• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ୨୮୬ ଦିନ ପରେ ମହାକାଶରୁ ଫେରିଛନ୍ତି। ଦୁହେଁ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ଫ୍ଲୋରିଡା ସମୁଦ୍ରରେ ଅବତରଣ କରିଥିଲେ।

  2. 2.ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର୍ ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ (ଆଇଏସ୍ଏସ୍)ରୁ ବିଦାୟ ନେଇଛନ୍ତି। ପ୍ରଥମେ ବୋଇଂର ଷ୍ଟାରଲାଇନର ମହାକାଶଯାନରେ ୮ ଦିନିଆ ପରୀକ୍ଷଣ ଉଡ଼ାଣ ପାଇଁ ଯୋଜନା କରାଯାଇଥିବା ଏହି ଅଭିଯାନକୁ ଅପ୍ରତ୍ୟାଶିତ ବୈଷୟିକ ତ୍ରୁଟି କାରଣରୁ ବଢ଼ାଇ ଦିଆଯାଇଥିଲା। ୯ ମାସ କାଳ ସୁନୀତା ଏବଂ ୱିଲ୍‌ମୋର ମହାକାଶରେ ରହିଛନ୍ତି।

  3. 3.ଇସ୍ରାଏଲ ଗାଜା ଉପରେ ଭୟଙ୍କର ଆକ୍ରମଣ କରିଛି। ଏହି ଆକ୍ରମଣ‌ରେ ୪୧୩ ଜଣଙ୍କର ମୃତ୍ୟୁ ହୋଇଛି। ଜାନୁଆରି ୧୯ ତାରିଖରେ  ଯୁଦ୍ଧବିରତି ହେବା ପରଠାରୁ  ଏହା ଇସ୍ରାଏଲ ଦ୍ବାରା ଗାଜା ଉପରେ ପ୍ରଥମ ଆକ୍ରମଣ।

  4. 4.ମୋଗଲ ଶାସକ ଔରଙ୍ଗଜେବଙ୍କ କବର୍‌ ପ୍ରସଙ୍ଗରେ ଗତକାଲି ବଡ଼ଧରଣର ହିଂସା ହେବାପରେ ମହାରାଷ୍ଟ୍ରର ନାଗପୁର ସହରର ୧୧ଟି ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି।

  5. 5.ଦେଶର ଭୋଟର ତାଲିକା ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆସିବାକୁ ଯାଉଛି । ଦେଶର ଭୋଟରମାନଙ୍କୁ ଦିଆଯାଇଥିବା ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ୍ ହେବ ।

  6. 6.ଜଳ ଉପଲବ୍ଧତା ଏବଂ ପରିଚାଳନା ବୃଦ୍ଧି ପାଇଁ ମହାନଦୀର ଶାଖା ନଦୀଗୁଡ଼ିକରେ ୭ଟି ନୂତନ ବ୍ୟାରେଜ୍ ନିର୍ମାଣ କରିବାକୁ ଓଡ଼ିଶା ସରକାର ଘୋଷଣା କରିଛନ୍ତି।

  7. 7.ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ କରିବାକୁ ଯାଉଛି। ଓଡ଼ିଶା ସରକାର ଭୁବନେଶ୍ୱରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରସ୍ତାବିତ ଟ୍ରେନ୍ ସେବାକୁ କଟକ ପର୍ଯ୍ୟନ୍ତ ବିସ୍ତାର କରିବାକୁ ଯୋଜନା କରୁଛନ୍ତି।

  8. ବଡ଼ଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ ଖାରିପଲ୍ଲୀ ଗ୍ରାମରେ ଗୁଣିଗାରେଡ଼ିକୁ କେନ୍ଦ୍ରକରି ମଙ୍ଗଳବାର ସନ୍ଧ୍ୟାରେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ଏଥିରେ ବାପପୁଅଙ୍କ ସମେତ ୩ ଜଣଙ୍କର ମତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି।

  9. 9.ବହୁ ଚର୍ଚ୍ଚିତ ନବଦାସ ହତ୍ୟାକାଣ୍ଡ ମାମଲାରେ ଆଇନ ମନ୍ତ୍ରୀଙ୍କ ବୟାନ ପରେ ବିଜେଡିର ପ୍ରତିକ୍ରିୟା ଦେଇଛି। ବିଜେଡି କହିଛି, ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦିଆଯାଇଥିଲା। ସେତେବେଳେ ଭାଜପାର କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଶ୍ବାସନଥିଲା। ଏବେ ବି କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଜେଡି ସ୍ବାଗତ କରୁଛି।

  10. 10ଓଡ଼ିଶା ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) 2020 କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଏକ ଅଂଶ ସ୍ୱରୂପ, ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ 6 ବର୍ଷ କିମ୍ବା ତା’ଠାରୁ ଅଧିକ ଧାର୍ଯ୍ୟ କରାଯାଇଛି।

  11. 11.ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ନକଲି କଲ ସେଣ୍ଟର ଚାଲିଥିଲା। ପାକିସ୍ତାନୀ ଅଧିକାରୀମାନେ ଏହା ବିଷୟରେ ଜାଣିବାକୁ ପାଇଲେ। ଏହା ପରେ, ପାକିସ୍ତାନର ଫେଡେରାଲ ତଦନ୍ତ ଏଜେନ୍ସି ନକଲି କଲ ସେଣ୍ଟର ଉପରେ ଚଢାଉ କରିଥିଲା।

  12. 12.ସୋମବାର ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫେବୃଆରୀରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାରରେ ସାମାନ୍ୟ ବୃଦ୍ଧି ଘଟିଛି, ଯାହା ୨.୩୮% ରେ ସ୍ଥିର ହୋଇଛି। ଏହି ସଂଖ୍ୟା ଜାନୁଆରୀ ମାସର ପାଇକାରୀ ମୁଦ୍ରାସ୍ଫୀତି ତୁଳନାରେ ସାମାନ୍ୟ ଅଧିକ, ଯାହା ୨.୩୧% ଥିଲା।

  13. 13.କେନ୍ଦ୍ର ସରକାର ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ଆସନ୍ତା ସପ୍ତାହ ସୁଦ୍ଧା, ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ବୃଦ୍ଧି କରିପାରନ୍ତି।

  14. 14.ଆର୍‌ସିବି ଏଯାବତ ଆଇପିଏଲ୍‌ ଟାଇଟଲ ଜିତିନାହିଁ। କିନ୍ତୁ ଖେଳାଳି ଏବଂ ପ୍ରଶଂସକମାନେ ଆଇପିଏଲ୍‌ ୧୮ରେ କିଛି ଚମତ୍କାର ହୋଇପାରେ ବୋଲି ଆଶା କରୁଛନ୍ତି।

  15. 15.ଯେବେଠୁ ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଛି, ସେବେଠାରୁ ଏହାର ଅବସ୍ଥା ଖରାପରୁ ଆହୁରି ଖରାପ ହୋଇଯାଇଛି। ଏଥିପାଇଁ ଖେଳାଳିଙ୍କ ଦରମା କାଟିବା ସ୍ଥିତିରେ ଆସି ପହଞ୍ଚିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.