• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଜି ଏକ ଚେତାବନୀ ଦେଇ କହିଛି ଯେ ମାର୍ଚ୍ଚ ମାସରେ  ଅସ୍ବାଭାବିକ ଗରମ ହେବ ଏବଂ ଏହା ପୂର୍ବ ରେକର୍ଡ ଭାଙ୍ଗିବ।  

  2. 2.ଫେବ୍ରୁଆରି ୧୩ ତାରିଖରେ ସଂସଦରେ ଉପସ୍ଥାପିତ ହୋଇଥିବା ଯୁଗ୍ମ ସଂସଦୀୟ କମିଟି (ଜେପିସି) ରିପୋର୍ଟ ଆଧାରରେ କେନ୍ଦ୍ର କ୍ୟାବିନେଟ୍ ୱକଫ୍ ସଂଶୋଧନ ବିଲ୍ ୨୦୨୪କୁ ଅନୁମୋଦନ ଦେଇଛି। 

  3. 3.ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ନିର୍ବାଚନମଣ୍ଡଳୀଗୁଡ଼ିକର ପୁନଃ ସୀମାନିର୍ଦ୍ଧାରଣକୁ ଘୋର ବିରୋଧ କରୁଛନ୍ତି। ସେମାନେ ଆଶଙ୍କା କରୁଛନ୍ତି ଯେ ଉତ୍ତର ଭାରତର ରାଜ୍ୟଗୁଡ଼ିକର ଜନସଂଖ୍ୟା ଅଧିକ ବୃଦ୍ଧି ପାଇଥିବାରୁ ସେମାନଙ୍କ ସଂଖ୍ୟା ନାଟକୀୟ ଭାବେ ବୃଦ୍ଧି ପାଇବ ଏବଂ ଦକ୍ଷିଣ ରାଜ୍ୟର ଆସନ ସଂଖ୍ୟା ସେହି ତୁଳନାରେ ହ୍ରାସ ପାଇବ। 

  4. 4.ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ପୁଞ୍ଜି ବଜାରର ନିୟାମକ ସଂସ୍ଥା ‘ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ’ (ସେବି)ର ନୂଆ ଅଧ୍ୟକ୍ଷ ଭାବେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି।

  5. 5. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ଚୀନ, ମେକ୍ସିକୋ ଏବଂ କାନାଡା ଉପରେ ଶୁଳ୍କ ଯୋଜନା ମାର୍ଚ୍ଚ ୪ରୁ କାର୍ଯ୍ୟକାରୀ ହେବ। ମେକ୍ସିକୋ ଓ କାନାଡାର ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ସେହି ତାରିଖରେ ଚୀନ୍ ଆମଦାନୀ ଉପରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ ବୋଲି ସେ ଚୀନ୍କୁ ଧମକ ଦେଇଛନ୍ତି।

  6. 6. ଭାରତ ୪.୩ ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପରିଣତ ହୋଇଛି। ୨୦୧୫ରୁ ୨୦୨୫ ମଧ୍ୟରେ ଅର୍ଥନୀତିର ଆକାର ବଢ଼ାଇବା ହାରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍ ଭଳି ଶକ୍ତିଶାଳୀ ଦେଶଗୁଡ଼ିକୁ ଭାରତ ପଛରେ ପକାଇ ଦେଇଛି।

  7. 7.ମହାକୁମ୍ଭ ସମୟ ତଥା ୪୨ ଦିନରେ ୧୫ ହଜାରରୁ ଅଧିକ ଟ୍ରେନ୍ ପରିଚାଳନା କରି ଭାରତୀୟ ରେଳବାଇ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରିଛି। 

  8. 8.ଓଲିଉଡ୍‌ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି। ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ଗୁରୁଗାଓଁ ‌ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ  ଆଜି ତାଙ୍କର ପ‌ରଲୋକ ହୋଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।

  9. 9.କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତର ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) କ୍ଷେତ୍ର ୨୦୨୪-୨୫ ଆର୍ଥିକ ବର୍ଷରେ ୨୮୨ ବିଲିୟନ ଡଲାର ରାଜସ୍ୱ ହାସଲ କରିଛି। 

  10. 10. ଓସ୍କାର ବିଜେତା ହଲିଉଡ ଅଭିନେତା ଜିନ୍ ହ୍ୟାକମେନ୍ ଓ ତାଙ୍କ ପତ୍ନୀ ବେଟ୍ସି ଆରାକାୱା (୬୩)ଙ୍କ ମୃତଦେହ ନ୍ୟୁ ମେକ୍ସିକୋସ୍ଥିତ ସେମାନଙ୍କ ଘରୁ ମିଳିଛି। ତାଙ୍କୁ ୯୫ ବର୍ଷ ହୋଇଥିଲା।

  11. 11. ଆମେରିକୀୟ କମ୍ପାନୀଗୁଡ଼ିକ ଏବେ ନୂତନ ‘ଗୋଲ୍ଡ କାର୍ଡ’ ନାଗରିକତା ଯୋଜନା ଅଧୀନରେ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ଭାରତୀୟ ସ୍ନାତକଙ୍କୁ ନିଯୁକ୍ତି ଦେଇପାରିବେ।

  12. 12.ପଶୁପାଳନ କ୍ଷେତ୍ରର ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ଓଡ଼ିଶା ସରକାର ୧ ମାର୍ଚ୍ଚ, ୨୦୨୫ ରୁ ପଶୁପାଳନ ପାଇଁ ମାଗଣାରେ ଚିକିତ୍ସା ଏବଂ ଟୀକାକରଣ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

  13. 13.ସରକାରଙ୍କ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ଅନ୍ତର୍ଗତ ୩-ଭାଷା ନୀତିକୁ ନେଇ ତାମିଲନାଡୁ ଓ କେନ୍ଦ୍ର ମଧ୍ୟରେ ‘ଭାଷାଯୁଦ୍ଧ’ ଚାଲିଛି।କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ପରୀକ୍ଷା ପଲିସି ସମ୍ପର୍କିତ ଚିଠାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହି ଚିଠାରେ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ବିଷୟ ତାଲିକାରୁ ପଞ୍ଜାବୀ ଏବଂ ଓଡ଼ିଆ ସମେତ ଆଉ କେତେକ ଭାଷାକୁ ବାଦ୍‌ ଦିଆଯିବା ନେଇ ଦେଶର ବିଭିନ୍ନ ଭାଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

  14. 14.ଭାରତ ସରକାର ନିକଟରେ ଅଷ୍ଟମ ବେତନ କମିଶନ ଗଠନ ଘୋଷଣା କରିଛନ୍ତି, ଯାହା ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କୁ ଦରମା ଏବଂ ପେନସନରେ ବୃଦ୍ଧି ପ୍ରଦାନ କରିବ ବୋଲି ଆଶା କରାଯାଉଛି।

  15. 15.ମହିଳା ଟି-୨୦ ପ୍ରିମିୟର ଲିଗରେ ଆଜି ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିଅମରେ ଚାଲିଥିବା ମ୍ୟାଚରେ ଗୁଜୁରାଟ ଜାଏଣ୍ଟସକୁ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧୨୬ ରନର ବିଜୟ ଲକ୍ଷ୍ୟ ଦେଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.