-
1.ଏଲନ୍ ମସ୍କଙ୍କ ମଙ୍ଗଳ ରକେଟ୍ କାର୍ଯ୍ୟକ୍ରମ ପାଇଁ ଚଳିତ ବର୍ଷ ଏହା କ୍ରମାଗତ ଦ୍ବିତୀୟ ବିଫଳତା। ମହାକାଶରେ ଷ୍ଟାର୍ସିପ୍ର ବିସ୍ଫୋରଣ ପରେ ଫ୍ଲୋରିଡା ଓ ବାହାମାସ ନିକଟ ଆକାଶରେ ଏହାର ଜଳନ୍ତା ଖଣ୍ଡଗୁଡ଼ିକ ସୋସିଆଲ ମିଡିଆ ଭିଡିଓରେ ଦେଖିବାକୁ ମିଳିଛି।
-
2.ଟ୍ରମ୍ପ ‘ପରମାଣୁ ପରୀକ୍ଷଣ ଚୁକ୍ତି’ ନିମନ୍ତେ ଏକ ଗଠନମୂଳକ ବୁଝାମଣା କରିବାକୁ ଇରାନକୁ ଚିଠି ଲେଖିଛନ୍ତି।
-
3.ରାଜ୍ୟରେ କଳ କାରଖାନା ପ୍ରତିଷ୍ଠା ପାଇଁ ଆବଶ୍ୟକ ପଡ଼ୁଥିବା ଜମି ଇଡକୋ ଜରିଆରେ ଅଧିଗ୍ରହଣ କରାଯାଇ ଲ୍ୟାଣ୍ଡ୍ ବ୍ୟାଙ୍କ୍ ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଲ୍ୟାଣ୍ଡ୍ ବ୍ୟାଙ୍କ ଅଧୀନରେ ଶିଳ୍ପ ନିମନ୍ତେ ନିହାତି ଆବଶ୍ୟକ ଥିବା ୯୭,୧୩୪.୮୭୭ ଏକର ଜମି ଚିହ୍ନଟ କରାଯାଇ ଅଧିଗ୍ରହଣ ନିମନ୍ତେ ଆବେଦନ କରାଯାଇଛି।
-
4.ଚୌଦ୍ବାରରେ ବନ୍ଦ ଥିବା ଓଟିଏମ୍ର ୪୭୮.୧୬୦ ଏକର ଜମି ଇଡ୍କୋକୁ ଫେରାଇ ଅଣାଯାଇଛି। ସେଥିରୁ ୫୫.୯୯ ଏକର ଜମି ୱେଲସ୍ପନ କମ୍ପାନିକୁ ହସ୍ତାନ୍ତର କରାଯାଇଛି ଏବଂ ବାକି ଜମିର ହସ୍ତାନ୍ତର ପ୍ରକ୍ରିୟା ଚାଲୁରହିଛି ବୋଲି ଶିଳ୍ପମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି।
-
5.୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ୨ ଲକ୍ଷ ୧୦ ହଜାର ୫୪୬ କୋଟି ୩୫ ଲକ୍ଷ ଟଙ୍କାର ଅଗ୍ରାଧିକାର କ୍ଷେତ୍ର ଋଣ ମଧ୍ୟରୁ ୧ ଲକ୍ଷ ୪୫ ହଜାର ୧୭୨ କୋଟି ୬୫ ଲକ୍ଷ ଟଙ୍କା ପ୍ରଦାନ କରିବାରେ ରାଜ୍ୟର ବ୍ୟାଙ୍କଗୁଡ଼ିକ ଗତ ଡିସେମ୍ବର ୩୧ ସୁଦ୍ଧା ସକ୍ଷମ ହୋଇଛନ୍ତି।
-
6.ମହିଳାମାନେ କେବଳ ପରିବାରର ସମ୍ପତ୍ତି ଉପଭୋଗ କରିବାରେ ସୀମିତ ନାହାନ୍ତି। ସମ୍ପତ୍ତିର ପରିଚାଳନା, ନୂତନ ସମ୍ପତ୍ତି ସୃଷ୍ଟି ଓ ସ୍ଥାନାନ୍ତର ଆଦି କ୍ଷେତ୍ରରେ ସେମାନଙ୍କ ଗୁରୁତ୍ବ ବଢ଼ିବାରେ ଲାଗିଛି ବୋଲି ଆକ୍ସିସ୍ ଏଏମ୍ସିର ମୁଖ୍ୟ (ଫାମିଲି ଅଫିସ୍ ଓ ପ୍ରାଇଭେଟ୍ ୱେଲ୍ଥ) ଅରୁଣିମା ନୈନ୍ କହିଛନ୍ତି।
-
7.ସହରାଞ୍ଚଳରେ ରୋଜଗାର କରୁଥିବା ମହିଳାମାନଙ୍କ ସଂଖ୍ୟା ବର୍ଷକ ଭିତରେ ୧୦ ପ୍ରତିଶତ ବଢ଼ିବା ସତ୍ତ୍ବେ ଏବେବି ଆହୁରି ୮.୯ କୋଟି ମହିଳା ଶ୍ରମଶକ୍ତି ବାହାରେ ରହିଛନ୍ତି। ଗ୍ରେଟ୍ ଲେକ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଏକ ରିପୋର୍ଟରେ ଏହା ଦାବି କରାଯାଇଛି।
-
8.ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ମୋବାଇଲ୍ କମ୍ପାନିଗୁଡ଼ିକର କଲ୍ ଡ୍ରପ୍ ହାର ନିର୍ଧାରିତ ସୀମା ୨ ପ୍ରତିଶତଠାରୁ କମ୍ ରହିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ୨୦୨୪ ଡିସେମ୍ବରରେ କରାଯାଇଥିବା ଡ୍ରାଇଭ୍ ଟେଷ୍ଟରୁ ଏହା ଜଣାପଡ଼ିଛି।
-
9. ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ପକ୍ଷରୁ ମୁମ୍ବାଇର ଧାରାବୀ ବସ୍ତିର ପୁନଃବିକାଶ ପ୍ରକଳ୍ପକୁ ସ୍ଥଗିତ ରଖିବା ଲାଗି ସୁପ୍ରିମ୍କୋର୍ଟ ମନା କରିଛନ୍ତି। ପ୍ରକଳ୍ପ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଲାଗୁ କରିବାକୁ ଦୁବାଇର କମ୍ପାନି ସେକ୍ଲିଙ୍କ୍ ଟେକ୍ନୋଲୋଜି କର୍ପୋରେସନ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।
-
10.ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ହୋଇଛି।
-
11.ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶୁକ୍ରବାର ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସୀମା ର୍ନିଦ୍ଧାରଣ ପ୍ରସଙ୍ଗରେ ଏକ ବୈଠକ ଡାକିଛନ୍ତି।
-
12.ଦେଶରେ ମୋଟ 543 ଜଣ ଲୋକ ସଭା ଏମପି ଅଛନ୍ତି। ଗତ ବର୍ଷ ହିଁ, ଏପ୍ରିଲରୁ ଜୁନ ମଧ୍ୟରେ ଅନୁଷ୍ଠିତ ସାଧାରଣ ର୍ନିବାଚନରେ, ୭୪ ଜଣ ମହିଳା ଏମପି ର୍ନିବାଚିତ ହୋଇଥିଲେ।
-
13.ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଥିବାବେଳେ ଏହା ୭ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଅର୍ଥାତ୍ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ମରାମତି କାର୍ଯ୍ୟ ବନ୍ଦ ରହିବ।
-
14.କମ୍ପାନୀ YouTubeର ନୀତି ଉଲ୍ଲଂଘନ କରୁଥିବା ଭିଡିଓ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ତା’ର ରିପୋର୍ଟରେ କହିଛି ଯେ ଗତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ, YouTubeର ସମ୍ପ୍ରଦାୟ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ୨୯ ଲକ୍ଷ ଭିଡିଓ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ଏହା ବିଶ୍ୱର କୌଣସି ଦେଶରେ ହଟାଇବା ଭିଡିଓର ସର୍ବାଧିକ ସଂଖ୍ୟକ।
-
15.ୟୁଟ୍ୟୁବ ମାଲିକାନା କମ୍ପାନୀ ଗୁଗଲ ତାର ନୀତି ପରିବର୍ତ୍ତନ କରିଛି। କମ୍ପାନୀ ଅନଲାଇନ ଜୁଆ ସାଇଟ ଏବଂ ଆପ୍ସକୁ ପ୍ରୋତ୍ସାହିତ କରୁଥିବା କ୍ରିଏଟରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏପରି କ୍ରିଏଟରଙ୍କ ଚ୍ୟାନେଲଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇପାରେ।
-
16.ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ଅନୁଯାୟୀ, ଭାରତରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ 36.6% ହେଉଛନ୍ତି ମହିଳା, ଯେଉଁଥିରୁ ଅଧିକାଂଶ ହେଉଛନ୍ତି 18-39 ବର୍ଷ ବୟସର ଯୁବତୀ। ଏମ୍ପାୱାରର ସର୍ଭେରୁ ଜଣାପଡିଛି ଯେ ମହିଳାମାନେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଖୋଲାଖୋଲି କହିବାକୁ ଭୟ କରନ୍ତି, କାରଣ ସେଥିଯୋଗୁ କ୍ୟାରିଅର ପ୍ରଭାବିତ ନହୁଏ। ଏହା ବ୍ୟତୀତ ଯୌନ ର୍ନିଯାତନା, ଘରୋଇ ହିଂସା ଏବଂ କାର୍ଯ୍ୟ-ଜୀବନ ସନ୍ତୁଳନ କାରଣରୁ ମଧ୍ୟ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପ ହେଉଛି।
-
17.ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର ନୂଆଦିଲ୍ଲୀ ଏବଂ ବେଜିଂକୁ ଆଧିପତ୍ୟବାଦ ଏବଂ କ୍ଷମତା ରାଜନୀତିକୁ ବିରୋଧ କରିବାରେ ଏକାଠି କାମ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି। ଆମେରିକା ସହିତ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ତାଙ୍କର ବକ୍ତବ୍ୟକୁ ବିଚାର କରାଯାଉଛି।
-
18.ଖରାଦିନେ ଉପଭୋକ୍ତା ବିଲ ଦେଇ ନ ପାରିଲେ ବି ବିଦ୍ୟୁତ କଟିବ ନାହିଁ ବୋଲି ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇଛନ୍ତି।
-
19.ପିଜି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୧୦ରୁ ଆବେଦନ କରିପାରିବେ। ଏହାପରେ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପେଟ୍) ମେ’ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ପିଜି ପାଠ୍ୟକ୍ରମରେ ପାଠପଢ଼ା ଜୁଲାଇ ୧୦ ତାରିଖରୁ ଆରମ୍ଭ କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
-
20.ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ “କଳିଙ୍ଗ ସୁପର କପ୍” ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। କଳିଙ୍ଗ ଷ୍ଟାଡିୟମ ଠାରେ “କଳିଙ୍ଗ ସୁପର କପ୍” ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହି ପ୍ରତିଯୋଗିତା ଆସନ୍ତା ୧୮ ଏପ୍ରିଲ ଠାରୁ ଆରମ୍ଭ ହୋଇ ୨୮ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.