-
1.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ୨୫ ପ୍ରତିଶତ ଶୁଳ୍କ (ଟାରିଫ୍) ଲଗାଇଛନ୍ତି।
-
2.ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଓ ଆମେରିକାର ‘ନ୍ୟାସନାଲ ଏରୋନୋଟିକ୍ସ ଆଣ୍ଡ୍ ସ୍ପେସ୍ ଆଡ୍ମିନିଷ୍ଟ୍ରେସନ୍ (ନାସା)’ର ମିଳିତ ଉଦ୍ୟମରେ ନିସାର୍ ଉପଗ୍ରହର ସଫଳ ଉତ୍କ୍ଷେପଣ ହୋଇଛି।
-
3.ଆଇଆଇଟି(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ରେ ପ୍ରବେଶ ପାଇଁ ବଢୁଥିବା ପ୍ରତିଯୋଗିତା ମଧ୍ୟରେ, ଶିକ୍ଷା ମନ୍ତ୍ରଣାଳୟ ଭିଲାଇ, ଜମ୍ମୁ ସମେତ ଦେଶର ପାଞ୍ଚଟି ତୃତୀୟ ପିଢ଼ିର ଆଇଆଇଟିରେ ୬୫୭୬ ଅଧିକ ଆସନ ବୃଦ୍ଧି କରିବାକୁ ଅନୁମୋଦନ କରିଛି।
-
4.ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଇନଫୋସିସ୍ ସିଇଓ ସଲିଲ ପାରେଖ ଏହି ବର୍ଷ ପ୍ରାୟ ୨୦୦୦୦ କଲେଜ ସ୍ନାତକଙ୍କୁ ନିଯୁକ୍ତି ଦେବାର କମ୍ପାନୀର ଯୋଜନାକୁ ନିଶ୍ଚିତ କରିଛନ୍ତି।
-
5.ଭାରତୀୟ ରେଳବାଇର ଉଚ୍ଚ ଘନତା ବିଶିଷ୍ଟ ଦିଲ୍ଲୀ-ମୁମ୍ବାଇ ମାର୍ଗର ମଥୁରା-କୋଟା ସେକ୍ସନ ମଧ୍ୟରେ କବଚ ୪.୦ ସ୍ଥାପିତ ହୋଇଛି।
-
6.ସୁପ୍ରିମ୍କୋର୍ଟଙ୍କ ଆଭ୍ୟନ୍ତରୀଣ ତଦନ୍ତ କମିଟି ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ତାଙ୍କୁ ବିଚାରପତି ଭାବେ ବହିଷ୍କାର କରିବାପାଇଁ ସୁପାରିସ କରିଥିଲା। ତେବେ ବର୍ମା ଏହି ରିପୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମଧ୍ୟ ଆଜି ଶୁଣାଣିରେ କୌଣସି ଆଶ୍ବସ୍ତି ମିଳିନାହିଁ। କୋର୍ଟ ଏ ବାବଦ ରାୟ ଆଜି ସଂରକ୍ଷିତ ରଖିଛନ୍ତି।
-
7. ‘ଅପରେସନ୍ ମହାଦେବ’ରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସୁଲେମାନ ଶାହ ଓରଫ୍ ମୁସା ସମେତ ୩ ଆତଙ୍କବାଦୀ ନିପାତ ହେବାପରେ ‘ଅପରେସନ୍ ଶିବଶକ୍ତି’ରେ ଆଉ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି।
-
8.ଜାତୀୟ ହାର ତୁଳନାରେ ଓଡ଼ିଶା ଲୋକ ଅଧିକ ମଧୁର ମାଛ ଖାଉଛନ୍ତି। ସର୍ବଭାରତୀୟ ସ୍ତରରେ ମୁଣ୍ଡ ପିଛା ୭ କେଜି ମାଛ ଖାଉଥିବା ବେଳେ ଓଡ଼ିଶାରେ ଏହା ୧୮ କେଜି ରହିଛି। ସେଥିପାଇଁ ମଧୁର ଜଳ ମାଛ ପାଇଁ ଓଡ଼ିଶାକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି ବୋଲି କହିଛନ୍ତି ମତ୍ସ୍ୟ ଓ ପଶୁସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
-
9.ଆରଆଇ, ଆଇସିଡିଏସ୍ ସୁପରଭାଇଜର, ଏଆରଆଇ, ଅମିନ ଓ ଷ୍ଟାଟିଷ୍ଟିକାଲ୍ ଫିଲ୍ଡ ସୁପରଭାଇଜର ପଦ ପାଇଁ ଅଗଷ୍ଟ ୧ରୁ ସେପ୍ଟେମ୍ବର ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ପରୀକ୍ଷା ବାତିଲ ହୋଇଛି। ଏହି ସବୁ ପଦବି ପାଇଁ ଅନୁଷ୍ଠିତ ପ୍ରିଲିମିନାରି ପରୀକ୍ଷାଫଳ ମଧ୍ୟ ରଦ୍ଦ ହୋଇଛି।
-
10.ଓଟିଇଟି ପ୍ରଶ୍ନପତ୍ର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍ଟପ୍ରୁ ଲିକ୍ ହୋଇଛି। ଏହି କେଳେଙ୍କାରୀରେ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ମାଷ୍ଟରମାଇଣ୍ଡ୍ ବୋଲି କୁହାଯାଉଛି। ଜିତନଙ୍କ ସମେତ ୬ ଜଣଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି।
-
11.ଚଳିତ ବର୍ଷ ଖରିଫ ମଣ୍ଡିରେ ଧାନ ବିକ୍ରି କରିବାକୁ ଚାଷୀ ପଂଜୀକରଣ ଗତ ୧୯ରୁ ଆରମ୍ଭ ହୋଇ ଅଗଷ୍ଠ ୨୦ତାରିଖ ଯାଏଁ ଚାଳିବ। ନବରଙ୍ଗପୁର ଜିଲ୍ଲାରେ ୯୫ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଉଛି।
-
12.ଓଡ଼ିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ (OAS) ଅଫିସର ସାର୍ଥକ ସୌରଭ ମହାପାତ୍ରଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଓ ନବଜାତକ ପ୍ରତି ନିଷ୍ଠୁରତା, ହଇରାଣ ଓ ମାନସିକ ନିର୍ଯାତନ ଅଭିଯୋଗରେ ଭୁବନେଶ୍ୱର କମିଶନରେଟ ପୋଲିସ ଏକ ଏଫ୍ଆଇଆର୍ ଦାଖଲ କରିଛି।
-
13.ଦକ୍ଷିଣ ଏସିଆର ଲାଓସ୍ରେ ଫସିଥିବା କେନ୍ଦ୍ରାପଡ଼ାର ୪ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଇଛନ୍ତି।
-
14.କର୍ନାଟକର ମାଙ୍ଗାଲୋରସ୍ଥିତ ସେଣ୍ଟ ଆଲୋୟସିଅସ୍ ୟୁନିଭର୍ସିଟିର ଛାତ୍ରୀ ରେମୋନା ଏଭେଟ ପେରେରା ୧୭୦ ଘଣ୍ଟା ପର୍ଯ୍ୟନ୍ତ ଭାରତନାଟ୍ୟମ୍ ନୃତ୍ୟ ପ୍ରଦର୍ଶନ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଗୋଲ୍ଡେନ ବୁକ୍ ଅଫ୍ ଓ୍ବାଲର୍ଡ ରେକଡର୍ସରେ ତାଙ୍କ ନାମ ସ୍ଥାନ ପାଇଛି। ଏହାସହ ସର୍ବାଧିକ ସମୟ ପର୍ଯ୍ୟନ୍ତ ନିରନ୍ତର ଭାବେ କୌଣସି ଶାସ୍ତ୍ରୀୟ ଭାରତୀୟ ନୃତ୍ୟ ପ୍ରଦର୍ଶନ କରିବାରେ ରେମୋନା ପ୍ରଥମ ବ୍ୟକ୍ତି ହୋଇପାରିଛନ୍ତି।
-
15.ପୁଣି ସୁଭଦ୍ରା ପୋର୍ଟାଲ ଖୋଲିବ । ୨୧ ବର୍ଷ ହୋଇଥିବା ଯୁବତୀମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
