- 1.ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଇନକୁ ବେଖାତିର୍ କରି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହୋଇଥିବାରୁ ସୁପ୍ରିମ୍କୋର୍ଟ କ୍ଷୁବ୍ଧ ହୋଇଛନ୍ତି । ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଆବେଦନକାରୀମାନଙ୍କୁ ନିଜ ଖର୍ଚ୍ଚରେ ଭାଙ୍ଗି ଯାଇଥିବା ଘରଗୁଡ଼ିକର ପୁନଃନିର୍ମାଣ କରିବାକୁ ଅନୁମତି ଦିଆଯିବ।
- 2.କାନାଡାର ଗୁପ୍ତଚର ଏଜେନ୍ସି ଦାବି କରିଛି ଯେ ଆସନ୍ତା ଏପ୍ରିଲ ୨୮ରେ ହେବାକୁ ଥିବା କାନାଡା ସାଧାରଣ ନିର୍ବାଚନରେ ଭାରତ ଓ ଚୀନ୍ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିପାରନ୍ତି ଏବଂ ରୁଷ୍ ଓ ପାକିସ୍ତାନ ମଧ୍ୟ ଏହା କରିବାର ସମ୍ଭାବନା ରହିଛି।
- 3.ସୁପ୍ରିମ୍କୋର୍ଟଙ୍କ ତିନିଜଣିଆ ଆଭ୍ୟନ୍ତରୀଣ କମିଟି ଜଷ୍ଟିସ୍ ଯଶବନ୍ତ ବର୍ମା ନଗଦ ଟଙ୍କା ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ମାମଲାରେ କମିଟି ଆଜି ଜଷ୍ଟିସ ବର୍ମାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ।
- 4.ଦେଶର ବିଭିନ୍ନ ବ୍ୟାଙ୍କରେ ୭୮,୨୧୩ କୋଟି ଟଙ୍କାର ଜମାରାଶି ରହିଛି, ଯାହାର କେହି ଦାବିଦାର ନାହାନ୍ତି। ତେବେ ସେହି ଟଙ୍କା ଯେଭଳି ପ୍ରକୃତ ହିତାଧିକାରୀଙ୍କ ପାଖରେ ସହଜରେ ପହଞ୍ଚିପାରିବ, ସେଥିପାଇଁ ବ୍ୟାଙ୍କଗୁଡ଼ିକ ଏପ୍ରିଲ୍ ୧ରୁ ରିଜର୍ଭ ବ୍ୟାଙ୍କର ନୂଆ ମାର୍ଗଦର୍ଶିକା ଲାଗୁ କରିବେ।
- 5.ସାଇବର୍ ଠକେଇ ଉପରେ ଅଙ୍କୁଶ ଲଗାଇବା ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପ ଅନୁସାରେ ଚଳିତ ବର୍ଷ ଫେବ୍ରୁଆରି ୨୮ ସୁଦ୍ଧା ଦେଶରେ ୭.୮୧ ଲକ୍ଷ ସିମ୍କାର୍ଡ, ୩ ହଜାରରୁ ଅଧିକ ସ୍କାଇପ୍ ଆଇଡି ଓ ୮୩ ହଜାରରୁ ଅଧିକ ହ୍ବାଟସ୍ଆପ୍ ଆକାଉଣ୍ଟ୍ ଅଚଳ କରାଯାଇଛି।
- 6.ଏକାଦଶ ପର୍ଯ୍ୟାୟ ବାଣିଜ୍ୟିକ କୋଇଲା ଖଣି ନିଲାମୀରେ ଓଡ଼ିଶାର ଗୋଟିଏ ଖଣି ସମେତ ଦେଶର ମୋଟ୍ ୧୨ଟି ଖଣିର ନିଲାମ ସଫଳ ହୋଇଛି ।
- 7.ରାଜ୍ୟ ସରକାରଙ୍କ ବିଧାନସଭାରେ ଉପସ୍ଥାପନ କରିଛନ୍ତି ୨୦୨୪ ମସିହାରେ ଆଇନଶୃଙ୍ଖଳା ସଂକ୍ରାନ୍ତ ଶ୍ୱେତପତ୍ର। ଏହି ବର୍ଷ ରାଜ୍ୟରେ ୩୫୬ ଡକାୟତି, ୨୫୮୨ ଲୁଣ୍ଠନ, ୬୪୦୮ଟି ସିନ୍ଧିଚୋରି, ୧୭୮୦୫ଟି ଚୋରି, ୬୩୦୭ଟି ପ୍ରତାରଣା, ୧୪୭୧ଟି ଦଙ୍ଗା, ୩୦୫୪ଟି ଦୁଷ୍କର୍ମ, ୧୨୩୫୭ଟି ମୋଟରଯାନ ଦୁର୍ଘଟଣା ଓ ୧୬୨୪୯୭ଟି ବିବିଧ ମାମଲା ଅନ୍ତର୍ଭୁକ୍ତ ରହିଛି।
- 8. କମେଡିଆନ ସମୟ ରାଇନାଙ୍କ ସୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ବିବାଦୀୟ ମନ୍ତବ୍ୟ ଦେବା ପରେ ରଣବୀର ଆଲ୍ଲାହାବାଦିଆ ବିବାଦରେ ଫସିଥିଲେ। ରଣବୀରଙ୍କ ମନ୍ତବ୍ୟ ପାଇଁ ବିବାଦ ବଢ଼ୁଥିବା ଦେଖି ସୋ’କୁ ବନ୍ଦ କରିଦେବା ସହ ନିଜ ୟୁଟ୍ୟୁବରୁ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ସବୁ ଭିଡିଓ ହଟାଇ ଦେଇଥିଲେ ସମୟ।
- 9.ବଲିଉଡ୍ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ପାଞ୍ଚ ବର୍ଷ ପରେ ଶନିବାର ଦିନ ସିବିଆଇ ତାର କ୍ଲୋଜର ରିପୋର୍ଟ ଉପସ୍ଥାପନ କରି କହିଛି ଯେ, ସୁଶାନ୍ତ ସିଂହ ରାଜପୁତଙ୍କୁ କେହି ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବାର କୌଣସି ପ୍ରମାଣ ମିଳିନାହିଁ। ଏହି ମାମଲାରେ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ ମଧ୍ୟ କ୍ଲିନ୍ ଚିଟ୍ ଦିଆଯାଇଛି।
- 10.ବୁର୍ଲା ସ୍ଥିତ ଭିସୁଟ୍ରେ ନୂତନ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଫେସର ଦୀପକ କୁମାର ସାହୁ କାର୍ଯ୍ୟରେ ଅବହେଳା ପାଇଁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି କ୍ରମରେ ସେ ବିଶ୍ବବିଦ୍ୟାଳୟ ହ୍ୟୁମାନିଟିଜ୍ ବିଭାଗର ସହଯୋଗୀ ପ୍ରଫେସର ଡଃ ଜୟପ୍ରକାଶ ପରମଗୁରୁଙ୍କୁ ନିଲମ୍ବନ କରିଛନ୍ତି।
- 11.ମଙ୍ଗଳବାର ୧୨ କଂଗ୍ରେସ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନର ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି।
- 12.ଏଡିଜେ କୋର୍ଟ-୨ ବହୁ ଚର୍ଚ୍ଚିତ ଜଟଣୀ ହତ୍ୟାକାଣ୍ଡ ଘଟଣାରେ ୪ ହତ୍ୟାକରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୭ ମାର୍ଚ୍ଚ ୨ ତାରିଖରେ ଘଟିଥିବା ଜଟଣୀ ଅନୁପ ବେହେରା ହତ୍ୟାକାଣ୍ଡ ମାମଲାରେ ରାୟ ପ୍ରକାଶ ପାଇଛି।
- 13.କାମାକ୍ଷାନଗର ରେକୁଳା ଗାଁରେ ଦୁର୍ଘଟଣାରେ ୩ ମୃତ ଘଟଣା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
- 14.ଖୋର୍ଦ୍ଧା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ନିଜସ୍ବ ବାସଭବନ ଓ ସମ୍ପର୍କୀୟ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ଭିଜିଲାନ୍ସର ୯ଟି ଟିମ୍। ରେଡ୍ ବେଳେ ଖଟ ତଳୁ ମିଳିଛି ନଗଦ ୧୭ ଲକ୍ଷ ଟଙ୍କା। ଏହା ସହ ଦେଢ ଶହ ଗ୍ରାମର ସୁନା ଅଳଙ୍କାର।
- 15.ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ୫ ବର୍ଷରେ ୭୯୯ ଲୋକଙ୍କ ମୃତ୍ୟୁ ଘଟିଛି। ଆଜି ବିଧାନସଭା ଅଧିବେଶନରେ ଏ ନେଇ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ।
- 16.ଦିଲ୍ଲୀର ଭାଜପା ସରକାର ମଙ୍ଗଳବାର ବିଧାନସଭାରେ ଏହାର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଭାଜପା ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟରେ ଏକ ବିରାଟ ବୃଦ୍ଧି କରିଛି।
- 17.ତେଲଙ୍ଗାନାର ସ୍ଥାନୀୟ ବିଧାନ ପରିଷଦ (MLC) ଆସନ ପାଇଁ ଆଗାମୀ ନିର୍ବାଚନରେ ଏଆଇଏମଆଇଏମ ଏବଂ କଂଗ୍ରେସ ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ବିଷୟରେ ଆଲୋଚନା ଜୋର ଧରିଛି।
- 18.ଅଭିନେତା ବିକି କୌଶଳଙ୍କ ଅଭିନୀତ ‘ଛାବା’ ସୁପରହିଟ୍ ହୋଇଛି। ରିଲିଜ ହେବାର ୪୦ ଦିନ ପରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବରୁ ‘ଛାବା’କୁ ପ୍ରଶଂସା କରିଥିଲେ।
- 19.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଣ୍ଡନ ହାଇଡ୍ ପାର୍କରେ ଏକ ଶାଢ଼ୀ ଏବଂ ସ୍ଲିପର ପିନ୍ଧି ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳିଛି।
- 20.ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ କରିବାକୁ ପଡିବ, ଯେଉଁଠାରେ ଏହାକୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.