• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ ଏବଂ ମୋବାଇଲ ନେଟୱର୍କ ସମେତ ଆଦିବାସୀ ଗ୍ରାମଗୁଡ଼ିକରେ ଭିତ୍ତିଭୂମି ସୁବିଧାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

  2. 2.ଯେଉଁ ପ୍ରଧାନମନ୍ତ୍ରୀଙ୍କୁ ଦେଶର ସମ୍ବିଧାନ ଅନୁସାରେ ମହାଭିଯୋଗ ଦ୍ବାରା ହଟାଯାଇଥିଲା, ସେଇ ବ୍ୟକ୍ତିଙ୍କୁ  କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଅବସ୍ଥାପିତ କରିବାକୁ ଦକ୍ଷିଣ କୋରିଆର ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  3. 3. ସାଂସଦମାନଙ୍କ ମାସିକ ଦରମାରେ ୨୪ ପ୍ରତିଶତ ବୃଦ୍ଧି କରାଯାଇଛି। ସାଂସଦମାନଙ୍କ ମାସିକ ଦରମା, ଦୈନିକ ଭତ୍ତା, ପୂର୍ବତନ ସାଂସଦଙ୍କ ପେନ୍‌ସନ୍‌ ଏବଂ ଅତିରିକ୍ତ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି।

  4. 4.ଆମେରିକା ଏବଂ ୟୁରୋପରେ ଭାରତ ଏକମାତ୍ର ଦେଶ ଯେଉଁଠାରେ ୧୫% ପାଇଲଟ୍ ମହିଳା ଅଛନ୍ତି।

  5. 5.ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଚାରପତି ଯଶବନ୍ତ ବର୍ମାଙ୍କଠାରୁ ସମସ୍ତ ନ୍ୟାୟିକ ଦାୟିତ୍ୱ ପ୍ରତ୍ୟାହାର କରାଯାଇଛି। 

  6. 6.ମେ ୧ ରୁ ଏଟିଏମ୍ ଟ୍ରାଞ୍ଜାକ୍ସନ୍ ଚାର୍ଜ ଏତେ ବଢ଼ିବ। ନଗଦ ଟଙ୍କା ଉଠାଇବା ପାଇଁ, ପ୍ରତି କାରବାର ପାଇଁ ୧୭-୧୯ ଟଙ୍କା ଶୁଳ୍କ ଦେବାକୁ ପଡିବ। ପ୍ରତି ବାଲାନ୍ସ ଯାଞ୍ଚ ପାଇଁ ଚାର୍ଜ ୬-୭ ଟଙ୍କା। ଯେତେବେଳେ ଆପଣ ଗୋଟିଏ ମାସରେ ମାଗଣା କାରବାରର ସୀମା ଅତିକ୍ରମ କରିବେ, ସେତେବେଳେ ଏହି ଶୁଳ୍କଗୁଡ଼ିକ ଆପଣଙ୍କଠାରୁ ଲାଗୁ ହେବ।

  7. 7.ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟ‌ରେ ସ୍ଥାପନ କରାଯାଉଥିବା ସେମିକଣ୍ଡକ୍ଟର କାରଖାନାରୁ ଉତ୍ପାଦନ ଆରମ୍ଭ ହେବ। ବିଧାନସଭାରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। ଇନ୍‌ଫୋଭ୍ୟାଲିରେ ୨୦୦୦ ବର୍ଗଫୁଟରେ ଏହି କାରଖାନା ସ୍ଥାପନ କରାଯାଉଛି। ‌

  8. 8.ଜଣେ ଚାଷୀ ଧାନ ବିକ୍ରି କରିବାରୁ ଯେପରି ବଞ୍ଚିତ ନହୁଏ, ମଣ୍ଡି ବ୍ୟବସ୍ଥା ସେଭଳି ହେବା ଦରକାର ଏବଂ ତାହା ରାଜ୍ୟ ସରକାର ନିଶ୍ଚିନ୍ତ କରନ୍ତୁ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ​ଦେଇଛନ୍ତି। 

  9. 9.ନୀଳମାଧବଙ୍କ ଦର୍ଶନ କଲେ ମହାମହିମ, ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ‌ଉପସ୍ଥିତ ଥିଲେ।

  10. 10.କୁଆପଥର ବର୍ଷାରେ ମୟୁରଭଞ୍ଜ ଜିଲ୍ଲାର ୧୩ଟି ବ୍ଲକ ପ୍ରଭାବିତ, ଭାଙ୍ଗିଛି ୩୫୧୪ ଘର,୨୦ କୋଟି ୩୮ ଲକ୍ଷ ଟଙ୍କା ସହାୟତା ମଞ୍ଜୁର।

  11. 11.ଚଳିତ ବର୍ଷ ୨୦ ହଜାର ୯୦୪ଟି ନଳକୂଅ ଖନନ ପାଇଁ ମଞ୍ଜୁର ହୋଇଛି, ଜୁନ୍ ୧୫ ସୁଦ୍ଧା ସାରିବାକୁ ରହିଛି ଟାର୍ଗେଟ।

  12. 12.ଓଡିଶାରେ ବିଜୁଳି ଦର ଅପରିବର୍ତ୍ତିତ ରହିଲା ।

  13. 13.ଓଡ଼ିଶା ବିଦେଶକୁ ଆମ୍ବ ପଠାଇବ। ଏନେଇ ସୋମବାର ଲୋକସେବା ଭବନରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୫ବର୍ଷ ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଛି । 

  14. 14.ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ନିର୍ମାଣ ହେଉଛି। ଏହାର ବିକାଶ ପାଇଁ ୧୧୬୪ ଏକର ଜମି ନିରୂପଣ କରାଯାଇଛି।

  15. 15.ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ବରଗଡ଼଼ରୁ ପୁରୀ ଯିବ ରଥକାଠ। ବରଗଡ଼଼ରେ ପୁରୀ ଶ୍ରୀମନ୍ଦିରର ୫ଜଣିଆ ଟିମ୍‌‌ ପହଞ୍ଚିଛନ୍ତି। ଏହି ୫ଜଣିଆ ଟିମ୍‌‌ ପଦ୍ମପୁର ଜଙ୍ଗଲରେ ରଥକାଠ ପାଇଁ ସର୍ଭେକ୍ଷଣ କରିବେ।

  16. 16.ରାଜ୍ୟସଭାରେ କଂଗ୍ରେସ ମୁଖ୍ୟ ସଚେତକ ଜୟରାମ ରମେଶ ସୋମବାର (୨୪ ମାର୍ଚ୍ଚ, ୨୦୨୫) ବିଜେପି ସଭାପତି ଜେପି ନଡ୍ଡା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ବିରୁଦ୍ଧରେ ଏକ ସ୍ବାଧିକାର ଭଙ୍ଗ ନୋଟିସ୍ ଦେଇଛନ୍ତି, ଯେଉଁଥିରେ ସେମାନେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ କଥିତ ବୟାନକୁ ନେଇ ଗୃହକୁ 'ବିଭ୍ରାନ୍ତିକର'  ତଥ୍ୟ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି।

  17. 17.ଭେନେଜୁଏଲାରୁ ତେଲ କିମ୍ବା ଗ୍ୟାସ କିଣୁଥିବା ଦେଶଙ୍କ ଉପରେ ୨୫% ଶୁଳ୍କ ଲଗାଇଲେ ଟ୍ରମ୍ପ।

  18. 18.ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଆରମ୍ଭ ହେବା ପରଠାରୁ ଭାରତ ୨୦୨୩-୨୪ରେ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନରେ ସର୍ବାଧିକ ଅଭିବୃଦ୍ଧି ହାସଲ କରି ରେକର୍ଡ ୧ ଲକ୍ଷ ୨୭ ହଜାର କୋଟି ଟଙ୍କାରେ ପହଞ୍ଚିଛି।

  19. 19.ପୁରୀ ଚନ୍ଦନପୁରରେ ମହିଳାଙ୍କ ଘରୁ ୨୦କେଜିର ସୁନାଗହଣା ମିଳିଛି। ଏହାସହିତ ଏକ ଟ୍ରଲି ବ୍ୟାଗ ଭର୍ତ୍ତି ନଗଦ ଟଙ୍କା ମଧ୍ୟ ପୁଲିସ ଠାବ କରିଛି।

  20. 20.ବିଶାଖାପାଟଣାରେ ଆଜି ଆଇପିଏଲର ରୋମାଂଚ ଦେଖିବାକୁ ମିଳିଛି । ଗୋଟିଏ ସମୟରେ ୬୫ ରନରେ ୫ ୱିକେଟ  ହରାଇ ସଂକଟରେ ପଡ଼ିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆଶୁତୋଶ ଶର୍ମାଙ୍କ ଦମଦାର ଇନିଂସ ବଳରେ ଅସମ୍ଭବକୁ ସମ୍ଭବ କରିବା ସହ ଲକ୍ଷ୍ନୌକୁ ୧ ୱିକେଟରେ ହରାଇଦେଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.