• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ  ଆଡ଼ା ଓ କମାଣ୍ଡ ସେଣ୍ଟର ଉପରେ ଆମେରିକା ବଡ଼ ଧରଣର ଆକ୍ରମଣ କରିଛି। ଶକ୍ତିଶାଳୀ ବୋମାମାଡ଼ରେ ହୁତି ଶିବିର ଓ କମାଣ୍ଡ ସେଣ୍ଟର ଗତକାଲି ଧ୍ବସ୍ତ ହୋଇଯାଇଥିବା ବେଳେ ଏଥିରେ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦୦ରୁ ଅଧିକ ଆହତ ହୋଇଛନ୍ତି।

  2. 2.ମାର୍କ କାର୍ନି  କାନାଡାର ୨୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶୁକ୍ରବାର ରାତି ସାଢ଼େ ୮ଟାରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଖଲିସ୍ତାନୀ ପ୍ରସଙ୍ଗରେ କାର୍ନିଙ୍କ ନୀତି କ’ଣ ରହିବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

  3. 3. ବଲୁଚିସ୍ତାନ ଟ୍ରେନ୍‌ ଅପହରଣ ମାମଲାରେ ଅତି ଭୟାନକ ତଥ୍ୟ ସାମ୍ନାକୁ ଆସିଛି। ୩୫୦ରୁ ଅଧିକ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ନେଇ ପାକ୍‌ ସେନା ଓ ସରକାରର ଦାବିକୁ ବଲୁଚ ମୁକ୍ତି ସେନା (ବିଏଲ୍‌ଏ) ଖଣ୍ଡନ କରିବା ସହ  ସେମାନଙ୍କ କବ୍‌ଜାରେ ଥିବା ସମସ୍ତ ୨୧୪ ଜଣ ବନ୍ଧକଙ୍କୁ ହତ୍ୟା କରାଯାଇଥିବା ଦାବି କରିଛି।

  4. 4.କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଭୁବନେଶ୍ୱରରେ ନ୍ୟାସନାଲ ଗ୍ୟାଲେରି ଅଫ୍ ମଡର୍ଣ୍ଣ ଆର୍ଟ (ଏନଜିଏମଏ)ର ଏକ ଶାଖା ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେବେ। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏ କ୍ଷେତ୍ରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମସ୍ତ ପ୍ରକାରର ସମର୍ଥନର ପ୍ରତିଶ୍ରୁତି ଦେଇଛନ୍ତି।

  5. 5.ଓଡିଶା ରାଜ୍ୟରେ ବ୍ୟାଙ୍କିଂ ନେଟ୍‌ୱର୍କ ହ୍ରାସ ପାଇଛି। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ରିପୋର୍ଟରୁ ଜଣାଯାଇଛି ଯେ ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୬୦୫୪ଟି ବ୍ୟାଙ୍କ ଶାଖା ରହିଛି। ୨୦୨୪ ସେପ୍ଟେମ୍ବର ତୁଳନାରେ ବ୍ୟାଙ୍କ ଶାଖା ସଂଖ୍ୟାରେ ୩୯ଟି ବୃଦ୍ଧି ଘଟିଛି। 

  6. 6.ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୨୦୯୭ଟି ଷ୍ଟାର୍ଟଅପ୍‌କୁ ସ୍ବୀକୃତି ମିଳିଛି। ସେଥିରୁ ୬୦ ପ୍ରତିଶତ ଷ୍ଟାର୍ଟଅପ୍ ଖୋର୍ଦ୍ଧା ଜିଲ୍ଲାରେ ରହିଛି। ପ୍ରକୃତରେ ଅଧିକ ଷ୍ଟାର୍ଟଅପ୍ ଭୁବନେଶ୍ବରରେ ଅଛି। 

  7. 7.ଆସନ୍ତା ୨୨ତାରିଖରେ ସମ୍ବଲପୁର ପିଏଚ୍‌ଡ଼ି ପଡ଼ିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ୧୫୦ କୋଟି ଟଙ୍କାରେ ନିର୍ମିତ ଭିମ୍‌ସାର ସୁପର ସ୍ପେଶିଆଲିଟି କୋଠା ଏବଂ ୩୨.୮୯ କୋଟି ଟଙ୍କାରେ ନିର୍ମିତ ଦୁର୍ଗାପାଲି ରେଳ ଓଭରବ୍ରିଜର ଉଦ୍‌ଘାଟନ କରିବେ।

  8. 8.ଆସନ୍ତା ୩୧ ତାରିଖ ରାଜ୍ୟରେ ଧାନ କିଣାର ଶେଷ ଦିବସ। ଏହି ଦିନ ଧାନକିଣାର ଡେଡ୍‌ଲାଇନ ବୋଲି କହିଛନ୍ତି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟରେ ଚଳିତ ଥର ୭୬ ଲକ୍ଷ ମେଟ୍ରିକ ଟନ ଧାନ କିଣାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୭୧ ଲକ୍ଷ ୫୦ ହଜାର ମେଟ୍ରିକ ଟନ ଧାନ କ୍ରୟ ସରିଛି।

  9. 9.ଆଗକୁ କାଳବୈଶାଖୀ ଆସୁଛି । ଏହାର ପ୍ରଭାବରେ ରାଜ୍ୟରେ ତାତି କମିବ । ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ୍‌ ଲାଇନ ପ୍ରଭାବରେ ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବ ।

  10. 10.ପୋଷଣ କେନ୍ଦ୍ରନେଇ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର। ‘ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲିବ।

  11. 11.ବୌଦ୍ଧ ଜିଲାରେ ତାପମାତ୍ର ଶନିବର ଦିନ ୪୨ ଡିଗ୍ରୀ ଉପରେଥିଲା। ଏ ନେଇ ରାଜ୍ୟରେସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ।

  12. 12.‘ସୁଭଦ୍ରା’ ହିତାଧୀକାରୀଙ୍କ ପାଇଁ ବଡ଼ ଖବର । ମହିଳାଙ୍କୁ ମିଳିବ ୧୫ ହଜାର ଟଙ୍କା । ତୃତୀୟ କିସ୍ତି ପାଇବେ ହିତାଧିକାରୀ । ଦୁଇଟି କିସ୍ତି ନମିଳିଥିଲେ ଏକାଥରକେ ସରକାର ଦେବେ ୩ଟି କିସ୍ତିର ଟଙ୍କା ।

  13. 13.କୋରାପୁଟ ଜିଲା କୋଟପାଡ଼ ଗୁଲମୀ ପିକ୍‌ନିକ୍‌ ସ୍ପଟରେ ଗାଧୋଇବାକୁ ଯାଇ ସେଲ୍‌ଫି ନେବା ସମୟରେ ଗଡ଼ ଖୋସି ଛତିଶଗଡ଼ ଜଗଦଳପୁର କୁମାର ପାରା ଅଞ୍ଚଳର ଦୁଇଜଣ ଯୁବକ ପ୍ରଖୋର ଜଳସ୍ରୋତରେ ଭାସି ଯାଇଥିବା ଜଣାପଡ଼ିଛି।

  14. 14.ବେଙ୍ଗାଲୁରୁ ବିମାନବନ୍ଦରରୁ ୩୭ କିଲୋଗ୍ରାମ୍‌ ଡ୍ରଗ୍ସ ସହ ନାଇଜେରିଆର ୨ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୭୫ କୋଟି ଟଙ୍କା ହେବ। କର୍ନାଟକରେ ଏହା ସର୍ବାଧିକ ଡ୍ରଗ୍ସ ଜବତ ବୋଲି ପୋଲିସ କହିଛି।

  15. 15.ଭାରତର ମୋଷ୍ଟ ଓ୍ବାର୍ଟେଡ ଆତଙ୍କବାଦୀ ଅବୁ କତାରକୁ ହତ୍ୟା କରାଯାଇଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଆତଙ୍କବାଦୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.