• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆସନ୍ତା ୨୦-୩୦ ବର୍ଷ ମଧ୍ୟରେ ସ୍ପେସ୍‌ଏକ୍ସ ଦ୍ବାରା ମଙ୍ଗଳଗ୍ରହକୁ ମାନବ ଯାତ୍ରା କରିପାରିବ ବୋଲି ସ୍ପେସ୍‌ଏକ୍ସର ମାଲିକ ତଥା ସିଇଓ ଏଲନ୍‌ ମସ୍କ କହିଛନ୍ତି।

  2. 2.ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଏକ ଉଲ୍ଲେଖନୀୟ ସଫଳତା ଏବଂ ନାସା, ସ୍ପେସ୍ଏକ୍ସ ଓ ମହାକାଶ ଗବେଷଣା ପ୍ରତି ଆମେରିକାର ପ୍ରତିବଦ୍ଧତାର ପ୍ରମାଣ ବୋଲି ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ବୁଧବାର କହିଛନ୍ତି।

  3.  3.ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ମହିନ୍ଦା ରାଜପକ୍ଷେଙ୍କ ସୁରକ୍ଷା ପୁନଃସ୍ଥାପନ ଦାବି କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

  4. 4.ନିର୍ବାଚନର ସ୍ବଚ୍ଛତା ଉପରେ କାମ କରୁଥିବା ସଂଗଠନ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ ଦେଶର ପ୍ରାୟ 4,092 ବିଧାୟକଙ୍କ ସମ୍ପତ୍ତି ଏବଂ ଅପରାଧିକ ରେକର୍ଡ ବ୍ୟତୀତ ଅନେକ ଦିଗ ଉପରେ ଅଧ୍ୟୟନ କରିଛି। ADR ରିପୋର୍ଟ ଅନୁଯାୟୀ, ଚାରି ହଜାରରୁ ଅଧିକ ବିଧାୟକଙ୍କ ମୋଟ ସମ୍ପତ୍ତି ପ୍ରାୟ ୭୩ ହଜାର କୋଟି ଟଙ୍କା ରହିଛି। ଯାହା ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟର ମୋଟ ବଜେଟ ଠାରୁ ଅଧିକ।

  5. 5.ଦେଶର ସବୁଠାରୁ କମ ସମ୍ପତ୍ତି ଥିବା ବିଧାୟକଙ୍କ ଲିଷ୍ଟରେ ନିର୍ମଳ କୁମାର ଧାରା ମଧ୍ୟ ଅଛନ୍ତି, ଯାହାଙ୍କର ମୋଟ ସମ୍ପତ୍ତି ମାତ୍ର ୧୭୦୦ ଟଙ୍କା। ପଶ୍ଚିମବଙ୍ଗର ସିନ୍ଧୁସ ଆସନରୁ ବିଧାୟକ ଅଟନ୍ତି। ଏହି ତାଲିକାରେ ତିନି ଜଣ ବିଧାୟକ ଆମ ଆଦମୀ ପାର୍ଟିର ଅଛନ୍ତି। ପଞ୍ଜାବର ଫାଜିଲକାରୁ ନରିନ୍ଦର ପାଲ ସିଂହ, ସାଙ୍ଗରୁରରୁ ନରିନ୍ଦର କୌର ଏବଂ ଜମ୍ମୁ-କଶ୍ମୀରର ଡୋଡାର ବିଧାୟକ ମେହରାଜ ମଲିକଙ୍କ ସମ୍ପତ୍ତି 30,000 ଟଙ୍କାରୁ କମ ଅଟେ।ଓଡ଼ିଶାରୁ ମଧ୍ୟ ଜଣେ ନେତା ଅଛନ୍ତି। ସେ ହେଲେ ବାଙ୍ଗିରିପୋଷିର ଭାଜପା ବିଧାୟକ ସଞ୍ଜଳୀ ମୁର୍ମୁ। ତାଙ୍କର ମୋଟ ସମ୍ପତ୍ତି ମାତ୍ର 35,000 ଟଙ୍କା।

  6. 6.ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୮୧.୩୫ କୋଟି ଲୋକଙ୍କୁ ମାଗଣା ରାସନ୍‌ ଦିଆଯାଉଥିବା ବେଳେ ଅନ୍ୟ ଏକ ଯୋଜନାରେ ଆଉ ୧୧ କୋଟି ଲୋକଙ୍କୁ ସେହି ସୁବିଧା ମିଳୁଛି। ଏହି ମାମଲାରେ ମାଗଣା ରାସନ୍‌ ଉପରେ ପ୍ରତିକ୍ରିୟା ରଖିବାକୁ ସୁପ୍ରିମକୋର୍ଟ  କେନ୍ଦ୍ରକୁ କୋର୍ଟ କହିଛନ୍ତି।

  7. 7.ରୋଶନି ନାଦର ମାଲହୋତ୍ରା ଏବେ ଭାରତର ସବୁଠାରୁ ଧନୀ ମହିଳା ହେବାର ଗୌରବ ପାଇଛନ୍ତି। ଏଚ୍‍ସିଏଲ ଟେକ୍ନୋଲୋଜିଜ୍‌ର ପ୍ରତିଷ୍ଠାତା ଶିବ ନାଦର ତାଙ୍କ ଝିଅକୁ କମ୍ପାନିର ଏକ ପ୍ରମୁଖ ଅଂଶଧନ ଉପହାର ଦେଇଛନ୍ତି। 

  8. 8.ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କର ଏକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଭାରତଗସ୍ତ ସମୟରେ କ୍ରିଷ୍ଟୋଫର ଲକ୍ସନ ଖୁବ ମଜା ଉଠାଉଥିବା ଦେଖିବାକୁ ମିଳୁଛି।

  9. 9.ଅଷ୍ଟ୍ରେଲିଆର ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁତ୍ର ଫିଲିପ୍‌ (୧୦) ଓ ଟିମୋଥି (୬)ଙ୍କୁ ପୋଡ଼ି ହତ୍ୟା କରିବା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର କୁମାର ପାଲ ଓରଫ ଦାରା ସିଂହଙ୍କ ରେମିସନ୍‌ (ଜେଲରୁ ଆଗୁଆ ମୁକ୍ତି) ମାମଲାରେ ବିଚାର କରି ନିଷ୍ପତ୍ତି ଜଣାଇବା ପାଇଁ ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି।

  10. 10.ଓଡିଶାର ମୟୂରଭଞ୍ଜ ଜିଲାରେ ଏକ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ହେବ।

  11. 11.ଓଡ଼ିଶାର ଭାଜପା ସରକାର ପୂର୍ବ ବିଜେଡି ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) ନାମରେ ନାମିତ କରି ଏହାକୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY) ସହିତ ସଂଯୁକ୍ତ କରିଛନ୍ତି।

  12. 12.ରାଜ୍ୟ ସରକାର ସ୍ବତନ୍ତ୍ର ଶୀତଳଭଣ୍ଡାର ନୀତି ତୁରନ୍ତ ପ୍ରଣୟନ କରିବେ। ପ୍ରଥମ ପର୍ଯ୍ୟାୟରେ ୫୮ ଉପଖଣ୍ଡରେ ଗୋଟିଏ ଲେଖାଏ କୋଲ୍ଡଷ୍ଟୋରେଜ୍‌ ନିର୍ମାଣ କରାଯିବ ବୋଲି ବୁଧବାର ବିଧାନସଭାରେ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

  13. 13.ରାଜ୍ୟରେ ବଢୁଥିବା ରୌଦ୍ରତାପକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଆସନ୍ତା ଏପ୍ରିଲ ୨ରୁ ଲାଗୁ ହେବ।

  14. 14.କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବୁଧବାର କହିଛନ୍ତି ଯେ ସରକାର କର୍ମଚାରୀଙ୍କ ଅବସର ବୟସ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହାନ୍ତି।

  15. 15.ଯଦି କୌଣସି ନମୱରର ବ୍ୟବହାର ୯୦ ଦିନ ଯାଏ ଭଏସ କଲ, ଏସଏମଏସ ବା ଡାଟା ପାଇଁ କରାଯାଇ ନଥାଏ ତ, ସେ ଇନଆକ୍ଟିଭ ହୋଇ ଯାଏ। ୧ଅପ୍ରେଲ ପରେ କୌଣସି ବି ଇନଆକ୍ଟିଭ ବା ରିସାଇକିଲ କରାଯାଇ ଥିବା ନମ୍ବର ବ୍ୟାଙ୍କର ସିଷ୍ଟମରୁ ତୁରନ୍ତୁ ହଟେଇ ଦିଆଯିବ। ଯଦି ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ବା ୟୁପିଆଇ ଆଇଡି ଆକ୍ଟିଭ ରଖିବାକୁ ଚାହାନ୍ତି , ତ ଏହାକୁ ତୁରନ୍ତ ରିଚାର୍ଜ କରନ୍ତୁ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.