• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମଧ୍ୟାହ୍‌ଣ ଭୋଜନ କରିବେ। ଆଗାମୀ ଦିନରେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ।

  2. 2.ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ସଂରକ୍ଷିତ ନିର୍ବାଚନୀ ତଥ୍ୟକୁ ନଷ୍ଟ ନ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  3. 3.ଆୟୁଷ୍ମାନ ଭାରତ ଯୋଜନାରେ ଏକ ବଡ଼ ଠକେଇର ପର୍ଦ୍ଦାଫାସ ହୋଇଛି। ସଂସଦରେ ଏକ ପ୍ରଶ୍ନର ଉତ୍ତରରେ, ସରକାର କହିଛନ୍ତି ଯେ,ଜାତୀୟ ଠକେଇ ବିରୋଧୀ ୟୁନିଟ୍(ଏନଏଏଫୟୁ) ଘରୋଇ ହସ୍ପିଟାଲଗୁଡ଼ିକର ୫୬୨.୪  କୋଟି ଟଙ୍କାର ୨.୭ ଲକ୍ଷ ଦାବିକୁ ନକଲି ପାଇଛି।

  4. 4.୨୦୨୩ରେ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଯେଉଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ୨୦୨୩ରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ତାଙ୍କୁ ଏହା ଦିଆ ନ ଯାଇ ଅନ୍ୟ ଜଣେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

  5. 5.ତସଲିମା ନସରିନ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଏକୁଶେ ପୁସ୍ତକ ମେଳାର ପୁସ୍ତକ ଷ୍ଟଲ୍‌ରେ ଯେଉଁଠାରେ ତାଙ୍କ ପୁସ୍ତକ ବିକ୍ରୟ ପାଇଁ ରଖାଯାଇଥିଲା, ତାହାକୁ ମୌଳବାଦୀମାନେ ଟାର୍ଗେଟ କରିଛନ୍ତି। ତସଲିମା ନସରିନଙ୍କ ପୁସ୍ତକ ବାଂଲାଦେଶରେ ନିଷିଦ୍ଧ କରାଯାଇଛି।

  6. 6.ମହାକୁମ୍ଭ ଶେଷ ହେବାର ୧୫ ଦିନ ପୂର୍ବରୁ ମଙ୍ଗଳବାର ସକାଳେ ମହାକୁମ୍ଭ ମେଳାକୁ ଆସୁଥିବା ସାଧୁ, ଶ୍ରଦ୍ଧାଳୁ, କଳ୍ପବାସୀ, ସ୍ନାନକର୍ତ୍ତା ଓ ଗୃହିଣୀଙ୍କ ସଂଖ୍ୟା ୪୫୦ ନିୟୁତ ଅତିକ୍ରମ କରିଛି।  

  7. 7.ଲୋକସଭାରେ ବର୍ତ୍ତମାନ ସୁଦ୍ଧା ହିନ୍ଦୀ ଓ ଇଂରାଜି ବ୍ୟତୀତ ଅହମିୟା, ବଙ୍ଗଳା, ଗୁଜରାଟୀ, କନ୍ନଡ, ମାଲାୟାଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଓ ତେଲୁଗୁ ଭଳି ୧୦ଟି ଭାଷାରେ ଏକକାଳୀନ ଅନୁବାଦ ସୁବିଧା ଉପଲବ୍ଧ ଥିଲା, କିନ୍ତୁ ଏବେ ଏଥିରେ ଆଉ ୬ଟି ଭାଷା ଯୋଡ଼ାଯାଇଛି। ବୋଡୋ, ଡୋଗରୀ, ମୈଥିଳୀ, ସଂସ୍କୃତ, ଉର୍ଦ୍ଦୁ ଓ ମଣିପୁରୀ ଭାଷାରେ ବି ଅନୁବାଦ ସୁବିଧା ଉପଲବ୍ଧ ହେବ।

  8. 8.ଚଳିତ ମାସରେ ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଓଡି) ଏହାର ଦ୍ୱୀପ ପ୍ରତିରକ୍ଷା ହାଇପରସୋନିକ୍ ଗ୍ଲାଇଡ ଯାନ (ଏଚଜିଭି)ର ସଫଳତାର ସହ ଉଡ଼ାଣ ପରୀକ୍ଷଣ କରିଛି।

  9. 9.ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ମେନ ୨୦୨୫ ପ୍ରଥମ ସେସନର ପରୀକ୍ଷାଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ jeemain.nta.nic.inରେ ଏହି ପରୀକ୍ଷାର ଫଳାଫଳ ପାଇପାରିବେ ।

  10. 10.ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ।

  11. 11.ସେୟାର ବଜାରରେ ହାହାକାର, ନିବେଶକଙ୍କ ୯.୩୨ ଲକ୍ଷ କୋଟି ଟଙ୍କା ବୁଡ଼ିଲା ।

  12. 12.ଗୁଜୁରାଟର ଏକ କୋର୍ଟ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ କୁଲଦୀପ ଶର୍ମାଙ୍କୁ ୪୧ବର୍ଷ ପୁରୁଣା ମାମଲାରେ ତିନି ମାସ ‌ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ଭୁଜର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବିଏମ୍ ପ୍ରଜାପତି ପୂର୍ବତନ ପୁଲିସ ଇନ୍ସପେକ୍ଟର ଜିଏଚ୍ ଭାସଭଡାଙ୍କୁ ମଧ୍ୟ ତିନି ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

  13. 13.୨୦୨୪ ଅକ୍ଟୋବରରୁ ୨୦୨୫ ଜାନୁଆରି ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦର ୩.୩ ପ୍ରତିଶତ ଦୁର୍ବଳ ହୋଇଛି।

  14. 14.ବିବାହ ବିଛେଦକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରାକ ବିବାହ  ପରାମର୍ଶ କେନ୍ଦ୍ର ଖୋଲାଯିବ। ୨୦୨୫ ବର୍ଷକୁ ବିବାହ ବିଚ୍ଛେଦ କମାଇବା ବର୍ଷ ଭାବେ ପାଳନ କରାଯିବ।

  15. 15.ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ପରେ ମଧ୍ୟ ବ୍ରାହ୍ମଣୀ ପ୍ରଦୂଷିତ ହେବାରେ ଲାଗିଛି। ଅଧିକାଂଶସ୍ଥାନରେ ବର୍ଜ୍ୟଜଳ ସିଧାସଳଖ ବ୍ରାହ୍ମଣୀରେ ମିଶୁଛି। ବାଲୁଘାଟ ଏସ୍‌ଟିପିରେ କିଛି ମାତ୍ର ଜଳକୁ ଟ୍ରିଟ୍‌ମେଣ୍ଟ କରାଯାଉଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.