-
1.ଭାରତର ପ୍ରଥମ ହେପାଟୋ-ପାନକ୍ରିଏଟୋ-ବିଲିଆରି (ଏଚପିବି) ରେଡିଓଲୋଜି ପାଠ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରି ଏମ୍ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ, ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।
-
2.ବାଲିଗୁଡ଼ା ବିଧାୟକଙ୍କର ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ଦେଇଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ବର୍ଷ ମଧ୍ୟରେ ୬୭୯୪ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି।
-
3.ରାଜ୍ୟରେ ଏବେ ୫ହଜାର ୨୮୪ଜଣ ଭିକାରି ଅଛନ୍ତି। ସେଥିମଧ୍ୟରୁ କଟକରେ ସର୍ବାଧିକ ୧ହଜାର ୬୦ ଭିକାରି ରହିଛନ୍ତି। କଟକରେ ସର୍ବାଧିକ ଭିକାରି ଥିବାବେଳେ ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡ଼ରେ ୪୧୭ ଓ ପୁରୀରେ ୩୫୦ ଭିକାରି ଅଛନ୍ତି।
-
4.ଅସର ରିପୋର୍ଟ ଅନୁଯାୟୀ ଅଷ୍ଟମ ଶ୍ରେଣୀ ପିଲା ଫେଡାଣ-ହରଣ ଜାଣି ନାହାନ୍ତି। ୬୮.୫ ପ୍ରତିଶତ ପିଲା ଜାଣି ନାହାନ୍ତି ଫେଡ଼ାଣ ଏବଂ ୪୫.୮ ପ୍ରତିଶତ ପିଲା ଜାଣି ନାହାନ୍ତି ହରଣ। ଏହି ସଂଖ୍ୟା ପ୍ରତି ବର୍ଷ ବଢ଼ିବଢ଼ି ଚାଲିଛି। ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ଫେଡ଼ାଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି।
-
5.ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩୧ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ନକ୍ସଲଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଥିଲା। ପ୍ରଥମେ ୧୬ ନକ୍ସଲଙ୍କର ଚିହ୍ନଟ ହୋଇପାରିଥିବା ବେଳେ ଆଜି ୨୮ ନକ୍ସଲଙ୍କର ଚିହ୍ନଟ ସରିଛି।
-
6.୫୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରିସାରିଲେଣି । ବିଶ୍ବ ଇତିହାସରେ ଏହାକୁ ସବୁଠାରୁ ବଡ଼ ଧାର୍ମିକ ସମାବେଶ ବୋଲି କୁହାଯାଉଛି.
-
7.ଦେଶର ନୂଆ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଚୟନ ପାଇଁ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଫେବ୍ରୁଆରି ୧୭, ୨୦୨୫ରେ ତିନି ଜଣିଆ କମିଟି ବୈଠକ ଡକାଯାଇଛି। ଚୟନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗ ଦେବେ।
-
8.ଭାରତୀୟ ରିଜର୍ଭ ବ୍ୟାଙ୍କ ମହାରାଷ୍ଟ୍ରରେ ସକ୍ରିୟ ଥିବା ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କକୁ ୬ ମାସ ପାଇଁ ନିଷିଦ୍ଧ କରିଛି। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପରେ ବ୍ୟାଙ୍କରୁ ଟଙ୍କା ଉଠାଣ ଏବଂ ନୂଆ ବ୍ୟବସାୟିକ କାରବାର ମଧ୍ୟ ବନ୍ଦ ହୋଇଯାଇଛି।
-
9.ରାଜପଥରେ ଯାତ୍ରାକୁ ପୂର୍ବ ଅପେକ୍ଷା ସହଜ ଏବଂ ଶସ୍ତା କରିବ। ସରକାର ଖୁବ୍ଶୀଘ୍ର ବାର୍ଷିକ ଏବଂ ଜୀବନବ୍ୟାପୀ ଟୋଲ୍ ପାସ୍ ଆରମ୍ଭ କରିପାରନ୍ତି, ଯାହା ବାରମ୍ବାର ଟୋଲ୍ ଦେବାର ଅସୁବିଧାକୁ ସମାପ୍ତ କରିବ।
-
10.ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାର କିଛି ଦିନ ପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନିର୍ବାହୀ ଆଦେଶରେ ସ୍ୱାକ୍ଷର କରିଥିଲେ। ଅଦାନୀ ଗ୍ରୁପ୍ ଭଳି କାରବାରର ତଦନ୍ତରେ ବ୍ୟବହୃତ ପାଖାପାଖି ୫୦ ବର୍ଷ ପୁରୁଣା ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବାକୁ ସେ ନ୍ୟାୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
-
11.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ ବୈଠକ ସମୟରେ ଯୁକ୍ତରାଷ୍ଟ୍ର ଭାରତକୁ ଏଫ-୩୫ ଲାଇଟନିଂ-୨ ଲଢ଼ୁଆ ବିମାନ ଯୋଗାଇବା ପାଇଁ ଏକ ଐତିହାସିକ ପ୍ରସ୍ତାବ ଦେଇଛନ୍ତି
-
12.୨୦୦୭ ରୁ ଏପର୍ଯ୍ୟନ୍ତ ପ୍ରାୟ ୧୭ ବର୍ଷ ଧରି ବିଏସଏନଏଲ କ୍ଷତିରେ ଚାଲୁଥିଲା । ଚଳିତ ଆର୍ଥିକ ବର୍ଷର ଡିସେମ୍ବର ତ୍ରୟମାସ ପାଇଁ କଂପାନି ପକ୍ଷରୁ ପ୍ରକାଶିତ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍ ) ପ୍ରାୟ ୧୭ ବର୍ଷ ପରେ ଡିସେମ୍ବର ତ୍ରୟମାସରେ କମ୍ପାନୀ ୨୬୨ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି।
-
13.ବଲୁଚିସ୍ତାନ ପ୍ରଦେଶର ହରନେଇ ଅଞ୍ଚଳରେ ଶ୍ରମିକଙ୍କୁ ଧରି ଯାଉଥିବା ଏକ ଟ୍ରକ୍ ଉପରକୁ ଆଇଇଡି ମାଡ଼ ହେବା ଫଳରେ ଘଟଣାସ୍ଥଳାରେ ହିଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।
-
14.ପ୍ରଯୋଜକ ବିଷ୍ଣୁ ମଞ୍ଚୁଙ୍କ ବ୍ୟୟବହୁଳ ସିନେମା ‘କନ୍ନପା’କୁ ନେଇ ଦର୍ଶକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଆଗାମୀ ଏପ୍ରିଲ୍ ୨୫ ତାରିଖରେ ସିନେମାଟି ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିବ।
-
15.ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମ ଋଷିକୂଲ୍ୟା ନଦୀ ବାଲିଘାଟରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ହେବାରେ ଲାଗିଛି ।
-
16.ବଡ଼ ଘୋଷଣା। ଓଡିଶାର ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ। CRP, ବ୍ୟାଙ୍କମିତ୍ର, MBK, ପ୍ରାଣୀମିତ୍ର ବକେୟା ଦରମା ପାଇବେ ।
-
17.ଓଡ଼ିଶାର ମୋଟ ୫୫୨ଟି ସରକାରୀ ସ୍କୁଲରେ ଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ ସୁବିଧା ନାହିଁ।
-
18.ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ସମୟ ରହିବା ପରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲ୍ମୋର ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ।
-
19.କ୍ରମାଗତ ୮ମ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସ ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି।
-
20.ଗୋଲାପୁରର ଅନ୍ତର୍ଜାତୀୟ କ୍ରୀଡ଼ା ଷ୍ଟାଡିୟମରେ ୩୮ତମ ରାଷ୍ଟ୍ରୀୟ କ୍ରୀଡ଼ା ଉତ୍ସବ ଉଦ୍ଯାପିତ ହୋଇଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.