- 1.ମୁଖ୍ୟ ନିର୍ବାଚନ କମିସନର(ସିଇସି) ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ୧୮ ତାରିଖରେ ଶେଷ ହେଉଥିବା ବେଳେ ଆଜି ଜ୍ଞାନେଶ କୁମାରଙ୍କୁ ୨୬ତମ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଛି।
-
2.ଏଯାବତ ତ୍ରିବେଣୀ ସଙ୍ଗମରେ ୫୩ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଲେଣି ଏବଂ ଏହି ପ୍ରକ୍ରିୟା ଆଗାମୀ ୯ ଦିନ ପର୍ଯ୍ୟନ୍ତ ଜାରି ରହିବ।
-
3.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨,୯୦,୦୦୦ କୋଟି ଟଙ୍କାର ଏକ ବିଶାଳ ବଜେଟ୍ ଉପସ୍ଥାପନ କରିଛନ୍ତି।
-
4.୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସହ ୫୦୦ ବିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବା ଲାଗି ରହିଥିବା ଲକ୍ଷ୍ୟ ଅନୁସାରେ ବଜେଟ୍ ପ୍ରସ୍ତୁତ କରାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
-
5.ଶିକ୍ଷା କ୍ଷେତ୍ରକୁ ୪୧,୨୭୩ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହାର ସିଂହଭାଗ ଅର୍ଥାତ୍ ୨୧,୧୮୫ କୋଟି ଟଙ୍କା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଆବଣ୍ଟନ କରାଯାଇଛି। ସମଗ୍ର ଶିକ୍ଷାକୁ ୪୬୮୧ କୋଟି ଟଙ୍କା ଦିଆଯାଇଛି ।
-
6.ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ୨୩,୬୩୫ କୋଟି ଟଙ୍କା ଦିଆଯାଇଛି ଯାହା ପୂର୍ବବର୍ଷର ବଜେଟ୍ ତୁଳନାରେ ୮ ପ୍ରତିଶତ ଅଧିକ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ୬୨୪୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମାଗଣା ଔଷଧ ବଣ୍ଟନ ଯୋଜନା ‘ନିର୍ମାଲ୍ୟ’କୁ ୯୩୯ କୋଟି ଟଙ୍କା ଦିଆଯାଇଛି।
-
7.ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ୨୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
-
8.ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ୧୧୦୦ କୋଟି ଟଙ୍କା ଦିଆଯାଇଥିବା ବେଳେ ନୂଆ ସହର ବିକାଶ ପାଇଁ ୨୦୦ କୋଟି ଟଙ୍କା ଦିଆଯାଇଛି।
-
9.ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟ ବାରମ୍ବାର ସାମ୍ନା କରୁଥିବାରୁ ବଜେଟ୍ରେ ବିପର୍ଯ୍ୟୟ ପରିଚାଳନା ପାଇଁ ୪୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
-
10.୨୦୨୩ ତୁଳନାରେ ୨୦୨୪ରେ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବଢ଼ିଛି । ରାଜ୍ୟରେ ୨୦୨୩ ମସିହାରେ ସର୍ବମୋଟ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିଲା । ହେଲେ ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି।
-
11.ଅର୍ଥନୀତି ସର୍ଭେ-୨୦୨୪ ରିପୋର୍ଟରେ, ଆର୍ଥିକ ବର୍ଷ ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ ରାଜ୍ୟର ଜିଡିପି ଓ ଶିଳ୍ପ ଅଭିବୃଦ୍ଧି କମିଛି.
-
12.୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ନୂତନ ଭାବରେ ନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ପ୍ରାୟ ୧୩ କୋଟି ଲୋକ ଅଯୋଧ୍ୟାକୁ ଦର୍ଶନ ପାଇଁ ଆସିଛନ୍ତି।
-
13.ବାର୍ଷିକ ଦାନ ଦୃଷ୍ଟିରୁ ରାମ ମନ୍ଦିର ସ୍ବର୍ଣ୍ଣ ମନ୍ଦିର, ବୈଷ୍ଣୋ ଦେବୀ ଏବଂ ସିରିଡ଼ି ସାଇ ମନ୍ଦିରକୁ ପଛରେ ପକାଇଦେଇଛି | ରାମ ମନ୍ଦିରରେ ବାର୍ଷିକ ଦାନ ୭୦୦ କୋଟି ଟଙ୍କା ଅତିକ୍ରମ କରିଛି।
-
14.ରିପୋର୍ଟ ଅନୁଯାୟୀ, ସିରିଡ଼ିରେ ବାର୍ଷିକ ଦାନ ପ୍ରାୟ ୪୦୦-୪୫୦ କୋଟି ଟଙ୍କା ହୋଇଥିବାବେଳେ ବୈଷ୍ଣୋ ଦେବୀ ମନ୍ଦିରକୁ ବାର୍ଷିକ ଦାନ ପ୍ରାୟ ୪୦୦ କୋଟି ଟଙ୍କା ମିଳିଥାଏ |
-
15.ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।
-
16.ଜେଲେନସ୍କି ରୁଷିଆ ସୀମାରେ ୧ ଲକ୍ଷ ସୈନିକଙ୍କ ଏକ ଶାନ୍ତି ସେନା ମୁତୟନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତଥାପି, ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ୟୁକ୍ରେନରେ ଆମେରିକୀୟ ସୈନ୍ୟ ମୁତୟନ କରିବାକୁ ମନା କରିଦେଇଛନ୍ତି।
-
17.ହମାସ ପାଲେଷ୍ଟାଇନର ଗାଜା ଷ୍ଟ୍ରିପକୁ ପାଲେଷ୍ଟାଇନୀ କର୍ତ୍ତୃପକ୍ଷ (ପିଏ)କୁ ହସ୍ତାନ୍ତର କରିବାକୁ ରାଜି ହୋଇଛି।
-
.18. "ଛାବା"ର ପ୍ରଥମ ଦିନର ଆୟ ଦେଖିଲେ ଲାଗୁଛି ଯେ ଏହା ଚଳିତ ବର୍ଷର ବଲିଉଡର ପ୍ରଥମ ବ୍ଲକବଷ୍ଟର ସିନେମା ହୋଇପାରେ। ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଦିନରେ ୩୩କୋଟିରୁ ଅଧିକ ଆୟ କରିଥିବା ବେଳେ ଶନିବାରୁ ୩୯କୋଟିରୁ ଅଧିକ ଟଙ୍କା ଆୟ କରିଥିଲା।
-
19.ଆଇସିସି ଚାମ୍ପିଅନ୍ସ ଟ୍ରଫିକୁ ପୂର୍ବରୁ ମିନି ବିଶ୍ବକପ୍ କୁହାଯାଉଥିଲା। ଭାରତ ଏହାକୁ ମାତ୍ର ୨ ଥର ଜିତିଛି। ବର୍ଷାବାଧାପ୍ରାପ୍ତ ୨୦୧୩ ଫାଇନାଲ୍ରେ ଇଂଲଣ୍ଡକୁ ଭାରତ ପରାସ୍ତ କରିଥିଲା। ଏହା ପୂର୍ବରୁ ୨୦୦୨ରେ ବର୍ଷା କାରଣରୁ ଶ୍ରୀଲଙ୍କା ସହ ଯୁଗ୍ମ ବିଜେତା ହୋଇଥିଲା।
-
20.ରାଜ୍ୟ ସରକାର କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ କ୍ରୀଡ଼ାର ହବ୍ କରିବାକୁ ଯାଉଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ୧୩ଟି ସ୍ଥାନରେ ନୂଆ ସୁଇମିଂପୁଲ ନିର୍ମାଣ କରାଯାଉଛି। ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ସୁଇମିଂପୁଲ ନିର୍ମାଣ ହେବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.