫାଷ୍ଟ' ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରିଛନ୍ତି।
-
11.ବେଙ୍ଗାଲୁରୁରେ ରାଲି ସମୟରେ ରାହୁଲ ଗାନ୍ଧି ଭୋଟ ଚୋରିକୁ ସମ୍ବିଧାନ ପ୍ରତି ବିଶ୍ୱାସଘାତ ଦର୍ଶାଇ ମହାରାଷ୍ଟ୍ର, ହରିୟାଣା ଏବଂ କର୍ଣ୍ଣାଟକ ନିର୍ବାଚନରେ ହୋଇଥିବା ଅନିୟମିତତାର ଅଭିଯୋଗକୁ ପୁଣି ଦୋହରାଇଛନ୍ତି।
-
12. କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିମନ୍ତ୍ରଣରେ ୨୫ଟି ଦଳର ୫୦ରୁ ଅଧିକ ନେତା ଓ ସାଂସଦ ଏଥିରେ ଯୋଗ ଦେଇଥିଲେ । ଏହି ବୈଠକରେ ୨୦୨୪ ଲୋକସଭା ନିର୍ବାଚନରେ ଭୋଟ କେଳେଙ୍କାରୀ ଅଭିଯୋଗକୁ ନେଇ ବିରୋଧୀ ମେଣ୍ଟ ନେତାଙ୍କ ଆଲୋଚନା କରିଥିଲେ ରାହୁଲ ଗାନ୍ଧୀ ।
-
13. ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ।
-
14.ନିଯୁକ୍ତିରେ ଜାଲିଆତି ଅଭିଯୋଗରେ ଭୁବନେଶ୍ଵର ଏମ୍ସରେ ଚଢ଼ାଉ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)। ଶୁକ୍ରବାର ସିବିଆଇ ଟିମ ଏମ୍ସରେ ପହଞ୍ଚି ନିଯୁକ୍ତି ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିବା ସହିତ ଭୁବନେଶ୍ଵରର ଅନ୍ୟ ୨ଟି ସ୍ଥାନରେ ଚଢ଼ାଉ କରିଛି।
-
15.ଦକ୍ଷିଣ ସିନେମାର ଜଣାଶୁଣା ଅଭିନେତା ସନ୍ତୋଷ ବଳରାଜଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ମାତ୍ର ୩୪ ବର୍ଷ ବୟସରେ ସନ୍ତୋଷ ବଳରାଜ ଏହି ଦୁନିଆକୁ ଅଳ୍ପ ବୟସରେ ଅଲବିଦା କହି ଚାଲିଯାଇଛନ୍ତି, ଯାହା କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ସୃଷ୍ଟି କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.