• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ମହାକୁମ୍ଭ ଅବସରରେ ପ୍ରୟାଗରାଜସ୍ଥିତ ତ୍ରିବେଣୀ ସଙ୍ଗମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ନାନ କରିଛନ୍ତି। ସଙ୍ଗମରେ ସ୍ନାନ କରିବାରେ, ରାଜେନ୍ଦ୍ର ପ୍ରସାଦଙ୍କ ପରେ ସେ ଦେଶର ଦ୍ବିତୀୟ ରାଷ୍ଟ୍ରପତି ହେଉଛନ୍ତି । 

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୪ ଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଅଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସେ ଆଲୋଚନା କରିବେ।

  3. 3ପ୍ରଥମ ଥର ପାଇଁ ଦଳ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନିଲ ବିଜଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି । ହରିୟାଣା ବିଜେପି ସଭାପତି ମୋହନଲାଲ ବାଡୋଲି ସୋମବାର (ଫେବ୍ରୁଆରି ୧୦) ଅନୀଲ ଭିଜଙ୍କୁ ଏହି ନୋଟିସ୍ ପଠାଇଛନ୍ତି।

  4. 4.ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲ୍‌କୋ)ପକ୍ଷରୁ ଆର୍ଥିକ ବର୍ଷ ୨୦୨୪-୨୫ର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି। ୨୦୨୪ ଡିସେମ୍ବରରେ ଶେଷ ହୋଇଥିବା ତ୍ରୈମାସିକରେ କମ୍ପାନିର ନିଟ୍‌ ଲାଭ ୧,୫୮୩ କୋଟି ଟଙ୍କା ହୋଇଛି। 

  5. 5.ଓଡ଼ିଶାର ଏକ ଛୋଟ ଗାଁରେ ଜନ୍ମ ଗ୍ରହଣ କରିଥିବା ପ୍ରାଚୀ ମହାପାତ୍ର ବିଶ୍ବ ସାଇବର ନିରାପତ୍ତା ଦୁନିଆର ଏକ ଚର୍ଚ୍ଚିତ ଚେହେରାରେ ପରିଣତ ହୋଇଛନ୍ତି। ବର୍ତ୍ତମାନ ସେ ବିଶ୍ବସ୍ତରୀୟ କମ୍ପାନି ସିସ୍‌କୋର ସାଇବର୍ ନିରାପତ୍ତା ଶାଖାର ନେତୃତ୍ବ ନେଉଛନ୍ତି। ସିସ୍‌କୋର ସାଇବର ନିରାପତ୍ତା ପ୍ରଡକ୍ଟ ମ୍ୟାନେଜର ଭାବେ ସେ କାମ କରୁଛନ୍ତି। 

  6. 6.ସେସ୍‌ ଓ ସର୍‌ଚାର୍ଜ ବାବଦ ରାଶି କେନ୍ଦ୍ର ପାଖ‌ରେ ରହିବା ପରେ ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରିବା ପାଣ୍ଠି କମିଯାଉଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନୁସାରେ ସେହି ପାଣ୍ଠିର ୪୧ ପ୍ରତିଶତ ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରାଯିବା କଥା। କିନ୍ତୁ ସେତିକି ବି ରାଜ୍ୟମାନଙ୍କ ପାଖରେ ପହଞ୍ଚୁନାହିଁ।

  7. 7.ଓଡ଼ିଶାରେ ଏନ୍‌ସିସିର କଳେବର ବଢ଼ିବ। ଏବେ କ୍ୟାଡେଟ୍‌ ସଂଖ୍ୟା ୬୦ହଜାର ଥିବା ବେଳେ ଏହାକୁ ୯୦ ହଜାରକୁ ବୃଦ୍ଧି କରାଯିବ। ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନ୍‌ସିସି ଶାଖା ପ୍ରତିଷ୍ଠା କରାଯିବ।

  8. 8.ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଝିଅ ଆରୁଷି ପୋଖରିଆଲ ନିଶଙ୍କଙ୍କଠାରୁ ଫିଲ୍ମ ନିର୍ମାଣ ନାମରେ ୪ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।

  9. 9.କିନ୍ନର ଆଖଡ଼ା ମହାମଣ୍ଡଳେଶ୍ଵର ପଦବୀରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି। ତାଙ୍କ ନିଯୁକ୍ତିକୁ ନେଇ ବିବାଦ ଆରମ୍ଭ ହେବା ପରେ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି।

  10. 10.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା’ ପ୍ରଧାନମନ୍ତ୍ରୀ ଦେଶର ପରୀକ୍ଷାର୍ଥୀମାନଙ୍କୁ  ଉଦବୋଧନ ଦେବା ସମୟରେ କହିଛନ୍ତି ଲୋକମାନେ ଆପଣଙ୍କ ବ୍ୟବହାରକୁ ଗ୍ରହଣ କରିବେ, ସେମାନେ ଆପଣଙ୍କ ଭାଷଣକୁ ଗ୍ରହଣ କରିବେ ନାହିଁ।

  11. 11.ଭାରତୀୟ ସହରଗୁଡ଼ିକ ନେଦରଲାଣ୍ଡ୍‌ସ ଭଳି ୟୁରୋପୀୟ ଦେଶର ସହର ସହ ତୁଳନୀୟ ନୁହେଁ। ତେଣୁ ସାରା ଦେଶର ସହରଗୁଡ଼ିକରେ ପୃଥକ୍‌ ଭାବେ ସାଇକେଲ୍‌ ଟ୍ରାକ୍‌ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି।

  12. 12.ଓଡ଼ିଶାର ସମସ୍ତ ୩୧୪ ଗୋଟି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯିବା। ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବା ନିମନ୍ତେ ୪୧୨୪ କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି।

  13. 13.ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE) ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ଏହାର ନୀତିରେ ଏକ ବଡ଼ ପରିବର୍ତ୍ତନ କରି ଏକ ବର୍ଷିଆ ବି.ଏଡ୍ ଏବଂ ଏମ.ଏଡ୍ ପାଠ୍ୟକ୍ରମକୁ ପୁନଃଆରମ୍ଭ କରିବାକୁ ଯାଉଛି।

  14. 14.ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗଣକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ୭୦ଜନସଂଖ୍ୟା ଥିବା ଗାଁରେ ଗୋଟିଏ ଲେଖାଏ ଓ ୭୦ରୁ ଅଧିକ ଜନସଂଖ୍ୟାବିଶିଷ୍ଟ ଗ୍ରାମରେ ଦୁଇଟି ନଳକୂପ ଖନନ ହେବ।

  15. 15.ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ପୁଞ୍ଜି ବଜାର ଏବଂ ଷ୍ଟକ ମାର୍କେଟ କାରବାର ଉପରେ ପଡୁଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ପ୍ରତିଦିନ ବହୁ ଲକ୍ଷ କୋଟି ଟଙ୍କାର ନିବେଶ ହରାଉଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.