-
1.ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ବାର୍ଷିକ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକମାନଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ ବୋଲି ଘୋଷଣା କରିଛନ୍ତି।
-
2.ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଜଳ ଜୀବନ ମିଶନକୁ ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏହା ଗ୍ରାମୀଣ ଜନସଂଖ୍ୟାର ୧୦୦ ପ୍ରତିଶତକୁ ଅନ୍ତର୍ଭୁକ୍ତ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି।
-
3.ବଜେଟ୍ ରେ ଏଆଇ ସେଣ୍ଟରକୁ ପ୍ରୋତ୍ସାହନ ଦେବା ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
-
4.୨୦୨୫ ବଜେଟ ପୂର୍ବରୁ କମିପାରେ ପେଟ୍ରୋଲ-ଡିଜେଲ ଦର। ଏଥିପାଇଁ, ଉତ୍ପାଦ ଶୁଳ୍କ ହ୍ରାସ କରାଯାଇପାରେ। ବର୍ତ୍ତମାନ ପେଟ୍ରୋଲ ଉପରେ ୧୯.୯୦ ଟଙ୍କା ଏବଂ ଡିଜେଲ ଉପରେ ୧୫.୮୦ ଟଙ୍କା ଶୁଳ୍କ ଲାଗୁ ହେଉଛି।
-
5.ରିପୋର୍ଟରେ କୁହାଯାଇଛି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬.୩%ରୁ ୬.୮% ମଧ୍ୟରେ ରହିବ । ଏହା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ର ଆକଳନ ୬.୫% ଓ ବିଶ୍ବ ବ୍ୟାଙ୍କର ଆକଳନ ୬.୭% ସହ ମେଳ ଖାଉଛି ।
-
6.ନାସା ବୈଜ୍ଞାନିକମାନେ ପୃଥିବୀ ସହ ଧକ୍କା ହୋଇପାରୁଥିବା ଏକ ଗ୍ରହାଣୁର ଆବିଷ୍କାର କରିଛନ୍ତି। ଏନେଇ ସେମାନେ ସତର୍କ ସୂଚନା ଜାରି କରିଛନ୍ତି। ଏହି ଗ୍ରହାଣୁର ଚଉଡ଼ା ପ୍ରାୟ ୧୩୦ରୁ ୩୦୦ ଫୁଟ ହେବ ବୋଲି ଆକଳନ କରାଯାଇଛି।
-
7.ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ୧୦ ଜଣ ଏବଂ ନାରାୟଣପୁର ଜିଲ୍ଲାରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଲଗାତାର ପୁଲିସର ଚଢାଉରେ ନକ୍ସଲ ଏବେ ଭୟଭିତ ହୋଇ ସଂଗଠନ ଛାଡି ଆରମ୍ଭ କଲେଣି।
-
8.ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ଏହା ୬୪୦.୩ ବିଲିୟନ ଆମେରିକୀୟ ଡଲାର ଥିଲା । ସେହିପରି ସେପ୍ଟେମ୍ବର ୨୦୨୪ ସୁଦ୍ଧା ଥିବା ଭାରତର ୭୧୧.୮ ବିଲିୟନ ଆମେରିକୀୟ ଡଲାରର ବୈଦେଶିକ ଋଣ ରହିଥିଲା ।
-
9.ଅର୍ଥନୈତିକ ସର୍ଭେରେ ଅଟକଳ କରାଯାଇଛି ଯେ ୨୦୨୪ରେ ଖରିଫ ଶସ୍ୟ ଉତ୍ପାଦନ ୧୬୪୭.୦୫ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି)ରେ ପହଞ୍ଚିବ, ଯାହା ପୂର୍ବ ବର୍ଷ ତୁଳନାରେ ୮୯.୩୭ ଲକ୍ଷ ମେଟ୍ରିକ ଟନ୍ ଅଧିକ। ସମୀକ୍ଷା ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ବାର୍ଷିକ କୃଷି ଆୟ ୫.୨୩ ପ୍ରତିଶତ ବୃଦ୍ଧି ପାଇଛି।
-
10.ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ପୁଲିସ ଓ ଯଶିପୁର ଅବକାରୀ ବିଭାଗ ମିଳିତଭାବେ ଚଢ଼ାଉ କରି ୬୦ ଲକ୍ଷ ଟଙ୍କାର ଅଫିମ ଗଛ ନଷ୍ଟ କରିଛନ୍ତି। ସଂପୃକ୍ତ ଅଞ୍ଚଳରେ ଗଞ୍ଜେଇ ମାଫିଆ ଯେ ସକ୍ରିୟ ଅଛନ୍ତି, ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି।
-
11.ରାଜ୍ୟର ୧୩ଟି ଜିଲ୍ଲାରେ ଶୀତଳଭଣ୍ଡାର ନାହିଁ। କେନ୍ଦ୍ରାପଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଗୋଟିଏ ବି ହେଲେ ପ୍ରତିଷ୍ଠା ହୋଇନି। ୮ଟି ଜିଲ୍ଲା ଯଥା ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଗଜପତି, ରାୟଗଡ଼ା, କଳାହାଣ୍ଡିରେ ଶୀତଳଭଣ୍ଡାର ରହିଥିଲେ ମଧ୍ୟ ତାହା ଅଚଳ।
-
12.ରାଜ୍ୟରେ ଫେବ୍ରୁଆରି ୧ ତାରିଖ ଠାରୁ ଇ-ଡିଟେକ୍ସନ୍ ପ୍ରକ୍ରିୟାରେ ଯୋଡ଼ି ହେଉଛି ବୀମା। ମୋଟର ଯାନରେ ବୀମା ନ ଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଟୋଲ୍ ଗେଟରେ ଗାଡ଼ି ଚାଳକ ଧରାପଡ଼ିବେ ।
-
13.ଭୁବନେଶ୍ୱରର ସଂପ୍ରସାରଣ ପାଇଁ ଏକ ଆଉଟର୍ ରିଙ୍ଗ୍ ରୋଡ୍ର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ୧୪୮ କିଲୋମିଟର ବିଶିଷ୍ଟ ଏହି ରିଙ୍ଗ୍ ରୋଡ୍, ୬ ଲେନ୍ ହେବା ସହିତ ୨ଟି ସର୍ଭିସ୍ ରୋଡ୍ ମଧ୍ୟ ରହିବ।
-
14.ଗ୍ରାହକଙ୍କ ପାଇଁ ଖୁସି ଖବର। ବଜେଟ୍ ପୂର୍ବରୁ ଗ୍ୟାସ୍ କମିଯାଇଛି। ୧୯ କେଜି ଏଲ୍ପିଜି ସିଲିଣ୍ଡର ଦର ୭ ଟଙ୍କା କମିଛି। ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ୧୭୯୭ ଟଙ୍କାରେ ପହଞ୍ଚିଛି।
-
15.ଭାରତ ୨୦୨୫ରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ସେମିଫାଇନାଲରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଥିଲା।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.