• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ୨୦୨୪ ଲୋକ ସଭା ନିର୍ବାଚନ ସମେତ ଗୁରୁତ୍ୱପୂର୍ଣ୍ଣ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରିଚାଳନାର ନେତୃତ୍ୱ ନେଇଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି।

  2. 2.କାନାଡାର ଟରଣ୍ଟୋ ପିୟର୍ସନ ବିମାନବନ୍ଦରରେ ଅବତରଣ କରିବା ପରେ ଡେଲ୍ଟା ଏୟାର ଲାଇନ୍ସର ଏକ ବିମାନ ସୋମବାର ବରଫଝଡ଼ ଯୋଗୁଁ ଓଲଟି ପଡ଼ିଛି। ଫଳରେ ଏଥିରେ ଥିବା ୮୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣ ଆହତ ହୋଇଛନ୍ତି।

  3. 3.ଯୁଦ୍ଧ-ପ୍ରଭାବିତ ୟୁକ୍ରେନ୍ ପାଇଁ ଆମେରିକା ୫୦୦ ବିଲିୟନ ଡଲାରର ଚୁକ୍ତି ପ୍ରସ୍ତାବ ଦେଇଛି, ଯାହାଦ୍ୱାରା ୟୁରୋପୀୟ ଦେଶର ବିରଳ ମୃତ୍ତିକା ଖଣିଜ ପଦାର୍ଥ, ତୈଳ ଓ ଗ୍ୟାସ ଏବଂ ଏହାର ବନ୍ଦର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିକୁ ସ୍ୱତନ୍ତ୍ର ଆକସେସ୍ ମିଳିପାରିବ। ଚୁକ୍ତିର ଡ୍ରାଫ୍ଟ ଅନୁଯାୟୀ, ୟୁକ୍ରେନ ସମ୍ବଳରୁ ୫୦% ଲାଭ ପାଇବ ଆମେରିକା।

  4. 4. ଦେଶର ଲକ୍ଷ ଲକ୍ଷ ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ ଏନପିସିଆଇ ଏକ ନୂଆ ଚେତାବନୀ ଜାରି କରିଛି । ଆଜିକାଲି ସାଇବର ଅପରାଧୀମାନେ ଏକ ନୂଆ କଲ୍ ମର୍ଜିଂ ସ୍କାମ୍ ନାମରେ ଠକେଇ କରୁଛନ୍ତି। 

  5. 5. ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଛତିଶଗଡ଼ ପୌର ନିର୍ବାଚନରେ ,ଛତିଶଗଡ଼ ପୌର ନିର୍ବାଚନରେ ବିଜେପି ମହାନଗର ନିଗମରେ ବିଜୟୀ ହୋଇଥିଲା। ଏବେ ଗୁଜରାଟ ପୌର ନିର୍ବାଚନରେ ମଧ୍ୟ ବିଜେପି ନିଜର ପରିଚୟ ସୃଷ୍ଟି କରିଛି।

  6. 6. କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଜାଧବ କର୍କଟ ଟୀକା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଥିଲେ ଯେ ପାଞ୍ଚରୁ ଛଅ ମାସ ମଧ୍ୟରେ ମହିଳାଙ୍କ କର୍କଟ ରୋଗ ପାଇଁ ଏକ ଟିକା ଉପଲବ୍ଧ ହେବ। ଏହି ଟିକା ୯ ରୁ ୧୬ ବର୍ଷ ବୟସର ଝିଅମାନଙ୍କୁ ଦିଆଯିବ।

  7. 7.ଚୀନର ଶାଣ୍ଡୋଙ୍ଗ ପ୍ରଦେଶର ଜିବୋ ସିଟି ଆମ୍ୟୁଜମେଣ୍ଟ ପାର୍କରେ ଏକ ଅଜବ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଚିଡ଼ିଆଖାନା କର୍ତ୍ତୃପକ୍ଷ ଏକ ଗଧକୁ ଜେବ୍ରା ଭଳି ଦେଖାଇବା ପାଇଁ କଳା ଏବଂ ଧଳା ରଙ୍ଗରେ ରଙ୍ଗ କରିଥିବା ଜଣାଯାଇଛି।

  8. 8.ମିଆଁମାର ଗତ ଚାରି ବର୍ଷ ଧରି ଗୃହଯୁଦ୍ଧ ସହିତ ଲଢ଼ୁଛି। ମିଆଁମାରରେ, ଜୁଣ୍ଟା ସାମରିକ ଶାସକ ଏବଂ ବିଦ୍ରୋହୀ ଗୋଷ୍ଠୀ ମୁହାଁମୁହିଁ  ହୋଇଛନ୍ତି। ନିର୍ବାଚନରେ ​​ଜାଲିଆତି କରିଥିବା ଅଭିଯୋଗ କରି ସେନା ମିଆଁମାରରେ ଅଙ୍ଗ ସାନ ସୁ କି ସରକାରଙ୍କୁ ଗାଦିଚ୍ୟୁତ କରିଥିଲା।

  9. 9.ପୁରୀ ବନଖଣ୍ଡରେ ମାଛରଙ୍କା ବିରାଡ଼ି ଓ ଅନ୍ୟ ମାଂସାହାରୀ ଜନ୍ତୁଙ୍କ ସମ୍ପର୍କରେ ସର୍ଭେ କରାଯିବ। କେଉଁ ପ୍ରଜାତିର କେତେ ବନ୍ୟଜନ୍ତୁ ଅଛନ୍ତି, ଏହାର ଡକୁମେଣ୍ଟେସନ୍‌ କରାଯିବ। ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପନ୍ଥା ଗ୍ରହଣ କରାଯିବ। ଏନେଇ ପୁରୀ ବନଖଣ୍ଡ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

  10. 10.ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରବେଶ ପଥ ‘ଜାମଶୋଳା’ରୁ ଚେକ୍‌ଗେଟ୍‌ ଉଠିଗଲା ପରେ ଏହି ସ୍ଥାନରେ ନିର୍ମିତ ବଡ଼ବଡ଼ କୋଠା ଏବେ ଭୂତକୋଠି ପାଲଟି ଗଲାଣି।

  11. 11.୨୦୨୪ର ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ସର୍ବଭାରତୀୟ ସ୍ତରରେ ବେକାରି ହାର ୬.୪ ପ୍ରତିଶତ ରହିଛି। ବର୍ଷକ ପୂର୍ବରୁ ସେହି ହାର ୬.୫ ପ୍ରତିଶତ ଥିଲା। ଏହି ତିନି ମାସରେ ଓଡ଼ିଶାର ବେକାରି ହାରରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ରାଜ୍ୟର ସହରାଞ୍ଚଳ ବେକାରି ହାର ୮.୭ ପ୍ରତିଶତକୁ ହ୍ରାସ ପାଇଛି।

  12. 12.ଖରା ପାଇଁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର ପାଠପଢ଼ା ସକାଳୁଆ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନିଆଯାଇଛି।

  13. 13.ମୋ ପୋଖରୀ' ଯୋଜନାରେ ୩୮୫ ଗୋଟି ପ୍ରକଳ୍ପର ପୁନରୁଦ୍ଧାର ଚାଲୁ ରହିଛି।

  14. 14.ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ, ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଲାଞ୍ଚ ମାମଲାରେ କରୁଛି ଖୋଳତାଡ଼।

  15. 15.ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ ପାଇଁ ନୀତା ଅମ୍ବାନୀ ମାସାଚୁସେଟ୍ସର ଗଭର୍ଣ୍ଣରଙ୍କ ଦ୍ୱାରା ସମ୍ମାନିତ।

  16. 16.ମସ୍କ-ମୋଦୀ ଭେଟ ପରେ ଭାରତରେ ନିଯୁକ୍ତି ଆରମ୍ଭ କଲା ଟେସ୍‌ଲା, ଇଭି ବଜାରରେ ପ୍ରବେଶ ସଙ୍କେତ।

  17. 17.କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟ ଉଠୁଛି ପଡୁଛି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ଘଟଣାରେ ଗିରଫ କରାଯାଇଥିବା ୫ଜଣ ଦୋଷୀଙ୍କୁ ଜାମିନ ମିଳିଛି।

  18. 18.ପୂର୍ବତନ ଏମ୍‌ପି ମୃତ୍ୟୁଞ୍ଜୟ ନାୟକ। କଂଗ୍ରେସରୁ ୩ ଥର ଜିତି ଏମ୍‌ପି ହୋଇଥିବା ଫୁଲବାଣୀର ମୃତ୍ୟୁଞ୍ଜୟ ନାୟକ(୭୨)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଛି।

  19. 19.ୟୁଟ୍ୟୁବ୍‌ ଏବଂ ଅନ୍ୟାନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ‘ଅଶ୍ଳୀଳ କଣ୍ଟେଣ୍ଟ’ ପୋଷ୍ଟ ହେଉଥିବାରୁ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ଆହ୍ବାନ ଦେଇଛନ୍ତି।

  20. 20.କେରଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାଲାପ୍ପୁରମ ଜିଲାର ଆରିକୋଡ ସହରରେ ଏକ ଫୁଟବଲ ମ୍ୟାଚ ସମୟରେ ଅଗ୍ନିକାଣ୍ଡରେ ୩୦ରୁ ଅଧିକ ଦର୍ଶକ ପୋଡ଼ି ଯାଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.