-
1.ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ନିଟ୍-ୟୁଜି ପରୀକ୍ଷାଫଳ ପ୍ରକାଶ ପାଇଛି। ରାଜସ୍ଥାନର ମହେଶ କୁମାର ଦେଶରେ ଟପର୍ ହୋଇଛନ୍ତି। ଶ୍ରେଷ୍ଠ ୧୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜସ୍ଥାନର ସର୍ବାଧିକ ଛାତ୍ର ରହିଥିବା ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ସୂଚନା ଦିଆଯାଇଛି।
-
2.ଚଳିତଥର ନିଟ୍-ୟୁଜି ପରୀକ୍ଷା ଦେବାକୁ ଓଡ଼ିଶାରୁ ୬୧ ହଜାର ୧୧୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫୯ ହଜାର ୨୩୮ଜଣ ପରୀକ୍ଷା ଦେଇଥିବା ବେଳେ ୩୧ ହଜାର ୬୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶାର ଏକମାତ୍ର ପରୀକ୍ଷାର୍ଥୀ ଭାବେ ସ୍ନେହାଶିଷ ଦାସ ସର୍ବଭାରତୀୟ ସ୍ତରରେ ୬୦ତମ ସ୍ଥାନରେ ରହିବା ସହ ରାଜ୍ୟ ଟପର୍ ହୋଇଛନ୍ତି।
-
3.ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଘୋଷଣା କରିଛି ଯେ, ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ନେଇ ଆକ୍ସମ୍-୪ ଅଭିଯାନ ଏବେ ଜୁନ୍ ୧୯, ୨୦୨୫ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସ୍ ଏକ୍ସ ଫାଲକନ୍ ୯ ରକେଟ୍ରେ ଲଞ୍ଚ ହେବାକୁ ଯାଉଛି।
-
4.ଇସ୍ରାଏଲର ନୂଆ ଆକ୍ରମଣରେ ଇରାନର ଦୁଇ ଜଣ ଉଚ୍ଚପଦସ୍ଥ ଜେନେରାଲ ନିହତ ହୋଇଥିବା ଇରାନ ନିଶ୍ଚିତ କରିଛି। ଶନିବାର ସକାଳେ ତେଲ ଅବିବରେ ଇରାନର କ୍ଷେପଣାସ୍ତ୍ର ଓ ରକେଟ୍ ମାଡ଼ ହୋଇଥିବା ବେଳେ ଜେରୁଜେଲମ୍ ଓ ଇସ୍ରାଏଲର ଅନ୍ୟାନ୍ୟ ସ୍ଥାନରେ ବିେସ୍ଫାରଣ ହୋଇଥିଲା।
-
5.ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେଇ ଇସ୍ରାଏଲ ଆଜି ଚେତାବନୀ ଦେଇଛି ଯେ ଯଦି ତେଲ ଅଭିଭ୍ ଉପରେ ଆକ୍ରମଣ ଜାରି ରହେ ତା’ହେଲେ ତେହରାନ ଜଳିଯିବ।
-
6.ଅଶୋଧିତ ତେଲ (ବ୍ରେଣ୍ଟ୍ କ୍ରୁଡ୍) ଦର କାରବାରର କିଛି ସମୟ ମଧ୍ୟରେ ୧୦ ପ୍ରତିଶତ ବଢ଼ିଯାଇଥିଲା। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଦରରେ କିଛିଟା ହ୍ରାସ ଘଟି ବ୍ୟାରେଲ୍ ପିଛା ଦର ୭୪.୨୩ ଡଲାରରେ ରହିଛି।
-
7.ଏଆଇ ୧୭୧ ବିମାନ ନମ୍ବରକୁ ମଧ୍ୟ ହଟାଇ ଦିଆଯିବ। ଅହମଦାବାଦରୁ ଲଣ୍ଡନ ଗଟୱିକ୍କୁ ଆସନ୍ତା ୧୭ ତାରିଖରୁ ଉଡ଼ାଣ କରିବାକୁ ଥିବା ବିମାନର ନମ୍ବର ଏଆଇ ୧୭୧ ପରିବର୍ତ୍ତେ ଏଆଇ ୧୫୯ ହେବ। ଏଥିପାଇଁ ବିମାନ ଟିକେଟ ବୁକିଂରେ ଆବଶ୍ୟକ ପରିବର୍ତ୍ତନ ଶୁକ୍ରବାରଠାରୁ କରାଯାଇଛି।
-
8.ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରଥଯାତ୍ରା ପରଦିନଠୁ ୨୮ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନେ ଗୁଣ୍ଡିଚା ଯାତ୍ରା କରିବେ। ରତ୍ନଭଣ୍ଡାରର ବାକିଆ କାମ କରିବା ପାଇଁ ଏହା ପ୍ରକୃଷ୍ଟ ସମୟ। ଏହି ଅବଧି ମଧ୍ୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସାରିବାକୁ ଏଏସ୍ଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଡ. ଅରବିନ୍ଦ ପାଢ଼ୀ।
-
9.ଗତବର୍ଷ ତୁଳନାରେ ହୀରାକୁଦ ଜଳଭଣ୍ଡାରରେ ଅଧିକ ପାଣି ରହିଥିବା ସତ୍ତ୍ବେ ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ପାଣି ଛଡ଼ାଯିବାରେ ଏଥର ପ୍ରାୟ ଏକ ସପ୍ତାହ ବିଳମ୍ବ ହୋଇପାରେ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।
-
10.ଓଡ଼ିଶା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ଼ କରିବା ପାଇଁ ନୂଆ ପଦକ୍ଷେପ ନିଆଯାଉଛି। କୋଷ୍ଟଗାର୍ଡ ପକ୍ଷରୁ ଓଡ଼ିଶା ଉପକୂଳରେ ୨ଟି ରାଡାର୍ ଷ୍ଟେସନ୍ ପ୍ରତିଷ୍ଠା କରାଯିବ। ଗୋପାଳପୁରରେ ମୋବାଇଲ୍ ସର୍ଭିଲାନ୍ସ ବ୍ୟବସ୍ଥା ରହିବ ଏବଂ ଭୁବନେଶ୍ବରରେ କୋଷ୍ଟାଲ୍ କମାଣ୍ଡ୍ କେଣ୍ଟ୍ରୋଲ୍ ସିଷ୍ଟମ୍ ଗଠନ କରାଯିବ।
-
11.ରାଜ୍ୟ ସରକାର ୫ବର୍ଷରେ ଦେଢ଼ଲକ୍ଷ ଯୁବକଯୁବତୀଙ୍କୁ ସରକାରୀ ନିଯୁକ୍ତି ଦେବାକୁ ଘୋଷଣା କରିଥିବାବେଳେ ପ୍ରଥମ ବର୍ଷରେ ପ୍ରାୟ ୨୮ହଜାର ନିଯୁକ୍ତି ଦେଇଛନ୍ତି। ଏଥିପାଇଁ ୯ଟି ନିଯୁକ୍ତି ମେଳା ଆଯୋଜନ କରାଯାଇଥିଲା। ରାଜ୍ୟ ସରକାର ଦ୍ବିତୀୟ ବର୍ଷ ଆରମ୍ଭରୁ ପୁଣି ନିଯୁକ୍ତି ମେଳା କରି ୯୬୦ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି।
-
12.ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ଗୃହ ଋଣ ସୁଧ ହାର ହ୍ରାସ କରାଯାଇଛି। ରିଜର୍ଭ ବ୍ୟାଙ୍କ ରେପୋ ହାର ୦.୫୦ ପ୍ରତିଶତ ହ୍ରାସ କରିବା ପରେ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି।
-
13.ଚୀନ୍ର ଏକ ପଦକ୍ଷେପ ବିଶ୍ୱର ବହୁଦେଶ ପାଇଁ ସମସ୍ୟା ସୃଷ୍ଟି କରିଛି। ଏଥି ପାଇଁ ଚୀନ୍ ବହୁ ବର୍ଷ ଧରି ପ୍ରସ୍ତୁତ ହେଉଥିଲା ଏବଂ ଏହାକୁ ଏକ ରଣନୈତିକ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଚାହୁଁଥିଲା। ସୁଯୋଗ ପାଇବା ମାତ୍ରେ, ଚୀନ୍ ରେୟାର ଆର୍ଥ ଚୁମ୍ବକର ରପ୍ତାନି ବନ୍ଦ କରିଦେଇଛି।
-
14.ନାଇଜେରିଆରେ ଗଣହତ୍ୟା। ଅତିକମ୍ରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ ହୋଇଥିବା ସୂଚନା ମିଳିଛି। ନାଇଜେରିଆର ବେନ୍ୟୁ ରାଜ୍ୟରେ ଏଭଳି ଅଘଟଣ ଘଟିଛି।
-
15.କେଦାରନାଥ ନିକଟରେ ରବିବାର ସକାଳେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରଟି କେଦାରନାଥର ଗୌରୀକୁଣ୍ଡ ଜଙ୍ଗଲରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୫ ଯାତ୍ରୀ ଓ ୨ ପାଇଲଟଙ୍କୁ ମିଶାଇ ମୋଟ ୭ ଜଣ ଥିଲେ। ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.