• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ-୨ ଭାବେ ନିଯୁକ୍ତି ମିଳିଛି।

  2. 2.ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍‌ ସିଂହଙ୍କ ଇସ୍ତଫା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରଠାରୁ ଉଗ୍ରପନ୍ଥୀଙ୍କ ଆଡ଼ା ଧ୍ବସ୍ତ ସହ ଗିରଫଦାରୀ ପାଇଁ ମିଳିତ ସୁରକ୍ଷା ବାହିନୀ ବିଭିନ୍ନ ଅଂଚଳରେ ଅପରେସନ୍‌ ଜାରି ରଖିଛି। ଉଗ୍ରପନ୍ଥୀ ପ୍ରବଣ ଅଞ୍ଚଳରେ ଏବେ କର୍ଫ୍ୟୁ ଜାରି ହୋଇଛି।

  3. 3.କେନ୍ଦ୍ରୀୟ ଅବକାରୀ ଓ ଜିଏସ୍‌ଟିର ଜଣେ ଅତିରିକ୍ତ କମିସନର, ତାଙ୍କ ମା’ ଓ ଭଉଣୀଙ୍କ ମୃତଦେହ କେରଳରେ ଥିବା ତାଙ୍କ ବାସଭବନରୁ ମିଳିଛି ଏବଂ ପୁଲିସ ଏହାକୁ ହତ୍ୟା ଓ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି।

  4. 4.ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ପ୍ଲାଟଫର୍ମରେ ‘ଅଶ୍ଳୀଳତା ଓ ହିଂସା’ ପ୍ରଦର୍ଶିତ ହେଉଥିବା ଅଭିଯୋଗ ମଧ୍ୟରେ କ୍ଷତିକାରକ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ଆଇନଗତ ଢାଞ୍ଚାର ଆବଶ୍ୟକତା ନେଇ ଯାଞ୍ଚ କରୁଛି।

  5. 5.ଦିଲ୍ଲୀ ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଫେବ୍ରୁଆରି ୧୭ ତାରିଖରେ ପ୍ରସ୍ତାବିତ ଆଡଭୋକେଟ୍ ସଂଶୋଧନ ବିଲ୍, ୨୦୨୫ ବିରୋଧରେ କଡ଼ା ବିରୋଧ ପ୍ରକାଶ କରାଯାଇଥିଲା। ବାର ଆସୋସିଏସନର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ଏହି ସଂଶୋଧନ ମାଧ୍ୟମରେ କେନ୍ଦ୍ର ସରକାର ଆଇନଜୀବୀମାନଙ୍କ ଅଧିକାର ଏବଂ ସୁବିଧାକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି।

  6. 6. ଦିଲ୍ଲୀବାସୀଙ୍କ ପାଇଁ ସ୍ବାସ୍ଥ୍ୟବୀମା ପ୍ରିମିୟମ ୧୦ରୁ ୧୫ ପ୍ରତିଶତ ବଢ଼ାଇବା ଉପରେ ସ୍ବାସ୍ଥ୍ୟ ବୀମା ସେବା ପ୍ରଦାନକାରୀ କମ୍ପାନିଗୁଡ଼ିକ ବିଚାର କରୁଛନ୍ତି। କାରଣ ଦେଶର ରାଜଧାନୀ ଦିଲ୍ଲୀରେ ୨୦୨୪ରେ ବାୟୁ ପ୍ରଦୂଷଣଜନିତ ସ୍ବାସ୍ଥ୍ୟବୀମା ଦାବି ରାଶି ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। 

  7. 7.ଶିକ୍ଷା କ୍ଷେତ୍ରରେ ଆଶାୟୀ ଓ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର କୋଚିଂ ସେଣ୍ଟରରୁ ଟଙ୍କା ଫେରସ୍ତ ଜରିଆରେ ୧.୫୬ କୋଟି ଟଙ୍କାର ସହାୟତା ରାଶି ହାସଲ କରିଥିବା ଜଣାପଡିଛି। ଖାଉଟି ବ୍ୟାପାର ବିଭାଗ ଶିକ୍ଷା କ୍ଷେତ୍ରରେ ୬୦୦ରୁ ଅଧିକ ପରୀକ୍ଷାର୍ଥୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସଫଳତାର ସହ ଏହି ଫେରସ୍ତ ହାସଲ କରିଛି।

  8. 8. ୨୦୨୪-୨୫ ଆର୍ଥିକ ବର୍ଷରେ ୩ଶହ କୋଟିର ସୁଧ ଫେରସ୍ତ କରାଯିବ। ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକଙ୍କ ୩୦୦କୋଟିର ସୁଧ ଫେରସ୍ତ କରାଯିବ। ସୁଧ ଫେରସ୍ତ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

  9. 9.ଓଡ଼ିଶୀ ନୃତ୍ୟଶିଳ୍ପୀ ମାୟାଧର ରାଉତଙ୍କ ଶନିବାର ଦିଲ୍ଲୀସ୍ଥିତ ବାସଭବନରେ ୯୨ ବର୍ଷ ବୟସରେ ପରଲୋକ ଘଟିଛି।୧୯୩୩ ମସିହା ଜୁଲାଇ ୬ ତାରିଖରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ମାୟାଧର ରାଉତ ୧୯୫୦ ଦଶକରେ ଶାସ୍ତ୍ର ଭିତ୍ତିକ ଜ୍ଞାନ ବଳରେ ଓଡ଼ିଶୀ ନୃତ୍ୟର ପୁନରୁଦ୍ଧାର କରିଥିଲେ।

  10. 10.ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ (ପେନ୍‌ସନ) ନିୟମାବଳୀ, ୧୯୯୨ ଅନୁଯାୟୀ ଓ୍ବାର୍କଚାର୍ଜଡ କର୍ମଚାରୀ ଏବଂ ଠିକା କର୍ମଚାରୀଙ୍କ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ରହିଥିବା ସୁପ୍ରିମକୋର୍ଟ କହିଛନ୍ତି।

  11. 11.କିଟ୍‌ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ଜମି ଦୁର୍ନୀତି କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି ଘଟଣାରେ ଶନିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଯେଉଁଠି ସବୁ ଜବରଦଖଲ ରହିଛି ସେସବୁ ସ୍ଥାନକୁ ଜବରଦଖଲମୁକ୍ତ କରିବା ସକାଶେ ରାଜସ୍ବ ଏବଂ ଜିଏ ବିଭାଗ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ କରିବାକୁ ଯୋଜନା ହେଉଛି।

  12. 12.ଚାଇନାର ଏକ ନୂଆ ଭାଇରସ HKU5-CoV-2 ଆବିଷ୍କୃତ ହୋଇଛି, ଯାହା କୋଭିଡ-19 ପରି ବିପଜ୍ଜନକ ହୋଇପାରେ ବୋଲି କୁହାଯାଉଛି। ଏହି ଭାଇରସ ବାଦୁଡ଼ିରେ ମଧ୍ୟ ମିଳିଛି ଏବଂ ଏହା ମଣିଷକୁ ସଂକ୍ରମିତ କରିପାରେ।

  13. 13.ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଶୁକ୍ରବାର ଘୋଷଣା କରିଛନ୍ତି ଯେ ସେ ଖୁବ ଶୀଘ୍ର ଭାରତ ଏବଂ ଚାଇନା ଭଳି ଦେଶଗୁଡ଼ିକ ଉପରେ ରେସିପ୍ରୋକାଲ ଶୁଳ୍କ ଲାଗୁ କରିବେ। ସେ କହିଛନ୍ତି ଯେ ଏହି ଦେଶଗୁଡ଼ିକ ଆମେରିକୀୟ ସାମଗ୍ରୀ ଉପରେ ଯେଉଁଭଳି ଶୁଳ୍କ ଲଗାନ୍ତି, ଆମେରିକା ମଧ୍ୟ ଏହି ଦେଶଗୁଡ଼ିକରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ସମାନ ଶୁଳ୍କ ଲଗାଇବ।

  14.  14.ବିଶ୍ବ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ସଙ୍କଟ ବଢ଼ୁଥିବା ବେଳେ ଆମେରିକା ପୁଣି ପ୍ୟାରିସ ଜଳବାୟୁ ଚୁକ୍ତିରୁ ଓହରିଯାଇଛି। ଶନିବାର ଆମେରିକା ପ୍ରଶାସନ ଏ ନେଇ ଘୋଷଣା କରିଛି। 

  15. 15.ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ବ୍ଲକ ଉତ୍ତମ ପଞ୍ଚାୟତ ଅନ୍ତର୍ଗତ ଲେଲେହେର ଗ୍ରାମର ଜୟନ୍ତ ସାହୁ(20) ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.