-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ଅନୁସନ୍ଧାନ ସମାରୋହର ପ୍ରଥମ ପର୍ଯ୍ୟାୟରେ ସଶସ୍ତ୍ର ବାହିନୀ, କେନ୍ଦ୍ରୀଯ଼ ସଶସ୍ତ୍ର ପୁଲିସ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ କର୍ମଚାରୀଙ୍କୁ ୪ଟି ମରଣୋତ୍ତର ସମେତ ୬ଟି କୀର୍ତ୍ତି ଚକ୍ର ଏବଂ ୭ଟି ମରଣୋତ୍ତର ସମେତ ୩୩ଟି ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି।
-
2.ଭାରତୀୟ ଲେଖକ, ଓକିଲ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ବାନୁ ମୁସ୍ତାକ ତାଙ୍କ କ୍ଷୁଦ୍ର ଗଳ୍ପ ସଂଗ୍ରହ ‘ହାର୍ଟ ଲ୍ୟାମ୍ପ’ ପାଇଁ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର ଜିତିଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପାଇବାରେ କନ୍ନଡ ଭାଷାରେ ଲିଖିତ ଏହା ହେଉଛି ପ୍ରଥମ ପୁସ୍ତକ। ‘ହାର୍ଟ ଲ୍ୟାମ୍ପ’ର କାହାଣୀଗୁଡ଼ିକୁ ଦୀପା ଭସ୍ତି ଇଂରାଜୀରେ ଅନୁବାଦ କରିଛନ୍ତି।
-
3.ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (ଏସ୍ସିବିଏ) ନିର୍ବାଚନ-୨୦୨୫ରେ ବରିଷ୍ଠ କାର୍ଯ୍ୟନିର୍ବାହୀ ସଦସ୍ୟ ପଦକୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ହୋଇଥିବା ଦୁଇ ଓଡ଼ିଆ ଆଇନଜୀବୀ ହେଲେ ଡ. ଅନିନ୍ଦିତା ପୂଜାରୀ ଓ ଅଶୋକ ପାଣିଗ୍ରାହୀ
-
4. ସାନ୍ ଡିଏଗୋରେ ଆଜି ଏକ ଜନବସତି ଅଞ୍ଚଳରେ ଏକ ଘରୋଇ ବିମାନ ଖସି ପଡ଼ିବା ଫଳରେ ୧୫ ଘର ଜଳିଯାଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି।
-
5.କେରଳରେ କରୋନା ସଂକ୍ରମଣ ବଢ଼ୁଛି। ମେ’ ମାସରେ ଏଯାବତ ରାଜ୍ୟରେ ୧୮୨ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହେଲାଣି। ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି ଏବଂ ମାତ୍ରାଧିକ ସତର୍କତା ଅବଲମ୍ବନ କରିବାପାଇଁ ନାଗରିକଙ୍କୁ ଅନୁରୋଧ କରିଛନ୍ତି।
-
6.ଜମ୍ମୁ କାଶ୍ମୀରର କିସ୍ତୱାଡ଼ରେ ଆଜି ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅନ୍ୟପକ୍ଷେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଯାଇଛନ୍ତି।
-
7.ରୁଷର ପ୍ରତିରକ୍ଷା ମନ୍ତ୍ରଣାଳଯ଼ ଦାବି କରିଛି ଯେ ରୁଷର ବାଯ଼ୁ ପ୍ରତିରକ୍ଷା ପ୍ରଣାଳୀ ମେ’ ୨୨ରେ ୟୁକ୍ରେନର ୧୦୫ଟି ଡ୍ରୋନକୁ ଗୁଳି କରି ଖସାଇ ଦେଇଛି। ଯେଉଁଥିରୁ ୩୫ଟିକୁ ମସ୍କୋ ଉପରେ ଅଟକାଯାଇଥିଲା
-
8.ଜାଲିଆତି କରି ବ୍ୟାଙ୍କରୁ ଋଣ ନେବା ଓ ବେଆଇନ ଭାବେ ବନ୍ଧକ ସଂପତ୍ତି ବିକ୍ରି ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ଥିବା ଜଣେ ମହିଳାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିବା ସହିତ ନିଆରା ସର୍ତ୍ତ କରିଛନ୍ତି। ଜାମିନରେ ଛାଡ଼ ପାଇବା ପରେ ଆବେଦନକାରୀ ମହିଳା କଟକ ଲିଙ୍କ୍ରୋଡ୍ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶାଖା ପରିସରକୁ ଦୁଇ ମାସ ସଫେଇ କରିବେ।
-
9.ପାରାଦୀପର ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ୍ ଆରେଷ୍ଟ୍ କରି ପଶ୍ଚିମବଙ୍ଗର ସାଇବର୍ ଅପରାଧୀ ଗୋଷ୍ଠୀ ତାଙ୍କ ନିକଟରୁ ୭୩ ଲକ୍ଷ ୬୨ ହଜାର ଟଙ୍କା ଠକି ନେଇଛନ୍ତି।
-
10.ଉପକୂଳ ରାଜପଥ ନିର୍ମାଣରେ ପୁଣି କେଁ ପଶିଛି। ଦଶନ୍ଧିରୁ ଅଧିକ ସମୟ ବିତି ଯାଇଥିଲେ ହେଁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଜାତୀୟ ରାଜପଥ କତ୍ତୃର୍ପକ୍ଷ (ଏନ୍ଏଚ୍ଏଆଇ) ଡାକିଥିବା ୪ଟି ପ୍ୟାକେଜ୍ର ଟେଣ୍ଡର ଖୋଲିବା ତାରିଖ ମେ ୨୩ ଥିବା ବେଳେ ଗୋଟିଏ ଦିନ ପୂର୍ବରୁ ସମସ୍ତ ଟେଣ୍ଡରକୁ ପ୍ରଶାସନିକ କାରଣ ଦର୍ଶାଇ ବାତିଲ କରି ଦିଆଯାଇଛି।
-
11.ଆଇଏଏସ ସୁଧାକର ବୁର୍ଗୀ ହେଲେ ଓଡିଶା କର୍ମଚାରୀ ଚୟନ ଆୟୋଗ (ossc)ର ଅଧ୍ୟକ୍ଷ । – ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅବସରପ୍ରାପ୍ତ ଆଇପିଏସ ଅଭୟଙ୍କ ଇସ୍ତଫା ଗୃହୀତ ।
-
12.ଯାଜପୁରରେ ଟାଟା ଷ୍ଟିଲ କଳିଙ୍ଗନଗରର ଦ୍ଵିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଉଦ୍ଘାଟନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେ । ୩ରୁ ୮ ମିଲିଅନ ଟନ୍କୁ ସମ୍ପ୍ରସାରଣ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ।
-
13.ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ । ଦୁହେଁ ବହୁତ ଦିନ ଧରି ଏକାଠି ଅଛନ୍ତି ଏବଂ ଏବେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
14.ମେ’ ୨୦ ତାରିଖରେ ଜଣେ ବ୍ୟକ୍ତି ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ, ଯାହାକୁ ସୁରକ୍ଷାକର୍ମୀମାନେ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ।
-
15.ଏବେ ଆମାଜନ୍ ଡ୍ରୋନ ମାଧ୍ୟମରେ ସ୍ମାର୍ଟଫୋନ ବିତରଣ କରିବା ଆରମ୍ଭ କରିଛି। ୬୦ ମିନିଟ୍ କିମ୍ବା ତା’ଠାରୁ କମ୍ ସମୟରେ ଡେଲିଭରି କରାଯିବ ବୋଲି କମ୍ପାନୀ ଦାବି କରିଛି । କମ୍ପାନୀ ଏବେ ଡ୍ରୋନ୍ ମାଧ୍ୟମରେ ଘରେ ଘରେ ଆଇଫୋନ୍, ସାମ୍ସଙ୍ଗ ଗାଲାକ୍ସି ସ୍ମାର୍ଟଫୋନ୍, ଆପେଲ୍ ଏୟାର ଟ୍ୟାଗ୍, ଏୟାର ପୋଡସ୍,ରିଙ୍ଗ ଡୋର୍ ବେଲ୍ ଭଳି ଗ୍ୟାଜେଟ୍ ପହଞ୍ଚାଉଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
