• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ବୟସ ୧୦ ବର୍ଷ ଅତିକ୍ରମ କରିଥିବା ପିଲାମାନେ ସ୍ବାଧୀନ ଭାବେ ନିଜର ସଞ୍ଚୟ ଓ ମିଆଦୀ ବ୍ୟାଙ୍କ ଖାତା ଖୋଲିପାରିବେ ଓ ତାହାକୁ ପରିଚାଳନା କରିପାରିବେ। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁମତି ଦେଇଛନ୍ତି। ‌ତେବେ ବ୍ୟାଙ୍କ ଖାତା ଖୋଲୁଥିବା ପିଲାମାନେ ପ୍ରାପ୍ତବୟସ୍କ ହେବା ପରେ ସେମାନଙ୍କ ଦସ୍ତଖତ ଆଦି ସଂଗ୍ରହ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। 

  2. 2.ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ରାଜଧାନୀ ବାହାରେ ସମ୍ବଲପୁରରେ ହୋଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ୧୦ ଜଣ ମନ୍ତ୍ରୀ, ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ, ସମସ୍ୟା ଶୁଣିଥିଲେ।

  3. 3.ରୋମାନ୍ କ୍ୟାଥଲିକ୍ ଚର୍ଚ୍ଚର ୨୬୬ତମ ପୋପ୍ ଫ୍ରାନ୍ସିସଙ୍କର ସୋମବାର ୮୮ ବର୍ଷ ବୟସରେ ପରଲୋକ ଘଟିଛି। ଖ୍ରୀଷ୍ଟିଆନ ଧର୍ମର ବୃହତ୍ତମ ଶାଖାର ନେତା ଭାବରେ ପୋପ୍ ଫ୍ରାନ୍ସିସ୍ ବିଶ୍ୱର ୧.୪ ବିଲିୟନ ଲୋକଙ୍କ ଆଧ୍ୟାତ୍ମିକ ମୁଖ୍ୟ ଥିଲେ।

  4. 4.ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସୋମବାର ଦିନ ଭାରତ ଗସ୍ତରେ ଆସି ଦିଲ୍ଲୀରେ ଅବତରଣ କରିଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ।

  5. 5.ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ମହମ୍ମଦ ଆସିଫ କହିଛନ୍ତି ଯେ, ସାଉଦି ଆରବ ୪,୭୦୦ ରୁ ଅଧିକ ପାକିସ୍ତାନୀ ଭିକାରିଙ୍କୁ ଗିରଫ କରି ଦେଶାନ୍ତର କରିଛି।

  6. 6.ସୋମବାର ଇତିହାସ ରଚି ଇସ୍ରୋ ମହାକାଶ କ୍ଷେତ୍ରରେ ଆଉ ଏକ ଉପଲବ୍ଧି ହାସଲ କରିଛି । ଇସ୍ରୋ ୨ଟି ଉପଗ୍ରହକୁ ସଲଗ୍ନ କରିବା(ସ୍ପେଡେକ୍ସ) ମିଶନରେ ଦ୍ବିତୀୟ ଥର ଉପଗ୍ରହର ଡକିଂ ସଫଳତାପୂର୍ବକ ପୁରା କରିଛି।

  7. 7.ବିଜେପି ସାଂସଦ ନିଶିକାନ୍ତ ଦୁବେ  ‘ଭାରତରେ ସମସ୍ତ ଗୃହଯୁଦ୍ଧ ପାଇଁ ପ୍ରଧାନବିଚାରପତି ଦାୟୀ’ ବୋଲି କହିଥିଲେ। ସାଂସଦଙ୍କ ଏହି ମନ୍ତବ୍ୟ ବିରୋଧରେ ଆଗତ ଏକ ଆବେଦନର ଶୁଣାଣି କରି ଏଜିଙ୍କ ଦ୍ବାରସ୍ଥ ହେବାକୁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  8. 8. କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। 

  9. 9.ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଓମୁକ୍ତ ହେବ ଭାରତ । ଏହି ସଂକଳ୍ପକୁ ପୂରା କରିବାକୁ ରାତି ଦିନ ଏକ କରିଦେଇଛନ୍ତି ପୋଲିସ ଓ ଯବାନମାନେ । ସବୁଦିନ ଜଙ୍ଗଲରେ ଅପରେସନ କରି ମାଓବାଦୀଙ୍କୁ ମାରି ଗଡାଉଛନ୍ତି ଆଉ ମାଓବାଦକୁ ଚେକ୍ ଦେଉଛନ୍ତି । 

  10. 10.କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଫେବ୍ରୁଆରି ୨୦୨୫ ପାଇଁ ଅସ୍ଥାୟୀ ପେରୋଲ ଡାଟା ଜାରି କରିଛି, ଯେଉଁଥିରେ ୧୬.୧୦ ଲକ୍ଷ ସଦସ୍ୟ ସାମିଲ ହୋଇଥିବା ଜଣାପଡିଛି। ଗତ ଫେବୃଆରୀ ୨୦୨୪ ତୁଳନାରେ ନିଟ୍ ପେରୋଲ ସଂଯୋଗରେ ୩.୯୯% ବୃଦ୍ଧି ଘଟିଛି, ଯାହା ନିଯୁକ୍ତି ସୁଯୋଗ ବୃଦ୍ଧି ଏବଂ କର୍ମଚାରୀ ସୁବିଧା ବିଷୟରେ ଅଗ୍ରଗତି ହୋଇଥିବା ସୂଚାଉଛି।

  11. 11.ବିଏସଏନଏଲ୍ ସିମ୍ କାର୍ଡ ବୁକ୍ କରିବାର ୯୦ ମିନିଟ୍ ମଧ୍ୟରେ ଏହି ସିମ୍ କାର୍ଡ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଯିବ। ଆପଣଙ୍କୁ କହିରଖୁଛୁ ଯେ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଦ୍ରୁତ ଗତିରେ ସାରା ଦେଶରେ ନିଜର ୪ଜି ନେଟୱାର୍କ ବିସ୍ତାର କରୁଛି।

  12. 12.ଦିଲ୍ଲୀ ମେୟର ନିର୍ବାଚନରୁ ଦୂରେଇ ରହିବ ଆମ ଆଦମୀ ପାର୍ଟି(ଆପ୍‌)। ଦଳ ନିର୍ବାନରେ ଅଂଶଗ୍ରହଣ କରିବ ନାହିଁ ବୋଲି ସୋମବାର ଘୋଷଣା କରିଛି। ଆପ୍‌ର ଏହି ଘୋଷଣା ପରେ ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ନିୟନ୍ତ୍ରଣ ବିଜେପି କବଜାକୁ ଯିବା ସ୍ପଷ୍ଟ ହୋଇଛି।

  13. 13.ପଶ୍ଚିମ ବଙ୍ଗରେ ପ୍ରାୟ ୩୨,୦୦୦ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନର ଶୁଣାଣି କରିବେ କଲକତା ହାଇକୋର୍ଟ। ଏହି ମାମଲାର ଶୁଣାଣି ଏପ୍ରିଲ ୨୮ରେ କଲକତା ହାଇକୋର୍ଟ କରିବେ ବୋଲି ସୂଚନା ମିଳିଛି।

  14. 14.ଭିଲ ସେବା ପରୀକ୍ଷାରେ ଠକେଇ ଏବଂ ଭୁଲ ଭାବରେ ଓବିସି ଏବଂ ଅକ୍ଷମତା କୋଟା ଲାଭ ପାଇବା ଅଭିଯୋଗରେ ଅଭିଯୁକ୍ତ ପୂର୍ବତନ ଆଇଏଏସ ପ୍ରୋବେସନର ପୂଜା ଖେଡକରଙ୍କୁ ମେ ୨ରେ ଦିଲ୍ଲୀ ପୁଲିସ ସମ୍ମୁଖରେ ହାଜର ହେବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି।

  15. 15.ଭାରତୀୟ କ୍ରିକେଟର ଉଦୀୟମାନ ତାରକା ମୁଶିର ଖାନଙ୍କୁ ମିଳିଲା ସ୍ବତନ୍ତ୍ର ଉପହାର। କିଙ୍ଗ ବିରାଟ କୋହଲିଙ୍କଠାରୁ ଉପହାର ପାଇ ଖସିରେ ଗଦଗଦ ହେଲେ ମୁଶିର।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.