• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତୀୟ ନିର୍ବାଚନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ଭାରତରେ ମତଦାନ ହାରରେ ଉନ୍ନତି ଆଣିବା ପାଇଁ ୟୁଏସ୍‌ଏଡ୍‌ ଫେଡେରାଲ ପାଣ୍ଠି ଏକ ‘କିକ୍‌ବ୍ୟାକ୍ (ଲାଞ୍ଚ) ଯୋଜନା’ ଥିଲା ଏବଂ ଏହି  ଯୋଜନାରେ ଭାରତକୁ ଅର୍ଥ ପଠାଯାଉଥିଲା। 

  2. 2.ଭାରତର ନିର୍ବାଚନ ପ୍ରକ୍ରିୟାରେ ବିଦେଶୀ ହସ୍ତକ୍ଷେପକୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତୀବ୍ର ନିନ୍ଦା କରିବା ସହ ଏହାକୁ ଗଣତନ୍ତ୍ର ଉପରେ ଏକ ନିର୍ମମ ଆକ୍ରମଣ ବୋଲି କହିଛନ୍ତି।

  3. 3.ଇସ୍ରାଏଲର ତେଲ ଅଭିଭ ସହର ରେ ତିନୋଟି ବସ୍ ରେ ଗୋଟିଏ ପରେ ଗୋଟିଏ ଜୋରଦାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ କୌଣସି ମୃତାହତର ଖବର ହୋଇନାହାନ୍ତି।

  4. 4. ‘ମତଦାନ’ ପାଇଁ ଆମେରିକା ଭାରତକୁ ୨୧ ନିୟୁତ ଡଲାର ପ୍ରଦାନ କରିବା ନେଇ ବିବାଦ ଲାଗି ରହିଥିବା ବେଳେ ହଠାତ୍ ୟୁଏସ୍ ଏଜେନ୍ସି ଫର୍ ଇଣ୍ଟର୍‌ନ୍ୟାସ୍‌ନାଲ ଡେଭଲପ୍‌ମେଣ୍ଟ (ୟୁଏସ୍ଏଡ୍‌)ର ପୂର୍ବତନ ଭାରତୀୟ ନିର୍ଦେଶିକା ବୀଣା ରେଡ୍ଡୀ ଚର୍ଚ୍ଚାକୁ ଆସିଛନ୍ତି।

  5. 5.୨୦୨୨-୨୦୨୪ ମଧ୍ୟରେ ରାଜ୍ୟରେ ୨୩ଟି ଗୁରୁତ୍ବପୂର୍ଣ୍ଣ ଏମ୍‌ଓୟୁ ସ୍ଵାକ୍ଷର କରାଯାଇଥିଲା। ଜଗତସିଂହପୁରରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍ଏନ୍‌ଏସ୍‌) ୬୦ହଜାର କୋଟି ଟଙ୍କା ନିବେଶ କରୁଛି। ଏସାର୍‌ ଗ୍ରୁପ୍ ପାରାଦୀପରେ ୫୨ ହଜାର କୋଟି ଟଙ୍କା ନିବେଶ କରୁଛି।

  6. 6.୨୦୨୫ରେ ଆଦାନୀ ୧୧.୯ ବିଲିୟନ୍ ଡଲାର ହରାଇସାରିଲେଣି। ଭାରତୀୟ ମୁଦ୍ରାରେ ତାହା ହେଉଛି ୧ ଲକ୍ଷ ୩ ହଜାର କୋଟି ଟଙ୍କାରୁ ଅଧିକ। ଆଦାନୀଙ୍କ ମୋଟ ସମ୍ପତ୍ତି ୬୬୮୦ କୋଟି ଡଲାରକୁ ହ୍ରାସ ପାଇଛି। ମସ୍କ ଏହି ସମୟରେ ୩୫୨୦ କୋଟି ଡଲାର ହରାଇ ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି।

  7. 7.ନ୍ୟାସନାଲ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏହି ସ୍କାମ ସଂପର୍କରେ ଲୋକଙ୍କୁ ସତର୍କ କରାଇଛି। ୱାନ ଟାଇମ୍ ପାସ୍‌ୱାର୍ଡ (ଓଟିପି) ଚୋରି କରି ଟଙ୍କା ହାତେଇବା ପାଇଁ ଅପରାଧୀମାନେ ଫୋନର କଲ୍‌ ମର୍ଜ ସୁବିଧାର ଦୁରୁପଯୋଗ କରୁଛନ୍ତି।

  8. 8.ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା ଏଚ୍‌ଆଇଭି ଆକ୍ରାନ୍ତ ଓ ମାନସିକ ରୋଗୀ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ ୨୫ ଜେଲ୍‌ରେ ୭୦ରୁ ଅଧିକ ଏଚ୍‌ଆଇଭି ଆକ୍ରାନ୍ତ ଅଛନ୍ତି ଏବଂ ୮୭ ଜେଲ୍‌ରେ ୨୦୫୪ରୁ ଅଧିକ ମାନସିକ ରୋଗୀ ଥିବା ଜଣାପଡ଼ିଛି। 

  9. 9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୪ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି  ଅଧୀନରେ ଚାଷୀମାନଙ୍କୁ ୧୯ତମ କିସ୍ତି ପ୍ରଦାନ କରିବେ।

  10. 10.ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ମହାନଦୀରେ ଆଉ ୧୬ ଡ୍ୟାମ୍‌ ଏବଂ ୧୫ ବ୍ୟାରେଜ୍‌ ପ୍ରକଳ୍ପ ନିର୍ମାଣ ହେବ। ଏଥିସହ ମହାନଦୀରେ ୪୧ଟି ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ କରିବାକୁ ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

  11. 11.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ତୃତୀୟ ବିଶ୍ୱଯୁଦ୍ଧ ଆଉ ବେଶୀ ଦୂର ନୁହେଁ।

  12. 12.ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ଯୋଗଦେବାକୁ ଯାଉଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ପୂର୍ବତଟ ରେଳପଥ ଅଧୀନ ଓଡ଼ିଶାର ୨୫ଟି ସହରରୁ ୬୦ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। 

  13. 13.କପିଲ ଦେବଙ୍କଠାରୁ ଆରମ୍ଭ କରି ଏମଏସ ଧୋନୀ ଏବଂ ମିତାଲି ରାଜଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ ହୋଇଛି।

  14. 14.ରିପୋର୍ଟ ଅନୁଯାୟୀ ୧୧୯ଟି ଆପ୍ ମଧ୍ୟରୁ, ଭାରତରେ ଏପର୍ଯ୍ୟନ୍ତ କେବଳ ୧୫ଟି ଆପ୍ ସ୍ଥଗିତ ରଖାଯାଇଛି। ବାକିଗୁଡ଼ିକ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଡାଉନଲୋଡ୍ ପାଇଁ ଉପଲବ୍ଧ ରହିଛି। ପ୍ରଭାବିତ ଆପ୍ଗୁଡ଼ିକର ଏକ କମ୍ ସଂଖ୍ୟକ ସିଙ୍ଗାପୁର, ଯୁକ୍ତରାଷ୍ଟ୍ର, ଯୁକ୍ତରାଜ୍ୟ ଏବଂ ଅଷ୍ଟ୍ରେଲିଆରୁ ମଧ୍ୟ ରହିଛି।

  15. 15.ଗ୍ରୀଡ୍‌କୋ ବିଦ୍ୟୁତ୍‌ ନିୟାମକ ଆୟୋଗ ଗ୍ରୀନ୍‌ ଏନର୍ଜି ଓପନ ଆକ୍ସେସ୍‌ ରେଗୁଲେଶନ୍ସ, ୨୦୨୩ ଅଧୀନରେ ମେସର୍ସ ଅଭାଡା ଗ୍ରୀନ୍‌ ଏଚ୍‌ ୨ ପ୍ରାଇଭେଟ୍‌ ଲିମିଟେଡ୍‌୍‌ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.