-
1.ୟୁକ୍ରେନ ଉପରେ ରୁଷ୍ର ଭୀଷଣ ଆକ୍ରମଣ ଜାରି ରହିଥିବା ବେଳେ ୟୁକ୍ରେନ ମଧ୍ୟ ଗତ ଦୁଇ ଦିନ ଧରି ରୁଷ୍ର ବିଭିନ୍ନ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ଆକ୍ରମଣ ତୀବ୍ର କରିଛି। ଗତ ୨୪ଘଣ୍ଟା ମଧ୍ୟରେ ରୁଷ୍ ଉପରେ ୧୦୦ରୁ ଅଧିକ ଡ୍ରୋନ୍ ଆକ୍ରମଣ ହୋଇଛି।
-
2.ମହାରାଷ୍ଟ୍ରରେ ଅର୍ଥନୈତିକ ଅନଗ୍ରସର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ‘ଲଡ଼କୀ ବହିନ୍’ ଯୋଜନା ଅଧୀନରେ ୧୪ ହଜାରରୁ ଅଧିକ ପୁରୁଷ ଜାଲିଆତି କରି ଆର୍ଥିକ ଲାଭ ପାଇଥିବା ଖବର ସାମ୍ନାକୁ ଆସିଛି।
-
3.ପାଲେଷ୍ଟାଇନ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଜାତିସଂଘ ପକ୍ଷରୁ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ୩ ଦିନିଆ ଉଚ୍ଚସ୍ତରୀୟ ସମ୍ମିଳନୀରେ ଭାରତ ଯୋଗଦେବ ବୋଲି ଜଣାପଡ଼ିଛି।
-
4. ଥାଇଲାଣ୍ଡ-କାମ୍ବୋଡିଆ ସୀମାରେ ଗୁରୁବାର ହିଂସାକାଣ୍ଡ ଘଟି ୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଥାଇଲାଣ୍ଡର ୨୦ ଜଣ ଓ କାମ୍ବୋଡିଆର ୧୩ ଜଣ ପ୍ରାଣ ହରାଇଛନ୍ତି। ସାମ୍ପ୍ରତିକ ଉତ୍ତେଜନାମୂଳକ ପରିସ୍ଥିତିରେ ଥାଇଲାଣ୍ଡ ଓ କାମ୍ବୋଡ଼ିଆରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ସୀମାନ୍ତ ଅଞ୍ଚଳକୁ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି।
-
5.ବ୍ୟାଟେରି ସ୍ବାପିଂ ଷ୍ଟେସନ୍ ସ୍ଥାପନ କରିବାରେ ଓଡ଼ିଶା ବହୁ ପଛରେ ରହିଛି। ସଂସଦରେ ଉପସ୍ଥାପିତ ତଥ୍ୟ ଅନୁସାରେ ଓଡ଼ିଶାରେ ମାତ୍ର ୨ଟି ସ୍ବାପିଂ ଷ୍ଟେସନ୍ ରହିଛି। ଚଳିତ ବର୍ଷ ଜୁଲାଇ ୧ ସୁଦ୍ଧା ତଥ୍ୟ ଅନୁସାରେ ସାରା ଦେଶରେ ଏଭଳି ଷ୍ଟେସନ୍ ସଂଖ୍ୟା ୨୬୧୧ ରହିଛି।
-
6.ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ମନସା ଦେବୀ ମନ୍ଦିର ରାସ୍ତାରେ ରବିବାର ସକାଳେ ଘଟିଥିବା ଦଳାଚକଟାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି।
-
7.ଦେଶର ସର୍ବବୃହତ ଆଇଟି ସେବା କମ୍ପାନୀ ଟିସିଏସ୍ (ଟାଟା କନସଲଟାନ୍ସି ସର୍ଭିସେସ୍)ର କର୍ମଚାରୀମାନଙ୍କ ପାଇଁ ଏକ ଚିନ୍ତାଜନକ ଖବର । କମ୍ପାନୀ ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍ ଏପ୍ରିଲ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ପ୍ରାୟ ୨ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଏହି ସଂଖ୍ୟା ୧୨,୦୦୦ ରୁ ଅଧିକ।
-
8.ଫୋନ୍ପେ, ଗୁଗୁଲ୍ପେ ଭଳି ଆପ୍ ଜରିଆରେ ଲୋକମାନେ କରୁଥିବା ୟୁପିଆଇ କାରବାର ଉପରେ ଜିଏସ୍ଟି ଲାଗିବା ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଛି, ତାହାକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି।
-
9.ଲୋକପ୍ରିୟ ଏସିଡିଟି ନିବାରକ ଔଷଧ ରାନିଟିଡିନ୍ରେ କ୍ୟାନସର୍ ସୃଷ୍ଟିକାରୀ ଉପାଦାନ ଚିହ୍ନଟ ହୋଇଛି। ଏହାର ଏନ୍ଡିଏମ୍ଏ ସ୍ତରକୁ ନିୟନ୍ତ୍ରଣରେ ରଖିବା ନିଶ୍ଚିତ କରିବାକୁ କେନ୍ଦ୍ରୀୟ ସଂସ୍ଥା ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସ୍ସିଓ) ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦେଶ ଦିଆଯାଇଛି।
-
10.ଉତ୍ତରପ୍ରଦେଶର ପିଲିଭିତ ଜିଲାରେ ୫ ଜଣ ମଣିଷଙ୍କୁ ମାରି ଆତଙ୍କ ଖେଳାଇଥିବା ବାଘୁଣୀ ଶେଷରେ ଧରାପଡ଼ିଛି। ଏହା ପରେ ବାଘୁଣୀର ଠିକଣା ସାରା ଜୀବନ ପାଇଁ ବଦଳି ଯାଇଛି। ଏଣିକି ବାଘୁଣୀ ଆଜୀବନ କାନପୁର ଚିଡ଼ିଆଖାନାରେ ରହିବ।
-
11.ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ମାଟି ତଳୁ ମିଳିଛି ଲକ୍ଷ ଲକ୍ଷ ଟଙ୍କା। ମାଓବାଦୀମାନେ ଏହି ଟଙ୍କା ଲୁଚାଇ ରଖିଥିବା ଜଣାପଡ଼ିଛି। ଗୁପ୍ତ ସୂଚନା ଆଧାରରେ ଝାଡ଼ଖଣ୍ଡର ଚାଇବାସା ପୁଲିସ ପ୍ରାୟ ୩୫ ଲକ୍ଷ ଟଙ୍କା ଜବତ କରିଛି।
-
12.ବିହାର ବିଧାନସଭା ଭୋଟ ପୂର୍ବରୁ ନିର୍ବାଚନ କମିଶନ ଚଳାଇଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ର ପ୍ରଥମ ପର୍ଯ୍ୟାୟ ରବିବାର ଶେଷ ହୋଇଛି। ଏଥିରେ ବିହାରର ୭.୮୯ କୋଟି ଭୋଟରଙ୍କ ମଧ୍ୟରୁ ୭.୨୪ କୋଟି ସାମିଲ ହୋଇଥିଲେ। ତେବେ ଚିଠା ଭୋଟର ତାଲିକାରୁ ୬୫ ଲକ୍ଷ ଭୋଟର ବାଦ୍ ପଡ଼ିଛନ୍ତି।
-
13.୧ ଅଗଷ୍ଟ ୨୦୨୫ ରେ କିଛି ବିଶେଷ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଥିରେ କ୍ରେଡିଟ କାର୍ଡ ସହିତ ଜଡିତ ଶୁଳ୍କ, ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ଏବଂ ୟୁପିଆଇ କାରବାର ସମ୍ବନ୍ଧୀୟ ନୂତନ ନିୟମ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, କିଛି ବ୍ୟାଙ୍କିଂ ସେବାରେ ମଧ୍ୟ ପରିବର୍ତ୍ତନ ହୋଇପାରେ।
-
14.ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ଅଧ୍ୟକ୍ଷ ରାଜ୍ ଠାକ୍ରେ ଦୀର୍ଘ ୧୩ ବର୍ଷ ପରେ ପ୍ରଥମ ଥର ପାଇଁ ମୁମ୍ବାଇସ୍ଥିତ ମାତୋଶ୍ରୀରେ ରବିବାର ପ୍ରବେଶ କରିଛନ୍ତି।
-
15.ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଅଗଷ୍ଟ ୯ରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ମିଳିବ।
-
16.କଟକ ସହରରେ ଯାତାୟାତ ସମସ୍ୟା ଓ ଭିଡ଼କୁ ଦୃଷ୍ଟିରେ ରଖି OMP ଛକଠାରୁ କନ୍ଦରପୁର ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି। ଏହି ଏଲିଭେଟେଡ୍ କରିଡର ନିର୍ମାଣ ପାଇଁ ପ୍ରାୟ ୬୪୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସାଂସଦ ମହତାବ ସୂଚନା ଦେଇଛନ୍ତି।
-
17.ଶନିବାର ଡେନଭର ଆନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାନ ଏୟାରଲାଇନ୍ସର ଏକ ବୋଇଙ୍ଗ ୭୩୭ ମ୍ୟାକ୍ସ ୮ ଜେଟ୍ରେ ଲ୍ୟାଣ୍ଡିଂ ଗିଅର ସମସ୍ୟା ଯୋଗୁଁ ଟେକ୍ଅଫ୍ ବାତିଲ ହେବା ପରେ ନିଆଁ ଲାଗି ଧୂଆଁ ବାହାରିଥିଲା।
-
18.ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇ ଏକ ବଡ଼ ଆର୍ଥିକ ସଫଳତାର ଶୃଙ୍ଗକୁ ଛୁଇଁଛନ୍ତି। ଯେଉଁଠାରେ ତାଙ୍କର ମୋଟ ସମ୍ପତ୍ତି (ନେଟ୍ ୱର୍ଥ) ବ୍ଲୁମବର୍ଗ ବିଲିୟନେର୍ସ ଇଣ୍ଡେକ୍ସ ଅନୁଯାୟୀ ୧.୧ ବିଲିୟନ ଡଲାରକୁ ଅତିକ୍ରମ କରିଛି। ଏହାର ମୁଖ୍ୟ କାରଣ ଆଲଫାବେଟ୍ ଷ୍ଟକର ମୂଲ୍ୟ ବୃଦ୍ଧି ରହିଛି।
-
19.ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ଗୁରୁବାର ୨୦୨୬ ଗ୍ରୀଷ୍ମ ଋତୁର ଘରୋଇ ମ୍ୟାଚ ତାଲିକା ଘୋଷଣା କରିଛି। ଏହି ତାଲିକା ଅନୁଯାୟୀ, ଭାରତୀୟ କ୍ରିକେଟ ଦଳ ଆଗାମୀ ବର୍ଷ ଇଂଲଣ୍ଡ ଗସ୍ତରେ ଯାଇ ପାଞ୍ଚଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ ଖେଳିବ। ବର୍ତ୍ତମାନ ଭାରତ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ପଛରେ ରହିଛି।
-
20.ବିହାରର ଗୟାରୁ ଏକ ଅଜବ ଏବଂ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଜିଭ କାଟି ଗିଳି ଦେଇଛନ୍ତି। ସ୍ବାମୀ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ, ସେ ସମସ୍ତ ରକ୍ତ ମଧ୍ୟ ପିଇଦେଲେ। ତା’ପରେ ସେ ଦୌଡ଼ି ପଳାଇଗଲେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.