• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍‌ ଆଜି ମିଳିତ ଭାବେ ନୂଆଦିଲ୍ଲୀରେ ରାଇସିନା ଡାଇଲଗ୍‌ ୨୦୨୫ର ଉଦ୍‌ଘାଟନ କରିଛନ୍ତି।  ଚଳିତ ବର୍ଷ ରାଇସିନା ଡାଇଲଗ୍‌ର ବିଷୟବସ୍ତୁ ରହିଛି ‘କାଳଚକ୍ର-ପିପୁଲ୍‌ , ପିସ୍‌ ଆଣ୍ଡ ପ୍ଲାନେଟ୍‌’।  କାର୍ଯ୍ୟକ୍ରମ‌ରେ ପ୍ରାୟ ୧୨୫ଟି ରାଷ୍ଟ୍ରର ପ୍ରତିନିଧି ଯୋଗ ଦେଇଛନ୍ତି।
  2. 2.ଗୁଜରାଟ ଏଟିଏସ୍ ଏବଂ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ମିଳିତ ଭାବେ ଚଢ଼ାଉ କରି ସହରର ପାଲଡି ଅଞ୍ଚଳରେ ଥିବା ଜଣେ ଷ୍ଟକ ମାର୍କେଟ ଅପରେଟରଙ୍କ ଖାଲି ପଡ଼ିଥିବା ଫ୍ଲାଟ୍ ଉପରେ ଚଢ଼ାଉ କରିଥିଲେ। ଜବତ ହୋଇଥିବା ସମଗ୍ରୀ ମଧ୍ୟରେ ୯୦ କିଲୋ ସୁନା ଅଛି।

  3. 3.ଆମେରିକାରେ ତାଣ୍ଡବ ରଚିଛି ଘୂର୍ଣ୍ଣଝଡ଼। ଘୂର୍ଣ୍ଣଝଡ଼ରେ ସୋମବାର ସୁଦ୍ଧା ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶୁକ୍ରବାର ରାତିରେ କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକାରେ ଏହି ସାମୁଦ୍ରିକ ଝଡ଼ ବ୍ୟାପକ କ୍ଷୟକ୍ଷତି କରିଛି।

  4. 4.୨୦୨୪ ରେ ଓଡ଼ିଶାରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟ ସରକାର ଗାଡ଼ି ଏବଂ ସାଉଣ୍ଡ ସିଷ୍ଟମ ଭଡା ଏବଂ ତମ୍ବୁ ଏବଂ ବ୍ୟାରିକେଡ୍ ଲଗାଇବା ପାଇଁ ୧୧୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ।.

  5. 5.ଓଡ଼ିଶାରେ ବର୍ତ୍ତମାନ ୬୭ଟି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଏବଂ ୬୯ଟି ଭାରତୀୟ ପୁଲିସ ସେବା (ଆଇପିଏସ୍) ପଦବୀ ଖାଲି ଅଛି।

  6. 6.ଡିଜିଟାଲ୍ ପ୍ରଯୁକ୍ତିର ପ୍ରସାର ସତ୍ତ୍ୱେ, ଓଡ଼ିଶାର ୨,୬୦୩ ଗାଁରେ ମୋବାଇଲ୍ ସଂଯୋଗ ନାହିଁ ବୋଲି ସୋମବାର ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି।

  7. 7.ଗତ ୮ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନରେ ୨୦ ହଜାରରୁ ଅଧିକ ନିଖୋଜ ମାମଲା ପଞ୍ଜିକୃତ ହୋଇଛି । ସେଥି ମଧ୍ୟରୁ ୭,୦୪୮ ଟି ସମାଧାନ କରାଯାଇଛି। ସମ୍ପୃକ୍ତ ନିଖୋଜଙ୍କ ସନ୍ଧାନ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି।  

  8. 8.ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଆଉ ନାହାନ୍ତି। ତାଙ୍କୁ ୮୪ ବର୍ଷ ହୋଇଥିଲା।

  9. 9.ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ହିନ୍ଦୁସ୍ତାନ ପେ‌‌ଟ୍ରୋଲିୟମ୍ କର୍ପୋରେସନ୍ (ଏଚ୍‌ପିସିଏଲ୍‌) ରାଜ୍ୟରେ ପେଟ୍ରୋଲ୍ ଓ ହାଇ-ସ୍ପିଡ୍‌ ଡିଜେଲ୍ ପାଇପ୍‌ଲାଇନ୍ ବିଛ‌ାଇବ। ରାୟଗଡ଼ା, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଏହି ପାଇପ୍‌ଲାଇନ୍ ବିଛାଯିବ। ସେଥିରେ କମ୍ପାନି ୮୬୮ କୋଟି ଟଙ୍କା ବିନିଯୋଗ କରିବ।

  10. 10. ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ୯ ମାସରୁ ଅଧିକ ସମୟ ଧରି ଅଟକି ରହିଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ଶେଷରେ ପୃଥିବୀ ପୃଷ୍ଠରେ ଅବତରଣ କରିବାକୁ ଯାଉଛନ୍ତି। 

  11. 11.ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ (ଆଇବିଏ) ସହିତ ଆଲୋଚନା ବିଫଳ ହେବା ପରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫବିୟୁ ) ମାର୍ଚ୍ଚ ୨୪ ଏବଂ ୨୫ ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ୟୁଏଫବିୟୁର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ନିଯୁକ୍ତି, ଚାକିରି ସୁରକ୍ଷା ଏବଂ ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ ଆଦି ରହିଛି।

  12. 12.ଚଳିତ ମାର୍ଚ୍ଚ ମାସ ମଧ୍ୟ ଅନୁରୂପ ଭାବେ ଉତ୍ତପ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବରୁ ଚେତାବନୀ ଦେଇସାରିଛି। 

  13. 13. ଗତ ୧୦ ବର୍ଷ ମଧ୍ୟରେ ବ୍ୟାଙ୍କଗୁଡ଼ିକ ନିଜ ହିସାବ ଖାତାରୁ ୧୬.୩୫ ଲକ୍ଷ କୋଟି ଟଙ୍କାର ଋଣ ହଟାଇଛନ୍ତି। ଗ୍ରାହକଙ୍କଠାରୁ ‌‌ସେହି ଋଣ ଆଦାୟ କରିବା ଲାଗି ‌ଅନେକ ଚେଷ୍ଟା କରିବା ପରେ ବ୍ୟାଙ୍କଗୁଡ଼ିକ ବିଫଳ ହୋଇଛନ୍ତି। 

  14. 14.ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଭାରତର ସୌରଶକ୍ତି ଉତ୍ପାଦନ କ୍ଷମତା ଶତାବ୍ଦୀର ମଧ୍ୟଭାଗ (୨୦୫୦) ସୁଦ୍ଧା ୬୦୦-୮୦୦ ଗିଗାୱାଟ୍‌ ଆୱାର ହ୍ରାସ ପାଇବ।

  15. 15. ଡିଜିଟାଲ ବ୍ୟାଙ୍କିଂର ପ୍ରସାର ହୋଇଥିଲେ ମଧ୍ୟ ବ୍ୟାଙ୍କ ଶଖା, ଏଟିଏମ୍‌, ବ୍ୟାଙ୍କିଂ କରେସ୍‌ପ‌େଣ୍ଡଣ୍ଟ୍‌ (ବିସି) ଆଦି ସଂଖ୍ୟା ଯଥେଷ୍ଟ ମାତ୍ରାରେ ବଢ଼ିବାର ଆବଶ୍ୟକତା ରହିଛି। ଲୋକମାନେ ଯେଭଳି ସେମାନଙ୍କ ଘର ନିକଟରେ ବ୍ୟାଙ୍କିଂ ସେବା ପାଇପାରିବେ ତାହା ଉପରେ ଗୁରୁତ୍ବ ଦିଆଯାଉଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.