-
1.ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ ଖୁସି ପ୍ରକାଶ କରିଛନ୍ତି।
-
2.ଗାଜାରେ ଇସ୍ରାଏଲର ଆକ୍ରମଣରେ ୨ ହାତ ହରାଇଥିବା ପାଲେଷ୍ଟିନୀୟ ବାଳକଙ୍କ ଫଟୋକୁ ୨୦୨୫ ବର୍ଷ ପାଇଁ ଓ୍ବାଲର୍ଡ ପ୍ରେସ୍ ଫଟୋ ଅଫ୍ ଦି ଇୟର ଭାବେ ସମ୍ମାନିତ କରାଯାଇଛି।
-
3.ୟେମେନରେ ହୁଥି ବିଦ୍ରୋହୀଙ୍କୁ ଟାର୍ଗେଟ କରି ଆମେରିକା ପୁଣି ଥରେ ଘାତକ ବୋମାମାଡ଼ କରିଛି। ଆମେରିକାର ସଦ୍ୟତମ ଆକ୍ରମଣ ହୁଥିଙ୍କ ଅଧିକୃତ ରାସ ଏସା ତୈଳ ବନ୍ଦର ଉପରେ କରାଯାଇଛି। ଆମେରିକାର ଏହି ବିମାନ ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ ଜଣ ଆହତ ହୋଇଛନ୍ତି।
-
4.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି। ଜନ୍ମ ଅନୁସାରେ ନାଗରିକତା ଉପରେ ରୋକ ଲଗାଇବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବକୁ କୋର୍ଟ ଅବରୋଧ କରିଛନ୍ତି। ତଥାପିକୋର୍ଟ ଏହି ପ୍ରସଙ୍ଗରେ ଯୁକ୍ତି ଶୁଣିବାକୁ ରାଜି ହୋଇଛନ୍ତି ଏବଂ ଏହା ମେ ମାସରେ ଶୁଣାଣି ହେବ।
-
5.୧୯୯୩ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ। ସେ ଆସନ୍ତା ଜୁଲାଇ ୧ ତାରିଖରେ ସଂସଦୀୟ ବ୍ୟାପାର ସଚିବ ଦାୟିତ୍ବ ନେବେ।
-
6.ମଧ୍ୟପ୍ରଦେଶର ବୁର୍ହାନପୁର ଘଟିଛି ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ୧୭ ବର୍ଷୀୟ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ମିଶି ରାସ୍ତାରୁ ସଫା କରିଦେଇଛନ୍ତି। ପୀଡିତଙ୍କୁ ୩୬ ଥର ମଦ ବୋତଲ ଭୁସି ହତ୍ୟା କରାଯାଇଛି।
-
7.ମୁର୍ଶିଦାବାଦରେ ପହଞ୍ଚିଲେ ପଶ୍ଚିମବଙ୍ଗ ରାଜ୍ୟପାଳ । ହିଂସାସ୍ଥଳ ବୁଲି ଦେଖିବା ସହ ପୀଡିତଙ୍କ ସହ କଥା ହେବେ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସାସ୍ଥଳକୁ ନଯିବାକୁ ଅନୁରୋଧ କରିବା ପରେ ବି ତାଙ୍କ କଥାକୁ ଏଡାଇ ଦେଇ ଶେଷରେ ହିଂସାସ୍ଥଳରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ।
-
8.୧୪ ଜଣ କୃଷକଙ୍କ ସମେତ ୧୪ ଜଣ ଅଧିକାରୀଙ୍କୁ ନେଇ ଗଠିତ ଏହି ୨୮ ଜଣିଆ ଟିମ କାଲିଠାରୁ ସପ୍ତାହବ୍ଯାପୀ ମାଲେସିଆ ଗସ୍ତରେ ଯାଇ କୃଷିଭିତ୍ତିକ ପ୍ରଶିକ୍ଷଣ ନେବେ । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା, ଲକ୍ଷ୍ନୌ ସ୍ଥିତ ବ୍ୟାଙ୍କର୍ସ ଇନଷ୍ଟିଚ୍ୟୁଟ ଅଫ୍ ରୁରାଲ ଡେଭଲପମେଣ୍ଟ (BIRD) ଏବଂ ନାବାର୍ଡର ମିଳିତ ଆୟୋଜନରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେଉଛି ।
-
9.ଓଡ଼ିଶା ସରକାର ଆଗାମୀ ପାଞ୍ଚ ବର୍ଷରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୪,୧୨୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
10.ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୨୨ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।
-
11.ୟୁପିଆଇ ପ୍ରଦାନରେ ଜିଏସଟି ଖବରକୁ ମିଥ୍ୟା ବୋଲି ଅର୍ଥ ମନ୍ତ୍ରାଳୟ କହିବା ସହିତ ଡିିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବାରେ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ସ୍ପଷ୍ଟୀକରଣ ରଖାଯାଇଛି।
-
12.ବିଶ୍ୱ ଐତିହ୍ୟ ତାଲିକାରେ ଭାରତର ୪୩ଟି ସ୍ଥାନ ଥିବା ବେଳେ ୟୁନେସ୍କୋର ଅସ୍ଥାୟୀ ତାଲିକାରେ ଆଉ ୬୨ଟି ସ୍ଥାନ ରହିଛି। ୧୯୮୩ ମସିହାରେ ଆଗ୍ରା ଦୁର୍ଗ, ତାଜମହଲ, ଅଜନ୍ତା ଗୁମ୍ଫା ଏବଂ ଏଲୋରା ଗୁମ୍ଫା ତାଲିକାଭୁକ୍ତ ହେବା ପରେ ଦେଶର ଯାତ୍ରା ଆରମ୍ଭ ହୋଇଥିଲା।
-
13.ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ନିଜ ମନ ପସନ୍ଦର ସଙ୍ଗୀତ ଶୁଣନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ ଟୋକିଓ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ କରିଛନ୍ତି ।
-
14.ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ହାଇଦ୍ରାବାଦ ୟୁନିଟ୍ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ୨୭.୫ କୋଟି ଟଙ୍କାର ସେୟାରକୁ ଅସ୍ଥାୟୀ ଭାବେ ଜବତ କରିଛି।
-
15.କେନ୍ଦ୍ର ସରକାର ଫେସ୍ ଆଧାରିତ ପ୍ରମାଣୀକରଣ ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି ଯାହା ପ୍ରତ୍ୟେକ ଡାକ୍ତରଙ୍କ ଫୋନ୍ରେ ଇନ୍ଷ୍ଟଲ୍ କରାଯିବ। ଡାକ୍ତରମାନେ ହସ୍ପିଟାଲ୍ରେ ପହଞ୍ଚିବା ପରେ ଆପ୍ ଜରିଆରେ ସେଲ୍ଫି ଦେବାକୁ ପଡ଼ିବ। ଏଥିସହିତ ଆପ୍ରେ ଥିବା ବ୍ୟବସ୍ଥା ଅନ୍ତର୍ଗତ ଜିପିଏସ୍ ଲୋକେସନ୍ ମଧ୍ୟ ଦେବାକୁ ପଡ଼ିବ।
-
16.ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ୍ କାର୍ଡ। ୬ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ ରାସନ୍ କାର୍ଡ ମିଳିବ। ପାରମ୍ପରିକ କାର୍ଡ ବଦଳରେ ଏଥର ରଙ୍ଗିନ କାର୍ଡ ପାଇବେ ହିତାଧିକାରୀ।
-
17.ଜଙ୍ଗଲ ମଞ୍ଜୁରି ପାଇବାରେ ହେଉଥିବା ବିଳମ୍ବ ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ରେଳଠାରୁ ଆରମ୍ଭ କରି ଶକ୍ତି, ଶିକ୍ଷା ଓ ଜଳ ସମ୍ପଦ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଯେଭଳି ନିର୍ଧାରିତ ସମୟରେ ଶେଷ ହୋଇପାରିବ।
-
18.ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୭ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୦ଟିରେ ନିୟମିତ କୁଳପତି ନାହାନ୍ତି। ଉତ୍କଳ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୬ ମାସ ଲେଖାଏଁ ବୃଦ୍ଧି ହୋଇଛି।
-
19.ଆସନ୍ତା ମେ’ ୧ରୁ ଦେଶରେ ଉପଗ୍ରହ ଟୋଲ ବ୍ୟବସ୍ଥା ଲାଗୁ ହେବନାହିଁ। କେନ୍ଦ୍ର ସରକାର ଏହା ସ୍ପଷ୍ଟ କରିଛନ୍ତି।
-
20.ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ୩୪ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପଂଜାବ କିଙ୍ଗ୍ସ ୫ ୱିକେଟ୍ରେ ପରାସ୍ତ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.