• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ହମାସ ସହ ଅସ୍ତ୍ରବିରତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ଗସ୍ତରେ ଯାଇଛନ୍ତି । ଆସନ୍ତା ୪ ତାରିଖ ମଙ୍ଗଳବାର ଦିନ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି।
  2. 2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଚଢ଼ା ଶୁଳ୍କ ଲଗାଇବା ଆରମ୍ଭ କରିଛନ୍ତି। ସେ ଚୀନ୍, ମେକ୍ସିକୋ ଓ କାନାଡା ଉପରେ ଶୁଳ୍କ ବଢ଼ାଇଛନ୍ତି। ମେକ୍ସିକୋ ଓ କାନାଡା ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଯାଇଥିବା ବେ‌ଳେ କାନାଡା ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଯାଇଛି।

  3. 3.୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍‌ରେ ଲିଙ୍ଗଗତ ବଜେଟ୍‌କୁ ୪.୪୯ ଲକ୍ଷ କୋଟି ଟଙ୍କା ଦିଆଯାଇଛି। ମହିଳା ଓ ବାଳିକା କଲ୍ୟାଣ କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହେବ। ୨୦୨୪-୨୫ରେ ଏବାବଦକୁ ୩.୨୭ ଲକ୍ଷ କୋଟି ଟଙ୍କା ଦିଆଯାଇଥିଲା। ତାହା ତୁଳନାରେ ଏହା ୩୭.୨୫ ପ୍ରତିଶତ ଅଧିକ। ମୋଟ ବଜେଟ୍‌ରେ ଲିଙ୍ଗଗତ ବଜେଟ୍‌ର ଭାଗ ୮.୮୬ ପ୍ରତିଶତକୁ ବୃଦ୍ଧି ପାଇଛି।

  4. 4.କେନ୍ଦ୍ର ଟିକସ ବାବଦରେ ଓଡ଼ିଶା ୨୦୨୫-୨୬ ଆର୍ଥିକ ବର୍ଷରେ ୬୪୪୦୮କୋଟି ଟଙ୍କା ପାଇବ ଯାହାକି ୨୦୨୪-୨୫ ଆଥିକ ବର୍ଷ ତୁଳନାରେ ୯୧୭୬କୋଟି ଟଙ୍କା ଅଧିକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

  5. 5.ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଭକ୍ତକବି ମଧୁସୂଦନ ରାଓ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧର ଅବିକଳ ସଂସ୍କରଣର ଶୁଭ ଉନ୍ମୋଚନ କରିଛନ୍ତି।

  6.  6.ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିକାଶ ଗବେଷଣା ସଂସ୍ଥା (ଡିଆର୍‌ଡିଓ) ଦ୍ଵାରା  ଶନିବାର ଅତି ସ୍ୱଳ୍ପ  ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସ୍‌ଏଚ୍‌ଓଆର୍‌ଏଡିଏସ୍‌)  କ୍ଷେପଣାସ୍ତ୍ରର ୩ଟି ପରୀକ୍ଷା ସଫଳ ହୋଇଛି।

  7. 7.ଜିଲ୍ଲା କୃଷି ବିଭାଗ ପକ୍ଷରୁ ଇ-କେୱାଇସି ୩୨ହଜାର୬୫୦ଜଣ, ଲ୍ୟାଣ୍ଡ ସିଡିଙ୍ଗ ୩୩ହଜାର ୬୭୭, ଏନପିସିଆଇ ସିଡିଙ୍ଗ ୧୨ହଜାର ୭୦୫ଜଣଙ୍କର ବାକି ରଖିଥିବା ସୂଚନା ମିଳିଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଅଧିକା ବ୍ୟାଙ୍କ ଥିବା ଜୟପୁରରେ ହିଁ ସବୁ କ୍ଷେତ୍ରରେ ପଛୁଆ ରହିଛି।

  8. 8.ଫେବ୍ରୁଆରି ଆରମ୍ଭରୁ ଦିନର ତାପମାତ୍ରା ଉପରମୁହାଁ ହୋଇଛି। ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ, ସବୁଠି ତାପମାତ୍ରା ୩୦ ଡିଗ୍ରି ଡେଇଁଯାଇଛି। ଯେଉଁ ସମୟରେ ଶୀତର ପ୍ରକୋପ ରହିବା କଥା ସେତେବେଳେ ରାଜ୍ୟବାସୀଙ୍କୁ ଟାଇଁଟାଇଁ ଖରାର ସାମନା କରିବାକୁ ପଡ଼ୁଛି।

  9. 9.ଓଡ଼ିଶାରୁ ବାହାରକୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଦୁଇ ବର୍ଷରେ ପ୍ରାୟ ୨୪୯ ଜଣ ପ୍ରାଣ ହରାଇଲେଣି।

  10. 10.ବିଜେଡି ସରକାର ଅମଳର ବହୁଚର୍ଚ୍ଚିତ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ବନ୍ଦ କରି ଆରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା।

  11. 11.ବ୍ୟାଙ୍କିଙ୍ଗ୍ ରେଗୁଲେସନ ଆକ୍ଟ-୧୯୪୯ର ଧାରା-୨୬(କ) ଓ ଧାରା ୯ରେ ପ୍ରାବଧାନକୁ ଅନୁପାଳନ କରିବାରେ ବିଫଳ ଥିବା ଯୋଗୁ ରାଜ୍ୟ ସମବାୟ ବ୍ୟାଙ୍କ ଉପରେ ୪ଲକ୍ଷ ଟଙ୍କାର ଜୋରିମାନା ଧାର୍ଯ୍ୟ କରିଛନ୍ତି ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ । 

  12. 12.ପ୍ରୟାଗରାଜ ସଙ୍ଗମରେ ଚାଲିଥିବା ମହାକୁମ୍ଭରେ ଅମୃତ ସ୍ନାନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ସମଗ୍ର ବ୍ୟବସ୍ଥା ତ୍ରୁଟିଶୂନ୍ୟ କରିବା ପାଇଁ  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

  13. 13.ସୋନିଆ ଗାନ୍ଧୀଙ୍କ ବିରୋଧରେ ମୁଜାଫରପୁର କୋର୍ଟରେ ମାମଲା ରୁଜୁ ହୋଇଛି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅସମ୍ମାନ କରିଥିବା ଅଭିଯୋଗରେ ସୋନିଆଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ସ୍ଥାନୀୟ ଆଇନଜୀବୀ ସୁଧୀର ଓଝା ଶନିବାର  କୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି।

  14. 14.ଭାରତ ଆଇସିସି ୧୯ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି୨୦ କ୍ରିକେଟ ବିଶ୍ବକପ ଟ୍ରଫି ବଜାୟ ରଖିଛି। କ୍ବାଲାଲାମ୍ପୁରରେ ଆୟୋଜିତ ଉକ୍ତ ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣ ଫାଇନାଲ ରବିବାର ବୈମାସ ଓଭାଲରେ ଖେଳାଯାଇଥିଲା। ଏଥିରେ ଭାରତ ୯ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ଚମ୍ପିଆନ ହୋଇଛି। ଭାରତ ୨୦୨୩ ପ୍ରଥମ ସଂସ୍କରଣରେ ମଧ୍ୟ ଚମ୍ପିଆନ ହୋଇଥିଲା।

  15. 15.କଟକ ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନ ଟିକେଟ୍ ବିକ୍ରି ଅପରାହ୍ନ ୪ଟାରୁ ଆରମ୍ଭ ହୋଇଛି। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସୂଚନା ଅନୁଯାୟୀ ୪ ହଜାର ଟିକେଟ୍ ଅନଲାଇନରେ ବିକ୍ରି ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.