• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଆମେରିକାକୁ ତାଙ୍କର ସବୁଠାରୁ ବଡ଼ ଶତ୍ରୁ ବୋଲି ଭାବନ୍ତି। ପେଣ୍ଟାଗନର ଜଣେ ଉଚ୍ଚ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ, ଉତ୍ତର କୋରିଆ ଆମେରିକାର ଯେକୌଣସି ସ୍ଥାନରେ ଆକ୍ରମଣ କରିପାରୁଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ୍)ର ଉତ୍ପାଦନ ଆଡକୁ ଅଗ୍ରସର ହେଉଛି।

  2. 2.ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭମେଳାରେ ପୁଣି ଥରେ ସେକ୍ଟର-୧୯ରେ ଥିବା କଳ୍ପବାସୀଙ୍କ ଦ୍ୱାରା ଖାଲି ହୋଇଥିବା ତମ୍ବୁରେ ଅଗ୍ନିକାଣ୍ଡ ଘଟିଛି।

  3. 3.ଜମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆଜି ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ତିନି ଜଣ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବହିଷ୍କୃତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଜଣେ ଶିକ୍ଷକ, ଜଣେ ପୋଲିସ କନଷ୍ଟେବଳ ଏବଂ ଜଣେ ବନ ବିଭାଗର କର୍ମଚାରୀ ଅଛନ୍ତି।

  4. 4.ଓଡିଶା ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହୋଇଛି । ରିପୋର୍ଟରେ ଆକନ କରାଯାଇଛି ଯେ ୨୦୨୪-୨୫ରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ।

  5. 5.ଓଡିଶାରେ ୨୦୨୪-୨୫ ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି ପାଇ ୧.୮୩ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚିଛି ଏବଂ ସର୍ବଭାରତୀୟ ମୁଣ୍ଡପିଛା ଆୟଠାରୁ ଏହାର ବ୍ୟବଧାନ ଏକ ଅଙ୍କ (୮.୮ ପ୍ରତିଶତ)କୁ ହ୍ରାସ ପାଇଛି । 

  6. 6.ରାଜ୍ୟରେ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ(ଆଇଏଏସ) ଛୁଟିରେ ରହିଲେ ମୁଖ ଶାସନ ସଚିବଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଆଇଏଏସ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଇ ପାରିବେନାହିଁ। 

  7. 7.ଫେବୃଆରୀ ୧୭ ଏବଂ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ।

  8. 8.ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି  ରତ୍ନଭଣ୍ଡାର ଗଣତି ହେବା ପରେ ଅଳଙ୍କାର ନେଇ ତଥ୍ୟ ଦିଆଯିବ।

  9. 9.ଇ-କେଓ୍ବାଇସି ଅବଧି ମାର୍ଚ୍ଚ ୩୧ ଯାଏଁ ବଢିଲା ।

  10. 10.ଜିଓଷ୍ଟାର ଦେଶରେ ଏକ ନୂତନ ଓଟିଟି ପ୍ଲାଟଫର୍ମ ଜିଓ ହଟଷ୍ଟାର ଲଞ୍ଚ କରିଛି। ଏଥିରେ, ଉପଭୋକ୍ତାମାନେ ଗୋଟିଏ ସ୍ଥାନରେ ଡିସନି ହଟଷ୍ଟାର ଏବଂ ଜିଓସିନେମାର କଣ୍ଟେଣ୍ଟ ଉପଭୋଗ କରିପାରିବେ।

  11. 11.ସେଣ୍ଟ୍ରାଲ ଭିଜିଲାନ୍‌ସ କମିଶନ (CVC) ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ସରକାରୀ ବାସଭବନର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

  12. 12.କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ତାଲିକାର ଶୀର୍ଷରେ ଅଛନ୍ତି । ସମଗ୍ର ଦେଶରେ ମଦ୍ୟପାନ କରୁଥିବା ମହିଳାଙ୍କର ଅନୁପାତ ଆସାମରେ ସର୍ବାଧିକ। ସାରା ଦେଶରେ ୧୫-୪୯ ବର୍ଷ ବୟସ ବର୍ଗରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ମାତ୍ର ୧.୨ ପ୍ରତିଶତ।

  13. 13.ଗାଜାରେ ହମାସ ଦ୍ୱାରା ବନ୍ଧକଙ୍କୁ ମୁକ୍ତ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

  14. 14.ନୂଆଦିଲ୍ଲୀ ରେଳ ଷ୍ଟେସନ୍‌ରେ ଗତ  ରାତିରେ ଅଚାନକ ଅସମ୍ଭବ ଭିଡ଼ ଯୋଗୁଁ ଦଳାଚକଟା ହୋଇ  ୩ ଶିଶୁଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି।

  15. 15.ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ହୋଇଛନ୍ତି। ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବାରୁ ପଙ୍କଜ ଲୋଚନ ମହାନ୍ତି ଓସିଏର ସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.