-
1.ଚୀନ୍ ଆକ୍ରମଣ ପରେ ଭାରତରେ ଶରଣ ନେଇଥିବା ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ସୁରକ୍ଷା ବଳର ଜେଡ୍ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି।
-
2.ନ୍ୟାସନାଲ୍ କାଉନ୍ସିଲ୍ ଫର୍ ଆପ୍ଲାଏଡ୍ ଇକୋନମିକ୍ ରିସର୍ଚ୍ଚ (ଏନ୍ସିଏଇଆର୍) ପ୍ରସ୍ତୁତ କରିଥିବା ଏକ ରିପୋର୍ଟ ଅନୁସାରେ ୨୦୧୨-୧୩ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶା ଏହାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍ଡିପି)କୁ ଋଣ ଅନୁପାତରେ ୧.୫ ପ୍ରତିଶତ ହ୍ରାସ ଆଣିପାରିଛି। ଏହା ଗୁଜରାଟ ପଛକୁ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଉଭା ହୋଇଛି।
-
3.ପଞ୍ଚାୟତକୁ କ୍ଷମତା ଓ ଦାୟିତ୍ ତ୍ଵହସ୍ତାନ୍ତର ସୂଚୀ ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଦର୍ଶନକୁ ସ୍ଥାନାଙ୍କ ପ୍ରଦାନ କରାଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷର ସୂଚୀକୁ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ପବ୍ଲିକ୍ ଆଡ୍ମିନିଷ୍ଟ୍ରେସନ୍ (ଆଇଆଇପିଏ) ପ୍ରସ୍ତୁତ କରିଛି। ସେଥିରେ ଓଡ଼ିଶା ୧୨ଟି ରାଜ୍ୟଠାରୁ ପଛରେ ତ୍ରୟୋଦଶ ସ୍ଥାନରେ ରହିଛି।
-
4.ଚଳିତ ବର୍ଷ ଜାନୁଆରିରେ ଖାଦ୍ୟ ସାମଗ୍ରୀ ଦର କମିବାରୁ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୩୧ ପ୍ରତିଶତକୁ ହ୍ରାସ ପାଇଛି। ଓଡ଼ିଶାରେ ମଧ୍ୟ ଏହି ମୁଦ୍ରାସ୍ଫୀତି ୬.୦୫ ପ୍ରତିଶତକୁ ଖସିଛି।
-
5.ଓଡିଶାରେ ୨୦୨୪-୨୫ରେ ୨୪ ହଜାରରୁ ଅଧିକ ସରକାରୀ ପଦବୀ ପୂରଣ ହୋଇଥିବାବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ସୃଷ୍ଟି କରାଯିବ ଏବଂ ପ୍ରଥମ ଦୁଇ ବର୍ଷରେ ୬୫ହଜାର ପଦବୀ ପୂରଣ ହେବ।
-
6.ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ସ୍କିମ୍(ପିଏମ୍ଆଇଏସ୍) ମାଧ୍ୟମରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧୦ ନିୟୁତ ଯୁବକଯୁବତୀଙ୍କୁ ଇଣ୍ଟର୍ନସିପ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।
-
7.ରିପବ୍ଲିକାନ୍ ନେତ୍ରୀ ତୁଳସୀ ଗବାର୍ଡ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଶପଥ ଗ୍ରହଣ କରିଛନ୍ତି। ନିଯୁକ୍ତି ପାଇଥିବା ଗବାର୍ଡ ଏବେ ଆମେରିକାର ୧୮ଟି ଗୁଇନ୍ଦା ଏଜେନ୍ସିର ମୁଖ୍ୟ ଦାୟିତ୍ୱରେ ରହିବେ ଏବଂ ସେମାନଙ୍କ କାର୍ଯ୍ୟର ତଦାରଖ ଓ ସମନ୍ୱୟ କରିବେ।
-
8.ଠାକୁରଗାଓଁରେ ହିନ୍ଦୁ ମନ୍ଦିର ଏବଂ ଶ୍ମଶାନ ଭଙ୍ଗାରୁଜା ଏବଂ ଆକ୍ରମଣ ହୋଇଥିଲା। ସେ ସମୟରେ ସାମ୍ପ୍ରଦାୟିକ ହିଂସା ଭୟରେ ପ୍ରାୟ ୪,୦୦୦ ହିନ୍ଦୁ ଭାରତୀୟ ସୀମା ନିକଟରେ ଆଶ୍ରୟ ନେବାକୁ ଚାହିଥିଲେ। ଜାତିସଂଘ ରିପୋର୍ଟ ‘ ହ୍ୟୁମାନ ରାଇଟ୍ସ ଭାଓଲେସନ୍ସ ଆଣ୍ଡ୍ ଆବ୍ୟୁଜେସ୍ ରିଲେଟେଡ୍ ଟୁ ଦି ପ୍ରୋଟେଷ୍ଟ୍ସ ଅଫ୍ ଜୁଲାଇ ଆଣ୍ଡ୍ ଅଗଷ୍ଟ ୨୦୨୪ ଇନ୍ ବାଂଲାଦେଶ’ ରେ ଏ ବାବଦ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି।
-
9.ମେଘାଳୟର ଚନ୍ଦ୍ର ମୋହନ ଝା ବିଶ୍ୱବିଦ୍ୟାଳୟରେ ଅବ୍ୟବସ୍ଥା ଓ ଅନ୍ୟାନ୍ୟ ତ୍ରୁଟିକୁ ନେଇ ୨୦୧୪ ମସିହାରେ ଅନୁଷ୍ଠାନକୁ ବନ୍ଦ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବଜାୟ ରଖି ସୁପ୍ରିମକୋର୍ଟ ଗୁରୁବାର ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
10.ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ଇସ୍ତଫା ଦେବା ପରଠାରୁ କିଏ ନେତା ହେବେ ସେ ନେଇ ଛକାପଞ୍ଝା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୂଆ ନେତାଙ୍କୁ ମନୋନୀତ କରିବାରେ ବିଜେପି ବିଫଳ ହୋଇଥିବାରୁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି।
-
11.ବିଜୟଓ୍ବାଡାରୁ ଅଭିଯୁକ୍ତ ସ୍ପାଇଡର୍ ସତୀକୁ ଗିରଫ କରାଯାଇଛି। କମିଶନରେଟ୍ ପୁଲିସ୍ ଅଭିଯୁକ୍ତକୁ ଆନ୍ଧ୍ର ପ୍ରଦେଶ ବିଜୟଓ୍ବାଡାରୁ ଗିରଫ କରିଛି। ଅଭିଯୁକ୍ତ ନାମ କେ. ସତୀ ବାବୁ ଓରଫ୍ ସ୍ପାଇଡର୍ ସତୀ ବୋଲି ଜଣାପଡିଛି। ୪୦୦ ସିସି ଟିଭି, ୧୦ ହଜାର ମୋବାଇଲ ଫୋନ୍ ଯାଞ୍ଚ କରି ଅଭିଯୁକ୍ତ ଧରାପଡିଛି।
-
12.ସାର୍ଟିଫିକେଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦେବଗଡ଼ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ଭାଲିଆଡିହି ଗ୍ରାମର ଶକ୍ତିମାନ ରଣାଙ୍କ +୨ ସାର୍ଟିଫିକେଟ ନଷ୍ଟ ହୋଇଯାଇଥିଲା। ନୂତନ ସାର୍ଟିଫିକେଟ ପାଇଁ ଆବେଦନ କରିଥିବା ବେଳେ କନିଷ୍ଠ କିରାଣି ତାଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
-
13.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର (ସ୍ଥାନୀୟ ସମୟ) ୱାଶିଂଟନ୍ ଡିସିର ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଷ୍ମ ଆଲିଂଗହଣା ସହିତ ସ୍ୱାଗତ କରିଛନ୍ତି।
-
14. ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଏବେ ଇସ୍ତଫାର ୩ଦିନ ପରେ ମମତା ପୁଣି ଥରେ ମହାମଣ୍ଡଳେଶ୍ବର ଭାବେ ଯୋଗ ଦେଇଥିବା ଜଣାପଡ଼ିଛି।
-
15.ମହାକୁମ୍ଭକୁ ଭାରତ ଏବଂ ବିଦେଶରୁ କୋଟି କୋଟି ଭକ୍ତ ଆସୁଛନ୍ତି। ଏହି ମହାକୁମ୍ଭରେ ଏପରି ଅନେକ ସାଧୁ ବାବା ଚର୍ଚ୍ଚାର ପରସରକୁ ଆସିଛନ୍ତି। ବିଜ୍ନେସମ୍ୟାନ୍ ବାବା ମଧ୍ୟ ଅନ୍ୟ ବାବାଙ୍କଠାରୁ ଭିନ୍ନ। କାରଣ ସେ ତାଙ୍କର ସୁସଜ୍ଜିତ ଜୀବନ ଏବଂ ୩୦୦୦ କୋଟି ଟଙ୍କାର ସମ୍ପତ୍ତି ଛାଡି ବାବା ପାଲଟିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.