• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଡିଏସ୍‌ପି ବଳରାମ ନାୟକ ଆଜି ଅପରାହ୍ଣରେ ଘଟଗାଁସ୍ଥିତ ନିଜର ଘରୁ ଜଣେ ସଂପର୍କୀୟଙ୍କ ସହିତ ଯାଜପୁର ଯାଉଥିଲେ। ପାଣିକୋଇଲି ଥାନା କୃପାଳୁ ରାଇସ ମିଲ ନିକଟରେ ତାଙ୍କ କାରକୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

  2. 2.ସ୍ମାର୍ଟଫୋନ୍‌ଠାରୁ ଆରମ୍ଭ କରି କମ୍ପ୍ୟୁଟର ପର୍ଯ୍ୟନ୍ତ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ବ୍ୟବହାର ହେଉଥିବା ଏକ ପ୍ରମୁଖ ଉପାଦାନ ହେଉଛି ଚିପ୍। ଏଥିପାଇଁ ଭାରତ ଆମଦାନି ଉପରେ ନିର୍ଭରଶୀଳ ରହିଛି। ତେବେ ଭାରତରେ ତିଆରି ହେଉଥିବା ପ୍ରଥମ ଚିପ୍ ଅକ୍ଟୋବର ସୁଦ୍ଧା ଆସିବ।

  3. 3.ୟୁ‌ରୋପୀୟ ସଂଘ (ଇୟୁ) ସହଯୋଗରେ କେନ୍ଦ୍ର ସରକାରଙ୍କ ବୟନ ମନ୍ତ୍ରଣାଳୟ ପକ୍ଷରୁ ୭ଟି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏଥିରୁ ଓଡ଼ିଶା ସମେତ ୯ଟି ରାଜ୍ୟ ଉପକୃତ ହେବେ। ପ୍ରକଳ୍ପ ଲାଗି ଇୟୁ ୮୫.୫ କୋଟି ଟଙ୍କା ପ୍ରଦାନ କରିଛି।

  4. 4.ବୟନଶିଳ୍ପ ଦେଶର ଏକ ପ୍ରମୁଖ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର। ଦେଶର ବିନିର୍ମାଣ କ୍ଷେତ୍ରରେ ଏହାର ଯୋଗଦାନ ୧୧ ପ୍ରତିଶତ। ୨୦୨୫-୨୬ ମସିହା ପାଇଁ କେନ୍ଦ୍ର ବଜେଟ୍‌ରେ ବୟନଶିଳ୍ପ କ୍ଷେତ୍ର ପାଇଁ ୫୨୭୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

  5. 5.ବଜାଜ୍ ଅଟୋ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ଏବେ ଇ-ରିକ୍ସା ବଜାରରେ ପ୍ରବେଶ କରିବ। ପ୍ରକୃତରେ, ଦେଶରେ ଦ୍ରୁତ ଗତିରେ ବଢୁଥିବା ଇ-ରିକ୍ସା ବଜାରକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ନିଷ୍ପତ୍ତି ନେଇଛି।

  6. 6.ସଡ଼କ, ରେଳ ଓ ବିମାନ ସେବା ହେଉ ଅବା ପୁଞ୍ଜିବ୍ୟୟ କ୍ଷେତ୍ରରେ ଓଡ଼ିଶା ଆଗକୁ ବଢ଼ିଛି। ଏଥିସହିତ ଦେଶର ୨୨ ସହରକୁ ରାଜ୍ୟରୁ ସିଧାସଳଖ ବିମାନ ସଂଯୋଗ କରାଯାଇଛି।

  7. 7.ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡଲେ କଇଁଚ୍ଛଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ଗତ ବର୍ଷ ଗଣ ଅଣ୍ଡା ଦାନ ପ୍ରକ୍ରିୟା ହୋଇନଥିଲା।

  8. 8.ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରେକର୍ଡ ହୋଇଛି।

  9. 9.ଆମେରିକା ଭାରତକୁ ଦେବାକୁ ଥିବା ୧୮୨ କୋଟି ଟଙ୍କାର ଆର୍ଥିକ ସହାୟତା ଉପରେ ରୋକ୍ ଲଗାଇଛି। ଏଲନ ମସ୍କଙ୍କ ସରକାରୀ ଦକ୍ଷତା ବିଭାଗ(ଡିଓଜିଇ) ରବିବାର ଘୋଷଣା କରି କହିଛି ଯେ, ଆମେରିକା ଭାରତରେ ମତଦାନ ପ୍ରତିଶତ ବୃଦ୍ଧି କରିବା ଲାଗି ଦେଉଥିବା ୨୧ ନିୟୁତ ଡଲାର କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

  10. 10.ଅନେକ ଇନଷ୍ଟାଗ୍ରାମ ୟୁଜରଙ୍କୁ ନିକଟରେ ତାଙ୍କ କମେଣ୍ଟ ସେକ୍ସନରେ Dislike ବଟନ୍‌ ଦେଖିବାକୁ ମିଳିଛି। ଅର୍ଥାତ୍, ଯଦି ଆପଣ କୌଣସି ପୋଷ୍ଟ କିମ୍ବା ମନ୍ତବ୍ୟ ସହିତ ସହମତ ନୁହଁନ୍ତି କିମ୍ବା ଆପଣଙ୍କୁ ତାହା ପସନ୍ଦ ଆସିଲା ନାହିଁ, ତେବେ ଆପଣ ତାହାକୁ ଏବେ ଡିସ୍‌ଲାଇକ୍ କରିପାରିବେ।

  11. 11.ବନ ବିଭାଗ ଜିଲ୍ଲାର ପ୍ରତି ସଂରକ୍ଷିତ ଜଙ୍ଗଲ ଓ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ସହ ଗାଁକୁ ଲାଗି ରହିଥିବା ଜଙ୍ଗଲରେ ଅଗ୍ନି ନିରୋଧକ ସ୍ବତନ୍ତ୍ର ମଞ୍ଚା ବାନ୍ଧିଛି। କୋରାପୁଟ ଜିଲ୍ଲାର ୧୨ଟି ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ୧୨୪ଟି ମଞ୍ଚା ବନ୍ଧାଯାଇଛି।

  12. 12.ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନା ଅଧୀନରେ ନୂତନ ଗୋଶାଳା ପ୍ରତିଷ୍ଠା ପାଇଁ ଆର୍ଥିକ ସହାୟତା ଦିଆଯିବ। ୫୦ ପ୍ରାଣୀଙ୍କୁ ଆଶ୍ରୟ ଦେବାକୁ ସର୍ବନିମ୍ନ ୧ ଏକର ଜମିର ଆବଶ୍ୟକତା ରହିଥିବା ବେଳେ ସର୍ବାଧିକ ଆର୍ଥିକ ସହାୟତା ୨୦ ଲକ୍ଷ ଟଙ୍କା ମିଳିବ।

  13. 13.ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଇସଲାମିକ୍ ଷ୍ଟେଟ୍ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା। ​​କିନ୍ତୁ ଭାରତ ସରକାରଙ୍କ ସତର୍କତା ଯୋଗୁଁ ଆତଙ୍କବାଦୀଙ୍କ ସବୁ ଯୋଜନା ବିଫଳ ହୋଇଯାଇଛି।

  14. 14.କଳିଙ୍ଗ ଲିଟେରାରି ଫେଷ୍ଟିଭାଲ (କେଏଲ୍‌ଏଫ୍‌) ପକ୍ଷରୁ କେଏଲ୍‌ଏଫ୍ ବୁକ୍ ଆୱାର୍ଡ ୨୦୨୫ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ୧୨ଟି ବର୍ଗରେ ଉଲ୍ଲେଖନୀୟ ସାହିତ୍ୟ କୃତି ଲାଗି ଏଭଳି ପୁରସ୍କାର ପ୍ରଦାନ କରାଯାଇଛି ।

  15. 15.ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ୍ ଆରମ୍ଭ ହେବ ।  ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ମେ ୨୫ ଯାଏଁ ଆଇପିଏଲ୍ ଚାଲିବ । କୋଲକାତା-ବେଙ୍ଗଲୁରୁ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.