- 1.ଆଜି ବିଶ୍ଵ କର୍କଟ ଦିବସ। ଚଳିତବର୍ଷର ଥିମ୍ ରହିଛି ୟୁନାଇଟେଡ୍ ବାଏ ୟୁନିକ୍। ରାଜ୍ୟରେ ପ୍ରତି ୧୦୦ ଜଣରେ ପ୍ରାୟ ୫ ଜଣ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ମୁଖ ଗହ୍ବର, ସ୍ତନ ଓ ପାକସ୍ଥଳୀ କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଗ୍ରେ ରହିଛି।
-
2.ଭାରତୀୟ ଆମେରିକୀୟ ସଙ୍ଗୀତଜ୍ଞ ତଥା ଉଦ୍ୟୋଗୀ ଚନ୍ଦ୍ରିକା ଟଣ୍ଡନ ତାଙ୍କ ଆଲବମ୍ ‘ତ୍ରିବେଣୀ’ ପାଇଁ ବେଷ୍ଟ ନ୍ୟୁ ଏଜ୍, ଆମ୍ବିଆଣ୍ଟ ଏବଂ ଚାଣ୍ଟ୍ ଆଲବମ୍ ଶ୍ରେଣୀରେ ଗ୍ରାମୀ ପୁରସ୍କାର ଜିତିଛନ୍ତି।
-
3.ଉତ୍ତର ସିରିଆର ମନ୍ବିଜ୍ ସହର ଉପକଣ୍ଠ ଅଞ୍ଚଳରେ ସୋମବାର ବୋମା ବିସ୍ଫୋରଣ ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଯାଇଛି।
-
4.ଫେବ୍ରୁଆରି ୧୨ ତାରିଖରେ ରାଷ୍ଟ୍ରପତି ଭବନ ନିଜ ପରିସରରେ ଜଣେ ସିଆର୍ପିଏଫ୍ ଅଧିକାରୀଙ୍କୁ ବିବାହ ଉତ୍ସବ ଆୟୋଜନ କରିବାକୁ ଅନୁମତି ଦେଇଛି।
-
5.ସୁପ୍ରିମକୋର୍ଟ ମହାକୁମ୍ଭ ଦଳାଚକଟା ଘଟଣାକୁ ଏକ "ଦୁର୍ଭାଗ୍ୟଜନକ" ଘଟଣା ବୋଲି କହିଛନ୍ତି।
-
6.ଫୋବର୍ସ ୨୦୨୫ରେ ବିଶ୍ୱର ୧୦ଟି ସବୁଠାରୁ ଶକ୍ତିଶାଳୀ ଦେଶର ରାଙ୍କିଂ ପ୍ରକାଶ କରିଛି। ଏଥିରେ ଭାରତକୁ ଶ୍ରେଷ୍ଠ ୧୦ରୁ ବାଦ ଦିଆଯାଇଛି।
-
7.ଡଲାର ତୁଳନାରେ ଭାରତୀୟ ଟଙ୍କା ହ୍ରାସ ପାଇଛି। ପ୍ରଥମ ଥର ପାଇଁ, ଡଲାର ତୁଳନାରେ ଟଙ୍କା ୮୭ ଅତିକ୍ରମ କରିଛି।
-
8.ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ନାଭିଗେସନ ମିଶନକୁ ଏକ ବଡ଼ ଝଟକା ଲାଗିଛି। ଜାନୁଆରୀ ୨୯ରେ GSLV-MK 2 ରକେଟ ଦ୍ୱାରା ଉତ୍କ୍ଷେପଣ କରାଯାଇଥିବା ନାଭିଗେସନ ସାଟେଲାଇଟ NVS-02,ଇସ୍ରୋର ଇଚ୍ଛା କରାଯାଇଥିବା କକ୍ଷପଥରେ ସ୍ଥାପିତ ହୋଇପାରିଲା ନାହିଁ।
-
9.ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ଅଧ୍ୟକ୍ଷ ଏବଂ ଜଣାଶୁଣା ସଂଗୀତଜ୍ଞ ମହତାବ ଖାନ ରାଜା କଂଗ୍ରେସ ଛାଡି ଆମ ଆଦମୀ ପାର୍ଟି (ଆପ)ରେ ଯୋଗ ଦେଇଛନ୍ତି।
-
10.ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ବ୍ରେନ ହାମରେଜ ହୋଇଛି। ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲକ୍ଷ୍ନୌ ରେଫର କରି ଦିଆଯାଇଛି।
-
11.ଓଡ଼ିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ବ୍ୟୟବରାଦ କରାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଏହା ଅନ୍ତର୍ଗତ ଅମୃତ ଷ୍ଟେସନ ପାଇଁ ୨ ହଜାର ୩୭୯ କୋଟି ଖର୍ଚ୍ଚ ହେବ।
-
12.ପୂର୍ବତନ ଚଳଚ୍ଚିତ୍ର ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ମହାମଣ୍ଡଳେଶ୍ୱର ହେବା ପୁଣି ସେଥିରୁ ବିଦା ହେବା ଘଟଣା ଚର୍ଚ୍ଚାରେ ରହିଛି। କିଛି ଦିନ ପୂର୍ବରୁ ମମତା କୁଲକର୍ଣ୍ଣୀଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା କିନ୍ତୁ ବିବାଦ ପରେ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିଲା।
-
13.ପଶ୍ଚିମବଙ୍ଗର ହାଓଡ଼ାର ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ କିଡ୍ନୀ ବିକ୍ରି କରିବାକୁ ବାଧ୍ୟ କରିଥିଲେ। ସ୍ତ୍ରୀଙ୍କ କଥାକୁ ଗ୍ରହଣ କରି ସ୍ବାମୀ ୧୦ ଲକ୍ଷ ଟଙ୍କାରେ ନିଜ କିଡ୍ନୀକୁ ମଧ୍ୟ ବିକ୍ରି କରିଥିଲେ। ବିଳମ୍ବିତ ରାତିରେ ମହିଳା ଜଣକ ଉକ୍ତ ୧୦ ଲକ୍ଷ ଟଙ୍କା ନେଇ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି।
-
14.ତେଲୁଗୁ ଫିଲ୍ମ ନିର୍ମାତା ସୁକର୍ଣ୍ଣ କୃଷ୍ଣ ପ୍ରସାଦ ଚୌଧୁରୀ ସୋମବାର ଗୋଆସ୍ଥିତ ଭଡ଼ାଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
-
15.ମାଲକାନଗିରି ଜିଲାର ପୂର୍ବତନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନବିଡବ୍ଲ୍ୟୁ) ଜାରି ହୋଇଛି। ମାଲକାନଗିରି ଏସଡିଜେଏମ କୋର୍ଟ ମନୀଷ ଏବଂ ଅନ୍ୟ ୩ ଜଣଙ୍କ ବିରୋଧରେ ଏହି ଏନବିଡବ୍ଲ୍ୟୁ ଜାରି କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.