• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପ୍ରଖ୍ୟାତ ହିନ୍ଦୀ ଲେଖକ ବିନୋଦ କୁମାର ଶୁକ୍ଳାଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ୫୯ତମ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ କରାଯାଇଛି। କବିତା, କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ ପାଇଁ ପ୍ରସିଦ୍ଧ ୮୮ ବର୍ଷୀୟ ଲେଖକ ଶୁକ୍ଳା ଛତିଶଗଡ଼ର ପ୍ରଥମ ସାହିତ୍ୟିକ ଭାବେ ଏହି ସମ୍ମାନ ପାଇବେ।

  2. 2.ବିଶିଷ୍ଟ ସାହିତ୍ୟିକ ଶୈଳଜ ରବି ଚଳିତ ବର୍ଷର ସମ୍ମାନ ଜନକ ସାହିତ୍ୟ ଭାରତୀ ସମ୍ମାନ ପାଇବେ । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କାର ଉପାୟନ ଓ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ପ୍ରଦାନ କରାଯିବ।

  3. 3.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ଗୋଲ୍ଡ କାର୍ଡ ଭିସା ଘୋଷଣା କରିଛନ୍ତି, ଯାହା ପାଇଁ ଲୋକମାନଙ୍କୁ ପାଞ୍ଚ ନିୟୁତ ଡଲାର (ପ୍ରାୟ ୪୩ କୋଟି ଟଙ୍କା) ଖର୍ଚ୍ଚ କରିବାକୁ ପଡିବ। ଏହି ସମୟରେ, ଟ୍ରମ୍ପଙ୍କ ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଦାବି କରିଛନ୍ତି ଯେ ତାଙ୍କର ଗୋଲ୍ଡ କାର୍ଡ ଯୋଜନାକୁ ଏକ ଜବରଦସ୍ତ ପ୍ରତିକ୍ରିୟା ମିଳିଛି।

  4. 4.ଜଣେ ଗବେଷକ ଗିରଫ ହେବା ଏବଂ ଅନ୍ୟ ଜଣେ ଛାତ୍ରଙ୍କୁ କାନାଡାକୁ ସ୍ବ-ପ୍ରତ୍ୟର୍ପିତ କରିବାକୁ ପଡ଼ିବା ପରେ ଭାରତ ସରକାର ଆମେରିକାରେ ପଢୁଥିବା ନିଜ ନାଗରିକମାନଙ୍କୁ ଆମେରିକୀୟ ଆଇନ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। 

  5. 5.ନିକଟରେ ଆହ୍ଲାବାଦ ହାଇକୋର୍ଟ ଫେସ୍‌ବୁକ୍‌ରେ ପତ୍ନୀଙ୍କ ଅନ୍ତରଙ୍ଗ ଭିଡିଓ ଅପଲୋଡ୍ କରିଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଚାଲିଥିବା ଆପରାଧିକ ମାମଲା ରଦ୍ଦ କରିବାକୁ ମନା କରିଦେଇଛନ୍ତି। ଜଷ୍ଟିସ୍ ବିନୋଦ ଦିବାକର କହିଛନ୍ତି ଯେ ସ୍ୱାମୀ ବୈବାହିକ ସମ୍ପର୍କର ପବିତ୍ରତାକୁ ଗୁରୁତର ଭାବେ ଉଲ୍ଲଂଘନ କରିଛନ୍ତି। 

  6. 6.ବିଭିନ୍ନ ଇସ୍‌ଲାମିକ ସଂଗଠନ ଭାରତ ବିରୋଧୀ ସ୍ଲୋଗାନ ଦେଇ ଲୋକଙ୍କୁ ଉତ୍ତେଜିତ କରିବା ସହ ହିନ୍ଦୁ ବିରୋଧୀ ହିଂସା ପାଇଁ ବାତାବରଣ ସୃଷ୍ଟି କରିଥିବାରୁ ଏବେ ବାଂଲାଦେଶ ସେନା ହାଇଆଲର୍ଟରେ ରହିଛି ।

  7. 7.କେନ୍ଦ୍ର ସରକାର କହିଛନ୍ତି ଯେ ଚୀନ୍ ଦୁଇଟି ନୂଆ କାଉଣ୍ଟି (ଜିଲ୍ଲା) ପ୍ରତିଷ୍ଠା କରିଥିବା ବିଷୟରେ ଭାରତ ଅବଗତ ଅଛି, ଯାହାର କିଛି ଅଂଶ ଲଦାଖରେ ରହିଛି ଏବଂ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏହାର ପ୍ରତିବାଦ କରାଯାଇଛି। 

  8. 8.ଦିଲ୍ଲୀ ହାଇକୋର୍ଟ ବିଚାରପତି  ଯଶବନ୍ତ ବର୍ମାଙ୍କ ଘରେ ନିଆଁ ଲାଗିବା ଘଟଣାର ଏକ ଭିଡିଓ ଆଜି ସୁପ୍ରିମ୍‌କୋର୍ଟ ସାର୍ବଜନୀନ କରିଛନ୍ତି। ଏହି ଭିଡିଓରେ ବିପୁଳ ପରିମାଣର ନଗଦ ଟଙ୍କା ଠାବ ହୋଇଥିବା ଦେଖିବାକୁ ମିଳିଛି।

  9. 9.ଜଷ୍ଟିସ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ଟଙ୍କା ମିଳିବା ଅଭିଯୋଗର ତଦନ୍ତ କରିବାପାଇଁ ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ଆଜି ଏକ ୩ ଜଣିଆ କମିଟି ଗଠନ କରିଛନ୍ତି।  ଏହି  କମିଟିରେ ଜଷ୍ଟିସ ଶିଲ ନାଗୁ, ଜିଏସ୍‌ ସନ୍ଧୱାଲିଆ ଏବଂ ଅନୁ ଶିବରମଣ ଅଛନ୍ତି।

  10. 10.ଟ୍ୱିଟରକୁ ତାହାର ପୁରୁଣା ଲୋଗୋ ନୀଳପକ୍ଷୀକୁ ଦେଖି ଚିହ୍ନନ୍ତି। ନିଲାମ କରିଥିବା କମ୍ପାନୀ ଅନୁସାରେ, ନୀଳ ପକ୍ଷୀଟି ୩୪ ହଜାର ୩୭୫ ଡଲାର (ପ୍ରାୟ ୩୦ ଲକ୍ଷ ଟଙ୍କା) ରେ ନିଲାମ ହୋଇଥିଲା। ଏହି ନୀଳ ପକ୍ଷୀର ଓଜନ ପ୍ରାୟ ୨୫୪ କିଲୋଗ୍ରାମ। ଏହା ଏକ ୧୨ ଫୁଟ ଲମ୍ବା ଏବଂ ୯ ଫୁଟ ଚଉଡା ମୂର୍ତ୍ତି। ବର୍ତ୍ତମାନ ଏହି ପକ୍ଷୀର କ୍ରେତାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ।

  11. 11.ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ପକ୍ଷରୁ ୪ ବର୍ଷ ପରେ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି ।

  12. 12.ରାଜ୍ୟରେ ଉନ୍ନତ ଓ ସୁରକ୍ଷିତ ରାସ୍ତା ଭିତ୍ତିଭୂମିର ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ କ୍ୟାବିନେଟ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ – ୨୦୨୫କୁ ଅନୁମୋଦନ କରିଛନ୍ତି।

  13. 13.୨୦୨୬-୨୭ରୁ ନୂଆ ସିଲାବସ୍ ଲାଗୁ ହେବ। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ସେ କହିଛନ୍ତି ୨୦୨୬-୨୭ ଶିକ୍ଷାବର୍ଷରେ ନୂଆ ସିଲାବସ୍ ଲାଗୁ ହେବ। ଏନଇପି ଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ଗଠନ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସିଲାବସ୍ ବଦଳିବ।

  14. 14.ଚଳିତ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚର ସିରିଜ୍ ଖେଳାଯିବ। ଏନେଇ ଦକ୍ଷିଣ ଆଫ୍ରିକା ଦଳର ଭାରତ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

  15. 15.ଆମେରିକାର ପ୍ରଖ୍ୟାତ ମୁଷ୍ଟିଯୋଦ୍ଧା ଜର୍ଜ ଫୋରମ୍ୟାନଙ୍କ ପରଲୋକ ଘଟିଛି। ଗତ ଶୁକ୍ରବାର ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.