• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବା ପରେ ପବିତ୍ର ବସନ୍ତ ପଞ୍ଚମୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥକାଠ ଅନୁକୂଳ ହେବ। ପୁରୀ ରାଜନଅର ପକ୍ଷରୁ ‌ଶୋତ୍ରୀୟ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ କରିବେ।
  2. 2.ବଜେଟ୍‌ରେ ଆଣବିକ ଶକ୍ତି କ୍ଷେତ୍ରକୁ ଘରୋଇ କମ୍ପାନିମାନଙ୍କ ପାଇଁ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି। ୨୦୩୩ ସୁଦ୍ଧା ପାଞ୍ଚଟି କ୍ଷୁଦ୍ର ଏବଂ ମଡ୍ୟୁଲାର ରିଆକ୍ଟର ସ୍ଥାପନ କରିବା ଲକ୍ଷ୍ୟରେ ଏହି କ୍ଷେତ୍ରରେ ଗବେଷଣା ପାଇଁ ୨୦,୦୦୦ କୋଟି ଟଙ୍କାର ଆଣବିକ ଶକ୍ତି ମିସନ ଘୋଷଣା କରିଛନ୍ତି।

  3. 3.  ୨୫ ପ୍ରକାର କ୍ରିଟିକାଲ୍ ମିନେରାଲ୍ ଉପରୁ ମୌଳିକ ସୀମା ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼

  4. 4. ବୁଣା ହୋଇଥିବା ଫ୍ୟାବ୍ରିକ୍ ଉପରେ ମୌଳିକ ସୀମା ଶୁଳ୍କ ୧୦ ପ୍ରତିଶତରୁ ୨୦ ପ୍ରତିଶତକୁ ସଂଶୋଧନ କରାଯାଇଛି। କେଜି ପିଛା ୧୧୫ ଟଙ୍କା କିମ୍ବା ଟିକସ ଯାହା ଅଧିକ ତାହା ଲାଗୁ ହେବ।

  5.  5.ଜାହାଜ ନିର୍ମାଣ ପାଇଁ କଞ୍ଚାମାଲ, ଉପକରଣ, କଞ୍ଜ୍ୟୁମେବଲ୍‌ ଓ ଯନ୍ତ୍ରାଂଶ ଉପରୁ ମୌଳିକ ସୀମ‌ା‌ ଶୁଳ୍କ ୧୦ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯାଇଛି। କ୍ୟାରିୟର ଗ୍ରେଡ୍‌ ଇଥରନେଟ୍‌ ସ୍ବିଚ୍‌ ଉପରେ ମୌଳିକ ସୀମା ଶୁଳ୍କ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି। ଜାହାଜ ଭାଙ୍ଗିବା ଉପରେ ମଧ୍ୟ ସେହି ନିଷ୍ପତ୍ତି ଲାଗୁ ହେବ।

  6. 6. ଫ୍ରୋଜେନ୍ ଫିସ୍ ପେଷ୍ଟ୍‌ ଉପରୁ ମୌଳିକ ସୀମା ଶୁଳ୍କ ୩୦%ରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ମାଛ ଖାଦ୍ୟରେ ବ୍ୟବହୃତ ଫିସ୍ ହାଇଡ୍ରୋଲାଇସେଟ୍‌ ଉପରୁ ମୌଳିକ ସୀମା ଶୁଳ୍କକୁ ୧୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।

  7. 7.ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଘୋଷଣା କରାଯାଇଛି। ଯାହାର ଲକ୍ଷ୍ୟ ହେଉଛି କୃଷି ଉତ୍ପାଦକତା ବଢ଼ାଇବା, ଫସଲର ବିବିଧକରଣ କରିବା ଏବଂ ନିରନ୍ତର କୃଷି ଅଭ୍ୟାସକୁ ପ୍ରୋତ୍ସାହିତ କରିବା। କୃଷି ବଜେଟ୍‌କୁ ୪ ପ୍ରତିଶତ ଅଧିକ ପାଣ୍ଠି ଦିଆଯାଇଛି।

  8. 8.ଡାଲି ମିସନ୍ ପାଇଁ ୧୦୦୦ କୋଟି, ପନିପରିବା ଏବଂ ଫଳ ମିସନ୍ ପାଇଁ ୫୦୦ କୋଟି, ମାଖନା ବୋର୍ଡ ପାଇଁ ୧୦୦ କୋଟି, ହାଇବ୍ରିଡ୍ ମଞ୍ଜି ମିସନ ପାଇଁ ୧୦୦ କୋଟି ଏବଂ କପା ପ୍ରଯୁକ୍ତି ମିସନ୍ ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

  9. 9.ଶିକ୍ଷା ଓ ଦକ୍ଷତା ବିକାଶର ଗୁରୁତ୍ବକୁ ବୁଝିପାରି ଦେଶରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ ସ୍ଥାପନ, ମେଡିକାଲ୍‌ ସିଟ୍‌ ସଂଖ୍ୟାରେ ୧୦ ହଜାର ବୃଦ୍ଧି, ପ୍ରତି ଜିଲ୍ଲା ଚିକିତ୍ସାଳୟରେ ଡେ କେୟାର କ୍ୟାନସର୍‌ ସେଣ୍ଟର୍‌ ଖୋଲାଯିବ ବୋଲି ଘୋଷଣା କରାଯାଇଛି।

  10. 10.କେନ୍ଦ୍ର ସରକାର ମୋଟ ବଜେଟ୍‌ ରାଶି ମଧ୍ୟରୁ ସର୍ବାଧିକ ବ୍ୟୟ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା ବା ପ୍ରକଳ୍ପ ବାବଦରେ ହେବ। ଏଥିପାଇଁ ୧୬ ଲକ୍ଷ ୨୧ ହଜାର ୮୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

  11. 11.ଆର୍ଥିକ ବର୍ଷ ୨୦୨୫-୨୬ରେ ରେଳବାଇକୁ ୨,୫୨,୨୦୦ କୋଟି ଟଙ୍କା ଦିଆଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ରେକର୍ଡ ୬.୮୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା କି ପୂର୍ବ ବର୍ଷ ତୁଳନାରେ ୯.୫୩% ଅଧିକ।

  12. 12.ସରକାର ଭାରତୀୟ ଡାକ ବିଭାଗକୁ ୧.୫ ଲକ୍ଷ ଗ୍ରାମୀଣ ଡାକଘର ସହିତ ଏକ ବୃହତ ଲଜିଷ୍ଟିକ୍ସ ସଂଗଠନରେ ପରିଣତ କରିବାକୁ ଯୋଜନା କରୁଛନ୍ତି।

  13. 13.ଜାନୁଆରି ୩୦ ତାରିଖ ରାତିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ସ୍ଥିତ ଏକ ଦେଶୀ ମଦଭାଟିରୁ ଡକାୟତମାନେ ୩.୫ କୋଟି ଟଙ୍କା ଲୁଟି ନେଇଥିଲେ। କିନ୍ତୁ ୨୪ ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲା ପୁଲିସ ଏହି ଲୁଟ୍‌ରେ ସମ୍ପୃକ୍ତ ୮ଜଣିଆ ଝାଡ଼ଖଣ୍ଡୀ ଡକାୟତ ଗ୍ୟାଙ୍ଗ୍‌କୁ ବାନ୍ଧିବା ସହ ସବୁତକ ଟଙ୍କା ଜବତ କରିବାରେ ସଫଳ ହୋଇଛି।

  14. 14.ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ଘୋଷଣା। ଏଣିକି ରେରା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ। ଏ ନେଇ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

  15. 15.୧୮ ଟନ ତମାଖୁପତ୍ର ବୋଝେଇ ଟ୍ରକ ଜବତ ହୋଇଥିବା ସୂଚନା ମିଳିଛି। ଆଇଟି ବିଭାଗ ପକ୍ଷରୁ ଜାତୀୟ ରାଜପଥ ୧୬ରେ ଚୋରା ଚାଲାଣବେଳେ ୧୮ ଟନ ତମାଖୁପତ୍ର ବୋଝେଇ ଟ୍ରକ ଜବତ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.