-
1.କାଲିଫର୍ଣ୍ଣିଆର ଲସ୍ ଏଞ୍ଜେଲେସ୍ଠାରେ ୯୭ତମ ଏକାଡେମି ଆୱାର୍ଡ ପୁରସ୍କାର ପ୍ରଦାନ ସମାରୋହରେ ସିନ୍ ବେକରଙ୍କ ଅନୋରା ସିନେମାକୁ ଶ୍ରେଷ୍ଠ ସିନେମା ପୁରସ୍କାର ମିଳିଛି। ଏଥିସହିତ ଆଡ୍ରିଏନ୍ ବ୍ରୋଡି ଏବଂ ମିକି ମାଡିସନ୍ଙ୍କୁ ଯଥାକ୍ରମେ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅନୋରାକୁ ଭିନ୍ନ ଭିନ୍ନ ବର୍ଗରେ ୫ଟି ପୁରସ୍କାର ମିଳିଛି।
-
2.କେନ୍ଦ୍ର ସରକାର ଭାରତୀୟ ରେଳ ଫାଇନାନ୍ସ କର୍ପୋରେସନ୍ (ଆଇଆରଏଫସି) ଏବଂ ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି)କୁ ନବରତ୍ନ ମାନ୍ୟତା ଦେଇଛନ୍ତି।
-
3.ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ନ୍ୟାୟିକ ସେବାରେ ନିଯୁକ୍ତି ସୁଯୋଗରୁ ବଞ୍ଚିତ କରାଯାଇପାରିବ ନାହିଁ।
-
4. ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ମାମଲାରେ ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କ ଶୋ’ ‘ଦି ରଣବୀର ଶୋ’ର ପ୍ରସାରଣ ପାଇଁ ଅନୁମତି ଦେଇଛନ୍ତି।
-
5.ଟ୍ରମ୍ପ ସରକାର ଇଂରାଜୀକୁ ଆମେରିକାର ସରକାରୀ ଭାଷା ଭାବରେ ଘୋଷଣା କରିଛନ୍ତି ।
-
6.ରୁଷିଆ ସହିତ ଯୁଦ୍ଧ ଶେଷ କରିବା ବିଷୟରେ ଆଲୋଚନା କରିବାକୁ ଆସିଥିବା ଜେଲେନସ୍କି ଟ୍ରମ୍ପଙ୍କ ସହ କଥା କଟାକଟି କରିଥିଲେ। ତେବେ ଏହି ବଚସା ପରେ ବହୁ ୟୁରୋପୀୟ ଦେଶ ଜେଲେନସ୍କିଙ୍କୁ ସମର୍ଥନ କରିଛନ୍ତି। ଏଥିରେ ବ୍ରିଟେନ ଜେଲେନସ୍କିଙ୍କୁ ସମର୍ଥନ ଜଣାଇଛି।
-
7.ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଲୋକମାନଙ୍କୁ ତୁରନ୍ତ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରିଛନ୍ତି। ରାଜ୍ୟର ସଫଳ ପରିବାର ନିୟୋଜନ ପଦକ୍ଷେପ ଏବେ ସେମାନଙ୍କୁ ଅସୁବିଧାରେ ପକାଇଛି ବୋଲି ସେ କହିଛନ୍ତି।
-
8.ଓଡ଼ିଶାରେ ପୂର୍ବରୁ ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଠାରୁ ଏପ୍ରିଲ ୨୪ରେ ଏହି ଦିବସ ପାଳିତ ହେବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି।
-
9.ମୁଖ୍ୟମନ୍ତ୍ରୀଙ୍କ ଓଏସଡି ହେଲେ କୌଶିକ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ OSD ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
-
10.ସମ୍ବଲପୁର ଜୋନରେ କପି କରୁଥିବାବେଳେ ୭ଜଣ ପରୀକ୍ଷାର୍ଥୀଙ୍କୁ ଏଆଇ କ୍ୟାମେରା ଧରିଛି। ସମ୍ବଲପୁର ଜୋନରେ ପ୍ରଥମ ଥର ପାଇଁ କପି କରୁଥିବା ୭ଜଣ ପରୀକ୍ଷାର୍ଥୀଙ୍କୁ ଏଆଇ କ୍ୟାମେରା ଧରିଛି।
-
11.ଜଣେ ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବା ଘଟଣାରେ କମିସନରେଟ ପୁଲିସ ଆଜି ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ରକି ଟାଟୁର ମାଲିକ ରକି ରଂଜନ ବିଶୋଇ ଓ ଅଶ୍ୱିନୀ କୁମାର ପ୍ରଧାନ।
-
12.ଓଡ଼ିଶା ହାଇକୋର୍ଟ ଜଣେ ନାବାଳିକା ବଳାତ୍କାର ପୀଡିତାଙ୍କ ଗର୍ଭଧାରଣକୁ ସମାପ୍ତ କରିବାକୁ ଅନୁମତି ଦେଇଛନ୍ତି। ଯିଏ ୨୪ ସପ୍ତାହରୁ ଅଧିକ ଗର୍ଭବତୀ ଏବଂ ସିକଲ୍ ସେଲ୍ ରୋଗ (SCD) ପୀଡିତ। ୧୩ ବର୍ଷୀୟା ଝିଅର ପିତାଙ୍କ ଦ୍ୱାରା ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀଙ୍କ ଏକକ ବିଚାରପତି ଖଣ୍ଡପୀଠ ନାବାଳିକା ବଳାତ୍କାର ପୀଡିତାଙ୍କ ଗର୍ଭଧାରଣକୁ ସମାପ୍ତ କରିବାକୁ ଅନୁମତି ଦେଇଛନ୍ତି।
-
13.ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା ପ୍ରିୟଦର୍ଶିନୀ(ମାମୁନି)ଙ୍କ ସହ ସାରଦାଙ୍କର ହାତଗଣ୍ଠି ପଡ଼ିଛି।
-
14.ଆମେରିକା ସେନା ଶନିବାର ସିରିଆରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ଜଡ଼ିତ ଜଣେ ବରିଷ୍ଠ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି।
-
15.ଭାରତର କ୍ରିଷ୍ଣା ଜୟଶଙ୍କର ୨୦୨୫ ମାଉଣ୍ଟେନ ୱେଷ୍ଟ ଇନଡୋର ଟ୍ରାକ୍ ଆଣ୍ଡ ଫିଲ୍ଡ ଚାମ୍ପିୟନଶିପରେ ପ୍ରଥମ ଭାରତୀୟ ମହିଳା ଭାବେ ଇନଡୋର ସଟ୍ ପୁଟରେ ୧୬ ମିଟର ଅତିକ୍ରମ କରି ଇତିହାସ ରଚିଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଥ୍ରୋର ତୀବ୍ରତା ୧୬.୦୩ ମିଟର ଥିଲା।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.