• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ନିଜର କାର୍ଯ୍ୟ ସମ୍ପାଦନ ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ନିର୍ଭରଶୀଳତା ଯେତେ ବଢୁଛି ବ୍ୟବହାରକାରୀ ବ୍ୟକ୍ତିର ମାନସିକ ଦକ୍ଷତା ସେତେ ହ୍ରାସ ପାଉଛି ବୋଲି ମାଇକ୍ରୋସଫ୍‌ଟ ଓ କାର୍ଣ୍ଣେଗି ମୋଲୋନ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ନୂତନ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି।
  2. .2.ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ଥିବା ୫୦ ଟଙ୍କିଆ ନୋଟ୍ ଖୁବଶୀଘ୍ର ଜାରି କରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି।
  3. 3.ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ମାଗଣା ଘୋଷଣା କରିବାର ଅଭ୍ୟାସ ଉପରେ ସୁପ୍ରିମ୍‌କୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ମାଗଣା ଯୋଜନା ପାଇଁ ଲୋକମାନେ କାମ କରିବାକୁ ଇଚ୍ଛୁକ ନୁହନ୍ତି ଏବଂ ଦେଶରେ ଏକ ‘ପରଜୀବୀ ଶ୍ରେଣୀ’ ସୃଷ୍ଟି ହେଉଛି।
  4. 4.କାଲିଫର୍ଣ୍ଣିଆ ଉପକୂଳ ବୁଡ଼ିବା ଉପରେ ନଜର ରଖିଥିଲେ। ସେମାନେ ଜାଣିବାକୁ ପାଇଛନ୍ତି ଯେ କାଲିଫର୍ଣ୍ଣିଆର କେନ୍ଦ୍ର ଓ କେନ୍ଦ୍ରୀୟ ଉପତ୍ୟକାର କିଛି ଅଂଶ ଭୂତଳ ଜଳ ଉତ୍ତୋଳନ ଯୋଗୁ ପ୍ରତିବର୍ଷ କିଛି କିଛି ବୁଡ଼ୁଛି। ନାସା କହିଛି ଯେ ଏହି ପରିବର୍ତ୍ତନ ସାମାନ୍ୟ ମନେ ହୋଇପାରେ, କିନ୍ତୁ ଏହା ସ୍ଥାନୀୟ ବନ୍ୟା ବିପଦ, ତରଙ୍ଗ ସଂସ୍ପର୍ଶ ଓ ଲୁଣା ଜଳ ଅନୁପ୍ରବେଶକୁ ବୃଦ୍ଧି କିମ୍ବା ହ୍ରାସ କରିପାରେ।
  5. 5.ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଆଗାମୀ ବର୍ଷ ଗୁଡ଼ିକରେ ଦ୍ବିପାକ୍ଷିକ ସହଯୋଗ ସୁଦୃଢ଼ କରିବା ଲକ୍ଷ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି  ସ୍ବାକ୍ଷର ହୋଇଛି। ଏଥିରେ ସାମରିକ ଚୁକ୍ତି ସର୍ବାଧିକ ମହତ୍ବପୂର୍ଣ୍ଣ ରହିଛି।
  6. 6. ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ମହନ୍ତ ସତ୍ୟେନ୍ଦ୍ର ଦାସଙ୍କର ୮୫ ବର୍ଷ ବୟସରେ ପରଲୋକ ଘଟିଛି।  
  7. 7. ଏନ୍‌ସିପି ପ୍ରତିଷ୍ଠାତା ଶରଦ ପାୱାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳକୁ  ପ୍ରଶଂସା କରିବାରୁ ଏମ୍‌ଭିଏ (ମହା ବିକାଶ ଅଘାଡ଼ି) ମେଣ୍ଟରେ   ଫାଟ  ସୃଷ୍ଟି ହୋଇଛି।
  8. 8. ଗତ ମଙ୍ଗଳବାର ନାସା ଏବଂ ସ୍ପେସଏକ୍ସ ଏଜେନ୍ସିର ସ୍ପେସଏକ୍ସ କ୍ରୁ-୯  ଏକ ଖୁସି ଖବର ସମ୍ପର୍କ‌ରେ ସୂଚନା ଦେଇଛି। ଏହି ସୂଚନା ଅନୁଯାୟୀ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କୁ ଖୁବଶୀଘ୍ର ଫେରାଇ ଆଣିପାଇଁ କାମ ଆରମ୍ଭ ହୋଇଯାଇଛି।
  9. 9.ମହାକୁମ୍ଭରେ ଏତେ ଭିଡ଼ ଯେ ପ୍ରଶାସନ ସବୁସ୍ଥାନରେ ରାସ୍ତାକୁ ବଦଳାଇ ଦେଇଛି। ରୁଟ୍ ଡାଇଭର୍ସନ ଯୋଗୁଁ ୫୦୦ମିଟର ଆଗକୁ ଯିବାକୁ ହେଲେ ଦୁଇରୁ ତିନି କିଲୋମିଟର ଚାଲିବାକୁ ପଡ଼ୁଛି। ମହାକୁମ୍ଭରେ ସ୍ନାନ କରିବାକୁ ହେଲେ ଅତି କମରେ ୧୫ ରୁ ୨୦ କିଲୋମିଟର ଚାଲିବାର ଶକ୍ତି ରହିବା ଆବଶ୍ୟକ। 
  10. 10.ବନ୍ଦର ସହର ପାରାଦୀପରେ ଏକ ନୂଆ ବିମାନବନ୍ଦର ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ସେଥିପାଇଁ ଜମି ଚିହ୍ନଟ କରିବା ଓ ଫିଜିବିଲିଟି ଷ୍ଟଡି କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
  11. 11.ଇସ୍ପାତ ଆମଦାନୀ ଉପରେ ଆମେରିକା ନେଇଥିବା ଶୁଳ୍କ ଲାଗୁ ନିଷ୍ପତ୍ତିକୁ ନେଇ ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍‌ଏ) ଗଭୀର ଉଦ୍‌ବେଗ ପ୍ରକାଶ କରିଛି।
  12. 12.ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁତୟନ ହେବେ ୪୦ ପ୍ଲାଟୁନ ପୁଲିସ ଫୋର୍ସ। ୮ ଜଣ ଅତିରିକ୍ତ ଉପାୟୁକ୍ତ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ।
  13. 13.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତର ୩ୟ ଦିବସ ବୁଧବାର ମାର୍ସିଲେ ସହରରେ ଭାରତର ନୂତନ ମହାବାଣିଜ୍ୟ ଦୂତାବାସ ଉଦଘାଟିତ ହୋଇଛି।
  14. 14.ଓଡ଼ିଶାରୁ ସର୍ବାଧିକ ମହିଳା ଓ ଶିଶୁ ଚାଲାଣ ହେଉଛି। ବୁଧବାର ପୁରୀରେ ଆୟୋଜିତ ‘ମାନବ ଚାଲାଣ’ ସମ୍ପର୍କିତ ସଚେତନତା କର୍ମଶାଳାରେ ଯୋଗଦେଇ ଏପରି କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର।
  15. 15.ରାଜ୍ୟର କନିଷ୍ଠ ଶିକ୍ଷକ(ସ୍କେମାଟିକ)ଙ୍କ ଦରମା ବଢିଲା। ମାସିକ ଦରମା ୧୧ ହଜାରରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବୁଧବାର ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.