-
1.ଭାରତୀୟ ରିଜର୍ଭ ବ୍ୟାଙ୍କ ଏମ୍ପିସି ହାରକୁ ୨୫ ବେସିକ୍ ପଏଣ୍ଟ୍ ହ୍ରାସ କରିବା ପରେ ୬.୨୫% ରହିଛି ରେପୋ ରେଟ୍। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କର ଏହା ପ୍ରଥମ ନୀତି ବୈଠକ ଥିଲା। ୨୦୨୦ ମସିହା ପରଠାରୁ ରେପୋ ରେଟ୍ ପ୍ରଥମ ଥର ପାଇଁ ହ୍ରାସ ପାଇଛି।
-
2.୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅଣଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷମତା ହାସଲ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିର କରିଛନ୍ତି।
-
3.ଗିରଫ ବ୍ୟକ୍ତିଙ୍କୁ ଗିରଫ କରାଯିବାର କାରଣ ସମ୍ପର୍କରେ ଅବଗତ କରାଇବା ସମ୍ବିଧାନର ଧାରା ୨୨(୧) ଅନୁଯାୟୀ କେବଳ ଔପଚାରିକତା ନୁହେଁ ବରଂ ଏକ ବାଧ୍ୟତାମୂଳକ ସାମ୍ବିଧାନିକ ଆବଶ୍ୟକତା ବୋଲି ସୁପ୍ରିମ୍କୋର୍ଟ ଏକ ଐତିହାସିକ ରାୟରେ କହିଛନ୍ତି।
-
4.ନୂଆ ଆୟକର ବିଲ୍ ପ୍ରସ୍ତାବକୁ ମୋଦୀ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା କାର୍ଯ୍ୟକାରୀ ହେଲେ ଦେଶର ଟିକସ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଗତ ୧ତାରିଖରେ ଆଗତ ହୋଇଥିବା କେନ୍ଦ୍ର ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଆୟକର ଆଇନ ସଂପର୍କରେ ଘୋଷଣା କରିଥିଲେ।
-
5.ଏକ ନୂଆ ରେଳ ଡିଭିଜନ - ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ ଓ ଏହାର ମୁଖ୍ୟାଳୟ ରାୟଗଡ଼ାଠାରେ ରହିବ । ଏହି ଡିଭିଜନ ଅଧିନରେ କୋଟ୍ଟାଭାଲାସା - ବାଚେଲି, କୁନେରୁ - ଥେରୁବାଲି ଜେ.ଏନ୍., ସିଙ୍ଗାପୁର ରୋଡ୍ - କୋରାପୁଟ ଜନ୍ ଏବଂ ପାରଳାଖେମୁଣ୍ଡି - ଗୁଣପୁର ମଧ୍ୟରେ ଥିବା ସମସ୍ତ ଷ୍ଟେସନ ରହିବ । ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ ମଧ୍ୟ ମୋଦୀ କ୍ୟାବିନେଟ ଅନୁମୋଦନ କରିଛି ।
-
6.ଜିଏସ୍ଟି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଜରିଆରେ ୧୭ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ୩ ଧୂର୍ତ୍ତ ବନ୍ଧା ହୋଇଛନ୍ତି। ସେମାନେ ହେଲେ ମାଲିକ ମିଲନ୍ ଅଗ୍ରୱାଲ୍ ଓ ତାଙ୍କ ସଂସ୍ଥାର ୨ କର୍ମଚାରୀ ନିହାର ପଟ୍ଟନାୟକ ଓ ଅଭିଷେକ ପଟ୍ଟନାୟକ।
-
7. ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଫେବ୍ରୁଆରି ୭ରେ ନିଟ୍ ୟୁଜି ୨୦୨୫ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ନିଟ୍ ୟୁଜି ପରୀକ୍ଷା ମେ ୪ ତାରିଖ ଅପରାହ୍ନ ୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଧରି ଅନୁଷ୍ଠିତ ହେବ।
-
8.ଭାରତ ନୂଆଦିଲ୍ଲୀରେ ଅବସ୍ଥାପିତ ବାଂଲାଦେଶର ହାଇକମିସନର ମହମ୍ମଦ ନୁରୁଲ ଇସଲାମଙ୍କୁ ସମନ କରିଛି । ବାଂଲାଦେଶର ଆଭ୍ୟନ୍ତରୀଣ ସମସ୍ୟା ଲାଗି ଭାରତକୁ ଦାୟୀ କରାଯିବାକୁ ନେଇ ନୂଆଦିଲ୍ଲୀ ନିଜର ଅସନ୍ତୋଷ ଜଣାଇଛି।
-
9.ଅରବିନ୍ଦ କେଜରିୱାଲ ତାଙ୍କ ଏକ୍ସରେ ଲେଖିଛନ୍ତି, "ବାରମ୍ବାର ଅନୁରୋଧ ସତ୍ତ୍ୱେ, ନିର୍ବାଚନ କମିଶନ ଫର୍ମ ୧୭ସି ଏବଂ ପ୍ରତ୍ୟେକ ବିଧାନସଭାର ପ୍ରତ୍ୟେକ ବୁଥରେ ପଡ଼ିଥିବା ଭୋଟ ସଂଖ୍ୟା ଅପଲୋଡ କରିବାକୁ ମନା କରିଦେଇଛନ୍ତି।
-
10.ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଛନ୍ତି ଯେ ଆମେରିକା ଭାରତକୁ ୪୮୭ ଜଣ ସମ୍ଭାବ୍ୟ ଭାରତୀୟ ନାଗରିକଙ୍କ ବିଷୟରେ ଅବଗତ କରିଛି ଯେଉଁମାନଙ୍କୁ ଭାରତ ପଠାଇବାକୁ ଆଦେଶ ଜାରି କରାଯାଇଛି।
-
11.ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ ୨୦୨୨ରେ ଭାରତରେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଅତି କମ୍ରେ ୪୬୨ ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ଦେଶରେ ଦୈନିକ ୧୨୬୪ଟି ସଡ଼କ ଦୁର୍ଘଟଣା ଘଟୁଛି।
-
12.“ସନାତନୀ” ୨୨ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିବା ବେଳେ “ମିଶିରି” ୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି।
-
13.ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଛକ ଠାରେ ଟ୍ରାଫିକ ସହାୟତା କେନ୍ଦ୍ରର ଉଦଘାଟନ କରିବା କ୍ରମରେ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ଉଦଘାଟିତ ହୋଇଛି।
-
14.ଓଡ଼ିଶା ସିଭିଲ ସର୍ଭିସେସ(ଓସିଏସ)-୨୦୨୩ ପ୍ରାରମ୍ଭିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମୋଟ ୪୭୯୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେବା ସହିତ ସେମାନଙ୍କ ମଧ୍ୟରେ ୧୫୭୩ ଜଣ ମହିଳା ରହିଛନ୍ତି।
-
15.ସମ୍ପ୍ରତି ୩ ଫୁଟ ଉଚ୍ଚତା ଥିବା ୨୩ ବର୍ଷୀୟ ପାରା ଖେଳାଳି ଶେଖର ଚର୍ଚ୍ଚାର ପରିସରରେ ରହିଛନ୍ତି। ଉତ୍ତରପ୍ରଦେଶ ପାରା ଆଥଲେଟ୍ସ ଚାମ୍ପିଅନସିପରେ ଉଭୟ ଖେଳରେ ପାରା ଆଥଲେଟ୍ ଶେଖର ସ୍ୱର୍ଣ୍ଣ ପଦକ ଜିତି ତାଙ୍କ ପିତାମାତାଙ୍କ ପାଇଁ ଗୌରବ ଅର୍ଜନ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.