• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି ଯେ ସେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷା ମଞ୍ଜୁରିକୁ ରଦ୍ଦ କରିବା ସହ ଗୋପନୀୟ ସୂଚନା ପାଇବା ଉପରେ ରୋକ୍ ଲଗାଇଛନ୍ତି।
  2. 2.ଆମେରିକାରୁ ଭାରତୀୟଙ୍କ ନିର୍ବାସନକୁ ନେଇ ବିବାଦ ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୨ ଓ ୧୩ ତାରିଖ ରେ ଦୁଇଦିନିଆ ଆମେରିକା ଗସ୍ତରେ ଯିବେ।

  3. 3. ବିଶ୍ବର ପ୍ରଭାବଶାଳୀ ପାସପୋର୍ଟ ତାଲିକାରେ ସିଙ୍ଗାପୁର ଶୀର୍ଷ ସ୍ଥାନରେ ରହିଛି। ଭାରତ ୮୦ତମ ସ୍ଥାନରେ ରହିଛି ବୋଲି ହେନଲେ ଆଣ୍ଡ୍‌ ପାର୍ଟନର୍ସର ସୂଚୀ ୨୦୨୫ରୁ ଜଣାଯାଇଛି। ଭାରତ ସମେତ ଆଲଜେରିଆ, ଇକ୍ବେଟୋରିଆଲ ଗିନି ଏବଂ ତାଜିକିସ୍ଥାନ ମଧ୍ୟ ୮୦ତମ ସ୍ଥାନରେ ରହିଛନ୍ତି।

  4. 4.ୟୁଟ୍ୟୁବର୍‌ ତଥା ଫାଇନାନ୍ସିଆଲ ଇନ‌ଫ୍ଲୁଏନସର୍‌ ଭାବେ ପରିଚିତ ଅସ୍ମିତା ପଟେଲଙ୍କ ବିରୋଧରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କାର୍ଯ୍ୟାନୁଷ୍ଠାନ ନେଇଛି। ଅଣପଞ୍ଜୀକୃତ ନିବେଶ ସେବା ପ୍ରଦାନରୁ ତାଙ୍କୁ ଏବଂ ତାଙ୍କର ଟ୍ରେଡିଂ ସ୍କୁଲକୁ ନିଷିଦ୍ଧ କରାଯାଇଛି।

  5. 5.ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଶା ସରକାର ଏକୀକୃତ ପେନ୍‌ସନ୍‌ ଯୋଜନା (ୟୁପିଏସ୍) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯେଉଁ କର୍ମଚାରୀ ଏନପିଏସ ବ୍ୟବସ୍ଥାରେ ପେନ୍‌ସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି।

  6. 6.ଉଦ୍ୟୋଗପତି ଗୌତମ ଅଦାନୀଙ୍କ ସାନ ପୁଅ ଜିତ୍‌ ଅଦାନୀ ଏବଂ ଦିଭା ଶାହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଅବସରରେ ଗୌତମ ଅଦାନୀ ୧୦ ହଜାର କୋଟି ଟଙ୍କା ଦାନ କରିଛନ୍ତି। ଦାନ ଅର୍ଥର ବଡ଼ ଅଂଶ ସ୍ବାସ୍ଥ୍ୟ, ଶିକ୍ଷା ଏବଂ କୌଶଳ ବିକାଶ କ୍ଷେତ୍ରରେ ଖର୍ଚ୍ଚ ହେବ।

  7. 7.୨୭ ବର୍ଷର ବ୍ୟବଧାନ ପରେ ବିଜେପି ଦିଲ୍ଲୀରେ ପୁଣି ଥରେ କ୍ଷମତା ହାସଲ କରିବାକୁ ସକ୍ଷମ ହୋଇଛି। ଦିଲ୍ଲୀ ବିଧାନସଭାର ୭୦ ଆସନରୁ ୪୮ ଆସନ ଦଖଲ କରି ବିଜେପି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଦୁର୍ଗ ଭୁଶୁଡ଼ାଇ ଦେଇଛି। 

  8. 8.ମାର୍କ ଜକରବର୍ଗଙ୍କ କମ୍ପାନି ମେଟା ଆସନ୍ତା ସପ୍ତାହରୁ ଏହାର ‌ଛଟେଇ ଆରମ୍ଭ କରିବ। କମ୍ପାନି ଯେଉଁ କର୍ମଚାରୀମାନଙ୍କୁ ଛଟେଇ କରିବ ସେମାନଙ୍କୁ ସୋମବାର ସକାଳୁ ଇମେଲ୍‌ ପଠାଇବ।

  9. 9.ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(ଭିଏସଏସୟୁଟି), ବୁର୍ଲାର ନୂଆ କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତି ମିଳିଛି। 

  10. 10ରାଜ୍ୟ କ୍ୟାବିନେଟ ନିଷ୍ପତି , ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବ।

  11. 11.ବୈତରଣୀ ଉପରେ କେନ୍ଦ୍ରାପଡା -ଚାନ୍ଦବାଲିକୁ ଏକ ନୂଆ ସେତୁ ହେବ ।

  12. 12.ଅନିମେଶ କୁଜୁର ଜାତୀୟ କ୍ରୀଡ଼ାରେ ପୁରୁଷ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଲେ ।

  13. 13.‘ମୋ ବସ’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ’ ହେବ,ଦୁର୍ଘଟଣା ରୋକିବାକୁ ବସର ଆଗରେ ଓ ପଛରେ କ୍ୟାମେରା ଲାଗିବ।

  14. 14. ଓ ସି ଏ ଓଡ଼ିଶାର ୬୦ ଜଣ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଦେବ ।

  15. 15.ଉତ୍ତରପ୍ରଦେଶ:ଅଯୋଧ୍ୟା ପରାଜୟର ମିଲକିପୁରରେ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ୬୧ ହଜାର ଭୋଟରେ ବିଜେପି ପ୍ରାର୍ଥୀ କଲେ ପରାଜିତ।

  16. 16.ଦିଲ୍ଲୀ ୩ ବିଧାନସଭା ନିର୍ବାଚନରେ ଦଳର ସାଂଘାତିକ ପରାଜୟ, ହେଲେ ବଢିଲା ଦଳର ଭୋଟ ହାର।

  17. 17.ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। କାଲକାଜି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଆତିଶୀ ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପି ପ୍ରାର୍ଥୀ ରମୋ ବିଧୁରିଙ୍କୁ ପରାଜିତ କରିଛନ୍ତି।

  18. 18.ଆର୍‌ବିଆଇ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ଘରୋଇ ଉତ୍ପାଦ (ଜିଡିପି) ୬.୬ ପ୍ରତିଶତ ଏବଂ ୨୦୨୬ ଆର୍ଥିକ ବର୍ଷ ପାଇଁ ୬.୭ ପ୍ରତିଶତ ରହିବ ବୋଲି ଆକଳନ କରିଥିବାବେଳେ ଭାରତ ୭ଧ କିମ୍ବା ତା’ଠାରୁ ଅଧିକ ଅଭିବୃଦ୍ଧି ହାର ହାସଲ କରିବ।

  19. 19.ଦୀର୍ଘ ୫ ବର୍ଷ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ କରିଛି। ଯାହା ଆଶା କରାଯାଉଥିଲା ଯେ, ସୁଧ ହାର ୨୫ ବେସିକ୍‌ ପଏଣ୍ଟ ହ୍ରାସ ହୋଇପାରେ, ତାହା ହିଁ ହୋଇଛି। ଫଳରେ ସୁଧ ହାର ୬.୨୫ %କୁ ହ୍ରାସ ପାଇଛି। ଏହି ହ୍ରାସ ପରେ ଗୃହ ଓ କାର୍‌ ଋଣ ଇଏମ୍‌ଆଇ ହ୍ରାସ ପାଇବ।

  20. 20.ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଗତ ଦୁଇ ମାସରେ ହୋଇଛି ୭୬ ଆକ୍ରମଣ ହୋଇଛି  କେନ୍ଦ୍ର ସରକାର ସୂଚନ ଦେଇଛନ୍ତି।

  21. 21.ରବିବାର ବାରବାଟୀ ଷ୍ଟାଡିୟମରେ ଚଳିତ ଦିନିକିଆ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ରହିଛି। ଭାରତ-ଇଂଲଣ୍ଡ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.