- 1.ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୫୬ ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।
- 2.ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ ମାର୍ଚ୍ଚ ୨୬ ତାରିଖ ପୂର୍ବାହ୍ଣ ୧୦ଟାରେ ଶପଥ ଗ୍ରହଣ କରିବେ। ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପଟି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇବେ।
- 3.୨୦୧୧ରେ ରାଜ୍ୟ ଜନସଂଖ୍ୟାର ୯.୫ ପ୍ରତିଶତ ଲୋକଙ୍କ ବୟସ ୬୦ ବର୍ଷରୁ ଅଧିକ ଥିଲା। ୨୦୨୬ ସୁଦ୍ଧା ସେହି ହାର ୧୩.୮ ପ୍ରତିଶତ, ୨୦୩୧ ସୁଦ୍ଧା ୧୫.୮ ପ୍ରତିଶତ ଓ ୨୦୩୬ ସୁଦ୍ଧା ୧୭ ପ୍ରତିଶତରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
- 4.ବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍ଟ୍ ନିକଟରେ ଏକ ହାଇୱା ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବ ଚା’ ଦୋକାନ ଭିତରକୁ ପଶିଯାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି।
- 5.ୟେମେନ ଉପରେ ଆମେରିକା ଜୋର୍ଦାର୍ ଆକ୍ରମଣ ଜାରି ରହିଛି। ୩୦ଟି ସ୍ଥାନକୁ ଟାର୍ଗେଟ୍ କରି ଆକ୍ରମଣ କରାଯାଇଛି।
- 6.ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ସମୟରେ ଠାବ ହୋଇଥିବା ବିପୁଳ ନଗଦ ଟଙ୍କାକୁ ନେଇ ବିବାଦ ଗମ୍ଭୀର ହେବାରେ ଲାଗିଛି। ସୁପ୍ରିମ୍କୋର୍ଟ ଗତରାତିରେ ଏ ବାବଦ ଉପଲବ୍ଧ ତଥ୍ୟ ଓ ରିପୋର୍ଟ ସାର୍ବଜନୀନ କରିଥିବା ବେଳେ ଏଥିପାଇଁ ଯାଞ୍ଚ କମିଟି ମଧ୍ୟ ଗଠନ ହୋଇଛି।
- 7.ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ଓଡ଼ିଶାକୁ କେନ୍ଦ୍ର ୪୦୦ ଇଲେକ୍ଟ୍ରିକ୍ ବସ୍ ମଞ୍ଜୁର କରିଛି।
- 8.ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ବିଏସଏନଏଲ ୧ ଲକ୍ଷ ୪ଜି ଟାୱାର ସ୍ଥାପନ କରିବାର ଲକ୍ଷ୍ୟ ରଖିଛି। ଏପର୍ଯ୍ୟନ୍ତ କମ୍ପାନୀ ୭୫,୦୦୦ ରୁ ଅଧିକ ସ୍ଥାନରେ ୪ଜି ସେବା ଆରମ୍ଭ କରିସାରିଛି ଏବଂ ଖୁବ୍ ଶୀଘ୍ର ଏହା ଅନ୍ୟ କ୍ଷେତ୍ରରେ ମଧ୍ୟ ଆରମ୍ଭ ହେବ।
- 9. ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଁଣ ବେଳାଭୂମି ଅଂଚଳରେ ଏକ ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ୩୮ ହଜାର ୭୭୯ ଓ ଦ୍ୱିତୀୟ ଦିନରେ ୩୯ ହଜାର ୫୨୧ମୋଟ ଦୁଇଦିନରେ ୭୮ ହଜାର ୩୦୦ କଇଁଛ ବେଳାଭୂମି ଉପରକୁ ଉଠି ଆସି ଗଣ ଅଣ୍ଡାଦାନ କରିଛନ୍ତି ।
- 10.ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ଗ୍ରୁପ୍, ହାଓ ଇଣ୍ଡିଆ ଲିଭ୍ସ ଏବଂ ମାର୍କେଟ ରିସର୍ଚ୍ଚ ଏଜେନ୍ସି କେଡେନ୍ସ ଇଣ୍ଟରନ୍ୟାଶନାଲ ପକ୍ଷରୁ ପ୍ରଥମଥର ପାଇଁ ମିଳିତ ଭାବେ ଗ୍ରସ୍ ଡୋମେଷ୍ଟିକ୍ ବିହେବିଅର (ଜିଡିବି) ସର୍ଭେ କରାଯାଇଛି। ଏହି ସର୍ଭେ ଅନୁଯାୟୀ ୬୧% ଉତ୍ତରଦାତା ଅନ୍ୟ ଧର୍ମରେ ବିବାହକୁ ବିରୋଧ କରିଥିବାବେଳେ ୩୭% ଏହାକୁ ସମର୍ଥନ କରିଛନ୍ତି।
- 11.ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଭାରତ ସରକାର ଚାଇନାରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଙ୍ଗ୍ ଶୁଳ୍କ ଲଗାଇଛନ୍ତି। ଶୁଳ୍କ ଲାଗୁ କରାଯାଇଥିବା ସାମଗ୍ରୀଗୁଡ଼ିକ ହେଲା ସଫ୍ଟ ଫେରାଇଟ୍ କୋର୍, ଭାକ୍ୟୁମ ଇନ୍ସୁଲେଟେଡ୍ ଫ୍ଲାସ୍କ, ଆଲୁମିନିୟମ୍ ଫଏଲ୍, ଟ୍ରାଇକ୍ଲୋରୋ ଆଇସୋସ୍ୟାନୁରିକ୍ ଏସିଡ ଏବଂ ପଲିଭିନାଇଲ୍ କ୍ଲୋରାଇଡ୍ ପେଷ୍ଟ ରେସିନ୍।
- 12.ହ୍ୱିଲସେଟ୍ର ଅଭାବର ସମ୍ମୁଖୀନ ହେବା ପରେ ଭାରତୀୟ ରେଳବାଇ ଚାଇନରୁ ଚକ ତିଆରି ଉପାଦାନ ଆମଦାନୀ କରିବାକୁ ବାଧ୍ୟ ହୋଇଛନ୍ତି।
- 13.OTT ପ୍ଲାଟଫର୍ମରେ କାର୍ଯ୍ୟକ୍ରମର ନାମ ପରିବର୍ତ୍ତନ କରି କିମ୍ବା ଏଆଇ(AI) ବ୍ୟବହାର କରି ଅଶ୍ଳୀଳ କଣ୍ଟେଣ୍ଟ ଶେୟାର ନ କରିବାକୁ ପଦକ୍ଷେପ ନେବା ପାଇଁ ଏକ ସଂସଦୀୟ ପ୍ୟାନେଲ ଦାବି କରିଛି।
- 14.ଟେଲିକମ ଠକେଇର ମୁକାବିଲା କରିବା ପାଇଁ ଭାରତ ସରକାର ଶୁକ୍ରବାର କହିଛନ୍ତି ଯେ, ସଞ୍ଚାର ସାଥୀ ପୋର୍ଟାଲ ମାଧ୍ୟମରେ ଏପର୍ଯ୍ୟନ୍ତ ୩.୪ କୋଟିରୁ ଅଧିକ ମୋବାଇଲ ଫୋନ କନେକ୍ସନ କଟାଯାଇଛି। ଏଥିସହ ୩.୧୯ ଲକ୍ଷ IMEI ନମ୍ବରକୁ ବ୍ଲକ କରାଯାଇଛି। ଦୂରସଂଚାର ବିଭାଗ (DoT) କହିଛି ଯେ AI ଏବଂ ବଡ଼ ଡାଟା ସାହାଯ୍ୟରେ ଏହା 16.97 ଲକ୍ଷ WhatsApp ଆକାଉଣ୍ଟକୁ ବ୍ଲକ କରାଯାଇଛି।
- 15.ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ଗତ ଜାନୁଆରୀରେ କ୍ଷମତାକୁ ଆସିବା ପରେ ଆଟର୍ନି ପଦ ଛାଡ଼ିଥିବା ଜେସିକା ଆବେରଙ୍କ ମୃତଦେହ ତାଙ୍କ ଭିର୍ଜିନିଆସ୍ଥିତ ବାସଭବନରୁ ମିଳିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.