- 1. ଗଣତନ୍ତ୍ରର ତିନୋଟି ସ୍ତମ୍ଭ ନ୍ୟାୟପାଳିକା, ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ସମାନ। ପ୍ରତ୍ୟେକ ସାମ୍ବିଧାନିକ ଅନୁଷ୍ଠାନ ଅନ୍ୟ ଅନୁଷ୍ଠାନ ପ୍ରତି ଦାୟିତ୍ବବୋଧ ଏବଂ ସମ୍ମାନ ପ୍ରଦର୍ଶନ କରିବା ଉଚିତ ବୋଲି ବାର୍ କାଉନସିଲ୍ ଅଫ୍ ମହାରାଷ୍ଟ୍ର ଏବଂ ଗୋଆ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି କହିଛନ୍ତି.
- 2.ଆମେରିକୀୟ ଡାକ୍ତରମାନଙ୍କର ଏକ ଦଳ ବିଶ୍ୱର ପ୍ରଥମ ମାନବ ମୂତ୍ରାଶୟ ପ୍ରତିରୋପଣ କରିଛନ୍ତି। ଦକ୍ଷିଣ କାଲିଫର୍ଣ୍ଣିଆର ଡାକ୍ତରମାନେ ପ୍ରଥମ ମାନବ ମୂତ୍ରାଶୟ ପ୍ରତିରୋପଣ କରିଛନ୍ତି, ଯାହା ଦୁର୍ବଳ ମୂତ୍ରାଶୟ ରୋଗ ଥିବା ଲୋକଙ୍କ ପାଇଁ ଆଶା ସଂଚାର କରିଛି।
- 3.ଭାରତରୁ ଲସ୍ଏଞ୍ଜେଲ୍ସ, ସାନ୍ ଫ୍ରାନ୍ସିସ୍କୋ ଓ ଆଟଲାଣ୍ଟା ବିମାନବନ୍ଦରରେ ୧୫ କଣ୍ଟେନରରେ ପହଞ୍ଚତ୍ଥିବା ଆମ୍ବକୁ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
- 4.ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନକୁ ୧ ବିଲିୟନ ଡଲାର ବେଲଆଉଟ ପ୍ୟାକେଜ ଘୋଷଣା କରିଛି। ବେଲଆଉଟ ପ୍ୟାକେଜର ପରବର୍ତ୍ତୀ ପର୍ଯ୍ୟାୟ ଜାରି କରିବା ପାଇଁ IMF ପାକିସ୍ତାନ ଉପରେ ୧୧ଟି ନୂତନ ସର୍ତ୍ତ ରଖିଛି। ଏହା ସହିତ, IMF ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି।
- 5. ଅଣ-ନାଗରିକମାନଙ୍କ ଦ୍ୱାରା ବିଦେଶକୁ ପଠାଯାଉଥିବା ଅର୍ଥ ଉପରେ ୫ ପ୍ରତିଶତ ଟିକସ ଲାଗୁ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ନେଇ ଭାରତରେ ଚିନ୍ତା ବଢ଼ିବାରେ ଲାଗିଛି।ଏହା ଭାରତୀୟ ପରିବାର ଏବଂ ବିଦେଶୀ ମୁଦ୍ରା ଭଣ୍ଡାରକୁ ବିପୁଳ କ୍ଷତି ପହଞ୍ଚାଇପାରେ।
- 6. ୨୦୦୬ ମସିହାରେ ନାଗପୁରରେ ଆରଏସଏସ ମୁଖ୍ୟାଳୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଲସ୍କର-ଏ-ତୈବା କମାଣ୍ଡର ଅବୁ ସୈଫୁଲ୍ଲା ପାକିସ୍ତାନରେ ନିହତ ହୋଇଛି ।
- 7.କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ହେତୁ ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲି ଖାନ ମହମୁଦାବାଦଙ୍କୁ ଗିରଫ କରାଯାଇଛି।
- 8.ଚଳିତ ବର୍ଷର ସଂସଦ ରତ୍ନ ପୁରସ୍କାର ୨୦୨୫ ଦେଶର ୧୭ ଜଣ ସାଂସଦଙ୍କ ପାଇଁ ଘୋଷଣା କରାଯାଇଛି। ସେମାନ ମଧ୍ୟରୁ ମହାରାଷ୍ଟ୍ରର ୭ ଜଣ ସାଂସଦ ଏହି ପୁରସ୍କାର ପାଇବେ।
- 9.ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ବଡ଼ ଅଗ୍ନିକାଣ୍ଡ ଘଟି ଚାରମିନାର ଅଞ୍ଚଳର ଗୁଲଜାର ହାଉସ୍ ନିକଟରେ ଥିବା ଏକ କୋଠାରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।
- 10.ବୌଦ୍ଧ ଜିଲ୍ଲାବାସୀଙ୍କୁ ଉନ୍ନତ ଗମନାଗମନ ସୁବିଧା ଉପଲବ୍ଧ କରିବା ପାଇଁ ପ୍ରାୟ ୨୮ କୋଟି ଟଙ୍କା ମୂଲ୍ୟର ସଡ଼କ ପ୍ରକଳ୍ପ ପାଇଁ ନିକଟରେ ଶିଳାନ୍ୟାସ ଦିଆଯାଇଛି ।
- 11.ଜର୍ମାନୀରେ ବିନା ପାଇଲଟରେ ଉଡ଼ୁଥିଲା ବିମାନ। ଯାତ୍ରୀଙ୍କୁ ନ ଥିଲା ସୂଚନା । ବିମାନରେ ୨୦୦ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ କୌଣସି ଦୁର୍ଘଟଣା ଘଟି ନ ଥିଲା।
- 12.ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଶାଖା ଖୋଲିବ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଭୁବନେଶ୍ୱର ଏନଆଇଏ ଶାଖା ପ୍ରାରମ୍ଭିକ ଭାବେ ଭିଏସଏସ ନଗରରେ କାମ କରିବ।
- 13.ଭାରତର ପ୍ରଥମ ପରମାଣୁ ପରୀକ୍ଷଣର ୫୧ ତମ ବାର୍ଷିକୀ। ୧୯୭୪ ମେ’ ୧୮ରେ, ଦେଶ ପୋଖରାନରେ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା।
- 14.କୋରାପୁଟ ଜିଲା ନାରାୟଣପାଟଣାରେ କାଳବୈଶାଖୀ ଯୋଗୁ ରବିବାର ବର୍ଷା ପବନ ହୋଇଛି। ନାରାୟଣପାଟଣା ବ୍ଲକ୍ ଉପରଗୁମାଣ୍ଡି ଗାଁରେ ବଜ୍ରପାତ ଘଟି ୨୦ଟି ଛେଳି ମରିପଡିଥିବା ଜଣାପଡିଛି।
- 15.ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବଂ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ମଧ୍ୟରେ ଡେଟିଂ ଗୁଜବ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି।
- 16.ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୦ତମ ମ୍ୟାଚରେ ଦିଲ୍ଲୀକୁ ୧୦ ଓ୍ବିକେଟରେ ହରାଇ ଦେଇ ପ୍ଲେଅପରେ ନିଜ ସ୍ଥାନ ସୁରକ୍ଷିତ କରିଛି । ୨୦୦ ରନର ଲକ୍ଷ୍ୟକୁ ଗୁଜରାଟ ୧୯ତମ ଓଭରରେ ହାସଲ କରିନେଇଥିଲା
- 17.ଭାରତ-ପାକିସ୍ତାନ ଅସ୍ତ୍ରବିରତି ଆଜି ଶେଷ ହୋଇଥିବା ବେଳେ ଏହାକୁ ନେଇ ତତ୍କାଳ ସାମରିକ ଅପରେସନ୍ ମହାନିର୍ଦେଶକ (ଡିଜିଏମ୍ଓ)ସ୍ତରୀୟ ଆଲୋଚନା ହେବନାହିଁ ବୋଲି ଜଣାପଡ଼ିଛି। ଅସ୍ତ୍ରବିରତିକୁ ନେଇ ସେନା ସ୍ପଷ୍ଟ କରିଛି ଯେ, ମେ ୧୨ରେ ଡିଜିଏମ୍ଓ-ସ୍ତରୀୟ ଆଲୋଚନା ହୋଇଥିଲା ଏବଂ ଶତ୍ରୁତା ବନ୍ଦ କରିବା ପାଇଁ ହୋଇଥିବା ଚୁକ୍ତିର ‘କୌଣସି ଅବଧି ନାହିଁ’।
- 18.ମାୟାବତୀ ଆକାଶ ଆନନ୍ଦଙ୍କୁ ଦଳର ମୁଖ୍ୟ ଜାତୀୟ ସଂଯୋଜକ କରିବାକୁ ଘୋଷଣା କରିଛନ୍ତି। ତାଙ୍କୁ ଜଣେ ଷ୍ଟାର ପ୍ରଚାରକ ମଧ୍ୟ କରିଛନ୍ତି। ଆକାଶ ଆନନ୍ଦଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ବିଏସ୍ପି ମୁଖ୍ୟ ଏକ ନୂତନ ପଦବୀ ସୃଷ୍ଟି କରିଥିଲେ। ଏହା ପୂର୍ବରୁ ବିଏସ୍ପିରେ ମୁଖ୍ୟ ସଂଯୋଜକ ପଦବୀ ଥିଲା।
- 19.ତୁର୍କୀ ଦ୍ୱାରା ସମର୍ଥିତ ଏକ ବାଂଲାଦେଶୀ ଇସଲାମିକ ଗୋଷ୍ଠୀ ‘ସଲତାନାତ-ଏ-ବାଂଲା’ ନାମକ ସଂଗଠନ ଏକ ବିଵାଦୀୟ ‘ଗ୍ରେଟର ବାଂଲାଦେଶ’ ମାନଚିତ୍ର ପ୍ରକାଶ କରିଛି । ଏହି ମାନଚିତ୍ରରେ ଭାରତର ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳ (ଆସମ, ତ୍ରିପୁରା ଆଦି) ରାଜ୍ୟଗୁଡ଼ିକୁ ‘ଗ୍ରେଟର ବାଂଲାଦେଶ’ର ଅଂଶ ଭାବେ ଦର୍ଶାଯାଇଛି।
- 20.ସ୍ପୋଟିଫାଇ, ଏକ ଜଣାଶୁଣା ମ୍ୟୁଜିକ ଓ ପଡ଼କାଷ୍ଟ ଷ୍ଟ୍ରିମିଂ ପ୍ଲାଟଫର୍ମ, ନକଲି ପଡ଼କାଷ୍ଟ ହୋଷ୍ଟିଂ କରି ନିଶାଯୁକ୍ତ ଔଷଧ ବିକ୍ରି ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.