• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ଗୁରୁବାର ପ୍ରତ୍ୟୁଷରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଜୈସ୍‌-ଏ-ମହମ୍ମଦର ତିନି ଜଣ ଅଜଣା ଆତଙ୍କବାଦୀ ନିହତ ହୋଇଛନ୍ତି।

  2. 2.ବଲୋଚ ନେତାମାନେ ବଲୁଚିସ୍ତାନକୁ ପାକିସ୍ତାନଠାରୁ ସ୍ଵାଧୀନ ଘୋଷଣା କରିଛନ୍ତି। ବରିଷ୍ଠ ବଲୋଚ ନେତା ମୀର୍‌ ୟାର୍ ବଲୋଚ ବୁଧବାର ଏହି ଅଞ୍ଚଳରେ ଦଶନ୍ଧି ଧରି ଚାଲିଥିବା ହିଂସା, ଜବରଦସ୍ତ ନିଖୋଜ ଓ ମାନବାଧିକାର ଉଲ୍ଲଂଘନକୁ ଦର୍ଶାଇ ପାକିସ୍ତାନରୁ ସ୍ୱାଧୀନତା ଘୋଷଣା କରିଛନ୍ତି।

  3. 3.ତୁର୍କୀ  ୩୫୦ରୁ ଅଧିକ ଡ୍ରୋନ୍ ଦ୍ୱାରା ଭାରତ ବିରୋଧରେ ଯୁଦ୍ଧରେ ପାକିସ୍ତାନକୁ ସାହାଯ୍ୟ କରିବା ସହ  ଅପରେଟର୍‌ମାନଙ୍କୁ ମଧ୍ୟ ପାକିସ୍ତାନ ପଠାଇଥିଲେ। 

  4. 4.କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ଅପମାନଜନକ, ସାମ୍ପ୍ରଦାୟିକ ଓ ଲିଙ୍ଗଗତ ମନ୍ତବ୍ୟ ଦେଇଥିବା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିବାକୁ ରାଜ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  5. 5.ରାଷ୍ଟ୍ରପତି ଶାସନ ବଳବତ୍ତର ଥବା ମଣିପୁରର ବିଭିନ୍ନ ସ୍ଥାନରେ ପୁଲିସ ଓ ସେନାବାହିନୀର ମିଳିତ ଚଢ଼ଉରେ ୧୮ ଉଗ୍ରବାଦୀ ଗିରଫ ହୋଇଥିବା ବେଳେ ବିପୁଳ ପରିମାଣରେ  ଅସ୍ତ୍ରଶସ୍ତ୍ର ଓ  ନିଶା ସାମଗ୍ରୀ ଜବତ କରାଯାଇଛି। 

  6. 6. ଅପରେସନ ସିନ୍ଦୂର ସମୟରେ ଭାରତୀୟ ନୌସେନା କରାଚୀ ନିକଟରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ସମେତ ୩୬ଟି ଆଗଧାଡ଼ିର ନୌସେନା ଜାହାଜ ଓ ଅନେକ ବୁଡ଼ାଜାହାଜ ମୁତୟନ କରିଥିଲା। ଆରବ ସାଗରରେ ୮ରୁ ୧୦ଟି ଯୁଦ୍ଧ ଜାହାଜ ସହ କ୍ୟାରିୟର ବ୍ୟାଟେଲ ଗ୍ରୁପ୍ ଆଇଏନ୍ଏସ୍ ବିକ୍ରାନ୍ତ ମୁତୟନ ହୋଇଥିବା ସୂଚନା ମିଳିଛି।

  7. 7.ଆଇଜି ଡ୍ରୋନ୍ସ, ବନ୍‌ଭି ଏରୋ ଓ ଆନାଡ୍ରୋନ୍‌ ସିଷ୍ଟମ୍‌ସ ଭଳି ଓଡ଼ିଆ ଉଦ୍ୟୋଗୀଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ଷ୍ଟାର୍ଟଅପ୍ ସେନାକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଶକ୍ତିଶାଳୀ ଡ୍ରୋନ୍ ଯୋଗାଇବାରେ ଆଗରେ ରହିଛନ୍ତି। 

  8. 8.ଉତ୍ତର ପ୍ରଦେଶର ଜେୱାରରେ ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟକୁ ଅନୁମୋଦନ କରିଛନ୍ତି। 

  9. 9.ଚଳିତ ବର୍ଷର ଏପ୍ରିଲ୍ ମାସରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୨.୫୦ ପ୍ରତିଶତକୁ ହ୍ରାସ ପାଇଛି। ମାସକ ପୂର୍ବରୁ ତାହା ୩.୨୧ ପ୍ରତିଶତ ଥିଲା। ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଦରଦାମ୍‌ ସ୍ଥିତିରେ ସୁଧାର ଘଟିଛି। ଗ୍ରାମୀଣ ମୁଦ୍ରାସ୍ଫୀତି ହାର ୨.୫୭ ପ୍ରତିଶତକୁ ଓ ସହରାଞ୍ଚଳ ମୁଦ୍ରାସ୍ଫୀତି ୨.୨୫ ପ୍ରତିଶତକୁ ହ୍ରାସ ପାଇଛି। 

  10. 10.ମୟୂରଭଞ୍ଜ ଜିଲାର ଜଶୀପୁର ବ୍ଲକର ଅଁଳାବେଣୀ ଗ୍ରାମରେ ଖଇରିବନ୍ଧନ ନଦୀ ଉପରେ ଖଇରିବନ୍ଧନ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୯୭,୬୭,୯୮,୭୫୫/- ଟଙ୍କାର ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି।

  11. 11.ଆରକ୍ଷଣ ନୀତି ଅନୁସାରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (SEBC) ର ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖାରେ ୧୧.୨୫% ଆସନ ସଂରକ୍ଷଣ ଲାଗୁ କରାଯିବ। ଏହି ନୀତି ଚଳିତ ଶିକ୍ଷାବର୍ଷ ୨୦୨୫–୨୬ ରୁ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଚଳନ କରାଯିବ।

  12. 12.ଭାରତ ସଫଳତାର ସହ ଏକ ନୂଆ କମ୍ ମୂଲ୍ୟର କାଉଣ୍ଟର-ଡ୍ରୋନ ସିଷ୍ଟମ ‘ଭାର୍ଗବାସ୍ତ୍ର’ର ପରୀକ୍ଷଣ କରିଛି, ଯାହା ବୃଦ୍ଧି ପାଉଥିବା ଡ୍ରୋନ ସ୍ୱାର୍ମର ବିପଦକୁ ମୁକାବିଲା କରିବାରେ ଏକ ଗୁରୁତ୍ୱପୂର୍ଣ ଅଗ୍ରଗତି ଅଟେ।

  13. 13.ଜାତୀୟ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (JNU) ତୁର୍କୀର ଇନୋନୁ ବିଶ୍ୱବିଦ୍ୟାଳୟ ସହିତ ଥିବା ଶୈକ୍ଷିକ ଚୁକ୍ତିନାମା (MoU) ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

  14. 14.୨୦୨୫ ଏପ୍ରିଲ ୧ରୁ ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଝିଅ ଜନ୍ମ ହେଲେ ମା’ଙ୍କୁ ମିଳିବ ୧୨ ହଜାର ଟଙ୍କା।

  15. 15.ପ୍ରଫେସର ଡାକ୍ତର ଗୌତମ ଶତପଥୀ କଟକ ବଡ ମେଡିକାଲ ଭାରପ୍ରାପ୍ତ ଅଧିକ୍ଷକ ନିଯୁକ୍ତ ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.