ଗତକାଲିର ଖବର ଆଜି(୧୮।୦୧।୨୫)
-
1.ରୁଷ ସହିତ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ତାର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରିଛି। ବୁଧବାର ଦିନ ୟୁକ୍ରେନ୍ ସଂସଦ ଭରଖେଭନା ରାଡାରେ ନିଆଯାଇଥିବା ଏକ ଐତିହାସିକ ନିଷ୍ପତ୍ତିରେ, ୟୁଲିଆ ସ୍ବିରିଡେଙ୍କୋଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଥିଲା।
-
2.ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଏପର୍ଯ୍ୟନ୍ତ ୧.୧୭ କୋଟିରୁ ଅଧିକ ୧୨-ଅଙ୍କ ବିଶିଷ୍ଟ ଆଧାର ନମ୍ବରକୁ ନିଷ୍କ୍ରିୟ କରିସାରିଛି। ଏହି ପଦକ୍ଷେପ ଏଥିପାଇଁ ନିଆଯାଇଛି ଯାହା ଦ୍ୱାରା ମୃତ୍ୟୁବରଣ କରିଥିବା ଲୋକଙ୍କ ଆଧାର ନମ୍ବରର ଅପବ୍ୟବହାର ହୋଇପାରିବ ନାହିଁ।
-
3.ବିଭିନ୍ନ ଦେଶ ଓ କେନ୍ଦ୍ରୀୟ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ସହ ସମନ୍ୱୟ ରକ୍ଷା କରି ସିବିଆଇ ୨୦୨୦ରୁ ଏହି ୧୩୪ ଜଣ ପଳାତକଙ୍କୁ ପ୍ରତ୍ୟର୍ପଣ କରାଇବାରେ ସକ୍ଷମ ହୋଇଛି। ସେଥିମଧ୍ୟରୁ ୨୩ ଜଣଙ୍କୁ ଚଳିତ ବର୍ଷ ଫେରାଇ ଅଣାଯାଇଛି।
-
4.ବିହାର ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ସମସ୍ତ ଘରୋଇ ଗ୍ରାହକ ପ୍ରତି ମାସରେ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ବୋଲି ଘୋଷଣା କରିଛନ୍ତି।
-
5.ଗଣଶିକ୍ଷା ବିଭାଗ, ହେଲପଲାଇନ ନଂ ଜାରି ହେଲା ମହିଳା ହେଲପଲାଇନ ନଂ-୧୮୧, ଶିଶୁ ହେଲପଲାଇନ ନଂ-୧୦୯୮, ପୁଲିସ-୧୧୨, ସ୍କୁଲ ଛାତ୍ର ହେଲପଲାଇନ ନଂ-୧୮୦୦୩୪୫୬୭୨୨।
-
6.କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ, ସାରା ଓଡ଼ିଶା ଠପ୍, ଆନ୍ଦୋଳନ ବେଳେ ୪୮ ଜଣ ଅଟକ,୧୫ ହଜାର କୋଟିର କାରବାର କ୍ଷତି, ସରକାର ୫ଶହ କୋଟିର ଟିକସ ହରାଇଲେ ।
-
7.ମହାନଦୀ ଜଳ ବିବାଦର ସମାଧାନକୁ ନେଇ ଆପୋସ ଆଲୋଚନା ଦିଗରେ ପର୍ଯ୍ୟାପ୍ତ ଅଗ୍ରଗତି ହୋଇଛି। ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ଅନୌପଚାରିକ ଆଲୋଚନା ଆରମ୍ଭ କରିଛନ୍ତି।
-
8.ସ୍ଵଚ୍ଛ ସହର ସ୍ଥାନାଙ୍କରେ ଭୁବନେଶ୍ଵର ଦେଶରେ ୯ମ, ନୋଏଡା ପ୍ରଥମ , ଚଣ୍ଡୀଗଡ଼ ୨ୟ ଏବଂ ମହୀଶୁର ୩ୟ ସ୍ଥାନରେ ରହିଛନ୍ତି।
-
9.କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପାଇଁ ଫିଟିବ ବାଟ, ଅକ୍ଟୋବରରେ ୪ ସିଟ୍ ରେ ପିଜି ଡିପ୍ଲୋମା ପାଇଁ ନାମଲେଖା ସୁଯୋଗ ଦିଆଯିବ ।
-
10.ମୟୂରଭଞ୍ଜ:ବାଘ ଛାଲ ରାକେଟର ଖିଅରେ ,ତାନ୍ତ୍ରିକ ଜାଲରେ ୪୦୦ ମହିଳା, ମୋବାଇଲରୁ ମିଳିଲା ଅଶ୍ଳୀଳ ଫଟୋ।
-
11.ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯ୍ଯାତନା ଓ ଅସଦାଚରଣ ମାମଲା, ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା ଗିରଫ ପରେ ନିଲମ୍ବିତ ହେଲେ ।
-
12.ଛତିଶଗଡ଼ ହାଇକୋର୍ଟ ରାୟ କହିଛନ୍ତି, ‘ ବିବାହ ସ୍ୱାମୀଙ୍କୁ ସ୍ତ୍ରୀଙ୍କ ବ୍ୟକ୍ତିଗତ ସୂଚନା ଜାଣିବାର ଅଧିକାର ଦିଏ ନାହିଁ। ସ୍ବାମୀମାନେ ସ୍ତ୍ରୀଙ୍କୁ କୌଣସି ସୂଚନା ଦେବାକୁ ବାଧ୍ୟ କରି ପାରିବେ ନାହିଁ। ଏହା ସ୍ତ୍ରୀର ଗୋପନୀୟତା ଅଧିକାରର ଉଲ୍ଲଙ୍ଘନ ହୋଇଥାଏ।
-
13.ମହାରାଷ୍ଟ୍ର ବିଧାନସଭା ପରିସରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୁଇ ବିଧାୟକଙ୍କ ସମର୍ଥକମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ପିଟାପିଟି ଦେଖିବାକୁ ମିଳିଥିଲା । ଏହି ଦୁଇ ବିଧାୟକ ହେଲେ ବିଜେପି ବିଧାୟକ ଗୋପୀଚାନ୍ଦ ପାଦଲକର ଏବଂ ଏନସିପି ଶରଦ ଗୋଷ୍ଠୀର ବିଧାୟକ ଜିତେନ୍ଦ୍ର ଆହ୍ବାଦ ।
-
14.ନୂଆଦିଲ୍ଲୀ ପିଲାମାନଙ୍କର ଘରୋଇ ବିଦ୍ୟାଳୟ ଫିସ୍-ରିପୋର୍ଟ ମଧ୍ୟବିତ୍ତଙ୍କ ପକେଟ୍ ଖାଲି କରୁଛି ।
-
15.ଡିଟିସି ବସ୍ରେ ମହିଳାଙ୍କ ମାଗଣା ଯାତ୍ରା ସୁବିଧା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି ଯେ ଏବେ ଏହି ସୁବିଧା କେବଳ ଦିଲ୍ଲୀର ମହିଳାମାନଙ୍କ ପାଇଁ ହେବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.