-
1.ଜାତୀୟ ବଜାରଠାରୁ ଓଡ଼ିଶାରେ ଦରଦାମ୍ କମ୍ ହୋଇଛି। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ କହୁଛି ଯେ ଚଳିତ ବର୍ଷ ମାର୍ଚ୍ଚରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୩.୧ ପ୍ରତିଶତକୁ ହ୍ରାସ ପାଇଛି। ତାହା ଜାତୀୟ ହାର ୩.୩୪ ପ୍ରତିଶତଠାରୁ କମ୍।
-
2.ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନୂଆ ଆଇନର ବିଭିନ୍ନ ବ୍ୟବସ୍ଥା, ବିଶେଷକରି ‘ଵକଫ୍ ବାଇ ୟୁଜର’ ସମ୍ପତ୍ତି ଉପରେ ଅନେକ ପ୍ରଶ୍ନ ପଚାରିଛନ୍ତି। ସେଣ୍ଟ୍ରାଲ ଵକଫ୍ କାଉନସିଲରେ ଅଣମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରିବାର ବ୍ୟବସ୍ଥା ଉପରେ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଥିଲେ ଏବଂ ସରକାରଙ୍କୁ ପଚାରିଥିଲେ ଯେ ମୁସଲମାନମାନଙ୍କୁ ହିନ୍ଦୁ ଏଣ୍ଡାଓମେଣ୍ଟ ବୋର୍ଡର ଅଂଶ ହେବାକୁ ଅନୁମତି ଦିଆଯିବ କି ?
-
3.ବୁଧବାର ଭୋର ୪ଟା ୪୩ ମିନିଟ ସମୟରେ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୁପୃଷ୍ଠରୁ ୭୫ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ରହିଛି ୫.୯ ।
-
4.ନ୍ୟାସନାଲ କନ୍ଫରେନ୍ସ (ଏନ୍ସି) ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଧାରା ୩୭୦ ଉଚ୍ଛେଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଭିତିରିଆ ସମର୍ଥନ କରିଥିଲେ କିନ୍ତୁ ଏହାକୁ ସର୍ବସାଧାରଣରେ ଲୋକ ଦେଖାଣିଆ ବିରୋଧ କରିଥିଲେ। ଭାରତର ଗୁଇନ୍ଦା ସଂସ୍ଥା ‘ର’ର ପୂର୍ବତନ ମୁଖ୍ୟ ଏଏସ୍ ଦୁଲତ ତାଙ୍କ ନୂଆ ପୁସ୍ତକ ‘ଦ ଚିଫ୍ ମିନିଷ୍ଟର ଆଣ୍ଡ୍ ଦ ସ୍ପାଇ’ (ମୁଖ୍ୟମନ୍ତ୍ରୀ ଓ ଗୁପ୍ତଚର)ରେ ଏପରି ଦାବି କରିଛନ୍ତି।
-
5.ଓଡ଼ିଶାରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆପୋଲୋ ଗ୍ରିନ୍ ଏନର୍ଜି ୪୫୦୦ କୋଟି ଟଙ୍କା ନିବେଶ କରିବାକୁ ଆଗ୍ରହ ଦେଖାଇଛି। ବର୍ତ୍ତମାନ କମ୍ପାନି ଗଞ୍ଜାମରେ ୧୫୧ କୋଟି ଟଙ୍କା ନିବେଶରେ ୫୪ ମେଗାୱାଟ୍ ବିଶିଷ୍ଟ ଏକ ସୌର ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରୁଛି। ରାଜ୍ୟର ଅନ୍ୟ ସ୍ଥାନରେ ସେହି ଧରଣର ପ୍ରକଳ୍ପ ବିକାଶ କରିବାକୁ କମ୍ପାନି ଆଗ୍ରହ ପ୍ରକାଶ କରିଛି।
-
6.ଚୀନ୍ର ଜଣେ ମହିଳା ଗୁପ୍ତଚର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଶକ୍ତ ଧକ୍କା ଦେଇଛନ୍ତି। କୁହାଯାଉଛି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏହି ମହିଳା ୩ ଲକ୍ଷ ଗୁପ୍ତ ଫାଇଲ୍ ଗାଏବ କରିଦେଇଛନ୍ତି। ଏହି ଖବର ପ୍ରକାଶ ପାଇବା ମାତ୍ରେ ଚୀନ୍ରେ ଆତଙ୍କ ସୃଷ୍ଟି ହୋଇଛି।
-
7.ଆମେରିକା ଏବଂ ଚୀନ ମଧ୍ୟରେ ତାରିଫ ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି। ଚୀନ ଉପରେ ୨୪୫% ତାରିଫ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଏହା ୧୪୫% ରହିଥିଲା।
-
8.ଭାରତର ଆଗାମୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଭୂଷଣ ଆର ଗଭାଇଙ୍କ ନାମକୁ ପ୍ରସ୍ତାବ ଦିଆଇଛି। ଗଭାଇଙ୍କ ନାମକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଇନ ମନ୍ତ୍ରଣାଳୟକୁ ସୁପାରିସ ପଠାଯାଇଛି। ବର୍ତ୍ତମାନ ଭାରତର ପ୍ରଧାନ ବିଚାରପତି ଥିବା ସଞ୍ଜୀବ ଖାନ୍ନା ଆଗାମୀ ମେ ୧୩ ତାରିଖରେ ଅବସର ନେବାକୁ ଯାଉଛନ୍ତି।
-
9. ମହାରାଷ୍ଟ୍ରର ଏକ ମ୍ୟୁନିସିପାଲିଟିର ସାଇନବୋର୍ଡରେ ଉର୍ଦ୍ଦୁ ଭାଷା ବ୍ୟବହାରକୁ ବିରୋଧ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଚେତାବନୀ ଦେଇଛନ୍ତି, ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ ଏବଂ ଭାରତର ଭାଷାଗତ ବିବିଧତାକୁ ପ୍ରଶଂସା କରାଯିବା ଉଚିତ।
-
10.ସୁନା ଦର ଗତଦୁଇ ଦିନ କମ୍ ହେବା ପରେ ବୁଧବାର ପୁଣି ମହଙ୍ଗା ହୋଇଛି। ଗୋଟିଏ ଦିନରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୯୫୦ ଟଙ୍କା ବଢ଼ିଥିବା ବେଳେ ୨୪ କ୍ୟାରେଟ୍ ସୁନା ୯୯୦ ଟଙ୍କା ମହଙ୍ଗା ହୋଇଛି। ଏହି ଦରବୃଦ୍ଧି ପରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୮,୧୫୦ ଟଙ୍କାକୁ ଏବଂ ୨୪ କ୍ୟାରେଟ୍ ସୁନା ଦାମ୍ ୯୬,୧୭୦ ଟଙ୍କାକୁ ବୃଦ୍ଧି ପାଇଛି।
-
11.ଦିନିକିଆ ରାଜ୍ୟ ଗସ୍ତରେ ଆସୁଥିବା ଗଡ଼କରୀ ୪ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବା ସହ ରାଜ୍ୟରେ ଚାଲିଥିବା ରାଜପଥ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
-
12.ଅଧ୍ୟାପକ, ଛାତ୍ର ଓ ପୂର୍ବତନ ଛାତ୍ର ସମାଜ ଶୈକ୍ଷିକ ଉତ୍କର୍ଷତା, ବୈଜ୍ଞାନିକ ଭାବନା ଏବଂ ମାନବିକ ମୂଲ୍ୟବୋଧର ଆଲୋକବର୍ତ୍ତିକା ହେବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି।
-
13.ଓଡିଶାର ୬ ଜିଲା—କେନ୍ଦୁଝର,ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା ଏବଂ ମୟୂରଭଞ୍ଜ—ଓଡ଼ିଶାର ଖଣିଜ ଉତ୍ପାଦନରେ ମୁଖ୍ୟ ଭୂମିକା ନିର୍ବାହ କରନ୍ତି। ଏହି ଜିଲାଗୁଡ଼ିକର ଖଣିଜ ସମ୍ପଦ ରାଜ୍ୟ ତଥା ଦେଶର ଇସ୍ପାତ, ଶକ୍ତି ଏବଂ ଅଲୁମିନିୟମ ଶିଳ୍ପକୁ ଶକ୍ତି ଯୋଗାଇଥାଏ।
-
14.ହେମଗିରି ତହସିଲ ଅଧୀନ କନିକା ନିକଟସ୍ଥ ଜଙ୍ଗଲରେ ଦୁଇଟି ସ୍ଥାନରେ ବେଆଇନ୍ ଭାବେ ପରିଚାଳିତ ହେଉଥିବା ଆର୍ଯ୍ୟନ କୋଲ୍ ୱାସେରିକୁ ପ୍ରଶାସନ ସିଲ୍ କରିଦେଇଛି। ଆର୍ଯ୍ୟନ କୋଲ୍ ୱାସେରିର ପାହାଡ଼ ଉଚ୍ଚର ହଜାର ହଜାର ଟନ୍ ବେଆଇନ କୋଇଲା କାରବାର ନେଇ ଅଭିଯୋଗ ହେଲା ପରେ ପ୍ରଶାସନ ଏହାକୁ ନିର୍ଦ୍ଧାରିତ ସମୟରେ ଠାବ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି।
-
15.ଓଡିଶା କଲ ସେଣ୍ଟର ମାଧ୍ୟମରେ ରୋଗୀ ପରିବାର ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ କରି ମୃତଦେହକୁ ଠିକ୍ ସମୟରେ ଏବଂ ସୁବିଧାରେ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚା ଯାଇ ପାରିବ। ଏଥି ପାଇଁ ୧୦୮ ଆମ୍ବୁଲାନ୍ସ ଭଳି ରହିବ ସ୍ଵତନ୍ତ୍ର ଟୋଲ ଫ୍ରି ନମ୍ବର ପରିଚାଳିତ ହେବ।
-
16.ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଭାରତ ଗସ୍ତରେ ଆସିବେ। ଆସନ୍ତା ୧୮ ତାରିଖରୁ ୨୪ ତାରିଖ ମଧ୍ୟରେ ଭାନ୍ସ ସପରିବାର ଇଟାଲୀ ଏବଂ ଭାରତ ଗସ୍ତରେ ଆସିବେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।
-
17.କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୫ଟି ଫିକ୍ସଡ-ଡୋଜ୍ ଔଷଧର ଉତ୍ପାଦନ, ବିକ୍ରୟ ଓ ବିତରଣ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏସବୁ ଔଷଧଗୁଡ଼ିକର ଅନୁମୋଦନ ପୁର୍ବରୁ ସମୀକ୍ଷା କରାଯିବା ସହିତ ଏହାର ଉତ୍ପାଦନ, ବିକ୍ରୟ ଓ ବିତରଣ ବନ୍ଦ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଭେଷଜ ନିୟନ୍ତ୍ରକଙ୍କୁ କେନ୍ଦ୍ର ସରକରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।
-
18.କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଲକ୍ଷପତି ଦିଦି ଯୋଜନା ଅଧୀନରେ ଓଡ଼ିଶା ଭାରତରେ ଶୀର୍ଷ ସ୍ଥାନ ହାସଲ କରିଛି।
-
19.ମେଟା ଏକ ଆଣ୍ଟିଟ୍ରଷ୍ଟ ମାମଲା ସାମ୍ନା କରୁଛି। ଏହି ପରୀକ୍ଷଣ ଯୋଗୁ କମ୍ପାନୀ Instagram ଏବଂ WhatsApp ହରାଇପାରେ। ମେଟା ବିରୋଧରେ ଅନେକ ଅଭିଯୋଗ ଆସିଛି।
-
20. PhonePe ଏକ ନୂତନ ଫିଚର ’UPI ସର୍କଲ’ ଲଞ୍ଚ କରିଛି, ଯାହା ଆପଣଙ୍କୁ ଆପଣଙ୍କ UPI ଆକାଉଣ୍ଟରୁ ଆପଣଙ୍କ ପରିବାର କିମ୍ବା ବନ୍ଧୁମାନଙ୍କୁ ପେମେଣ୍ଟ କରିବାର ବିକଳ୍ପ ପ୍ରଦାନ କରେ। ସେମାନଙ୍କର ନିଜସ୍ବ ବ୍ୟାଙ୍କ ଆକାଉଣ୍ଟ ନ ଥିଲେ ବି PhonePe ଆପ୍ରେ ଏହାର ଲାଭ ସହଜରେ ପାଇବେ।ଏହି ବୈଶିଷ୍ଟ୍ୟ ଆପଣଙ୍କୁ ଆପଣଙ୍କର UPI ଆକାଉଣ୍ଟରୁ ଅନ୍ୟ ଯେକୌଣସି ବ୍ୟକ୍ତି ଅର୍ଥାତଦ୍ୱିତୀୟ ଉପଭୋକ୍ତାଙ୍କୁ ପେମେଣ୍ଟ କରିବାକୁ ଅନୁମତି ଦିଏ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.