• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନ ୧୧ଟାରେ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ।
  2. 2.ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ପୁନର୍ବାର କ୍ଷମତାକୁ ଆସିବା ପରେ ବାଂଲାଦେଶକୁ ଏକ ବଡ଼ ଝଟକା ଲାଗିଛି। ଆମେରିକା ପ୍ରଶାସନ ବାଂଲାଦେଶକୁ ଲକ୍ଷ ଲକ୍ଷ ଡଲାରର ସହାୟତା ବନ୍ଦ କରିଦେଇଛି।

  3. 3.ଉତ୍ତରପ୍ରଦେଶର ନଏଡାସ୍ଥିତ ଶିବ ନାଡର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଦକ୍ଷ ମଲିକ୍‌ (୧୪) ଏକ କ୍ଷୁଦ୍ରଗ୍ରହ (ଆଷ୍ଟେରଏଡ୍‌)ର ଆବିଷ୍କାର କରିଛନ୍ତି, ଯାହାକୁ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସ୍ବୀକୃତି ମିଳିଛି।

  4. 4.ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ସମସ୍ତ UPI ଆପଗୁଡ଼ିକୁ ଟ୍ରାଞ୍ଜାକ୍ସନ ଆଇଡିରେ କେବଳ ଆଲଫାନ୍ୟୁମେରିକ (ଅକ୍ଷର ଏବଂ ସଂଖ୍ୟା) ଅକ୍ଷର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି। ଯଦି ଆପ୍ସ ଏହି ନିୟମ ପାଳନ କରନ୍ତି ନାହିଁ, ତେବେ ଫେବୃଆରୀ ୧, ୨୦୨୫ ପରେ ସେମାନଙ୍କର କାରବାର ପ୍ରତ୍ୟାଖ୍ୟାନ କରାଯିବ। NPCI ୯ ଜାନୁଆରୀ ୨୦୨୫ରେ ଏକ ସର୍କୁଲାର ଜାରି କରିଥିଲା।

  5. 5.ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ୮ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଓ ସହଯାତ୍ରୀ ବୁଚ୍‌ ଓ୍ବିଲମୋର ଗୁରୁବାର ପ୍ରଥମଥର ପାଇଁ ଆଇଏସ୍‌ଏସ୍‌ ବାହାରେ ସ୍ପେସ୍‌ଓ୍ବାକ୍‌ କରିଛନ୍ତି। ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ ପାଇଁ ଉଭୟେ ପୃଥିବୀରୁ ୪୨୦ କି.ମି. ଉଚ୍ଚରେ ପ୍ରାୟ ସାଢ଼େ ୬ ଘଣ୍ଟା ଧରି ସ୍ପେସ୍‌ଓ୍ବାକ୍‌ କରିଥିଲେ।

  6. 6.କୁକୁଡାଖଣ୍ଡି ଅଞ୍ଚଳରେ ରହୁଥିବା ଶିକ୍ଷକ ଦମ୍ପତି ସେମାନଙ୍କ ଠକେଇର ଶିକାର ହୋଇଛନ୍ତି। ସେମାନଙ୍କୁ ଡିଜିଟାଲ ଆରେଷ୍ଟର ଭୟ ଦେଖାଇ ୩୪ଲକ୍ଷ ୫୦ ହଜାର ଟଙ୍କା ନେଇଯାଇଛନ୍ତି

  7. 7.ଜଣେ ମହିଳାଙ୍କ ଦ୍ବାରା ହୋଇଥିବା ଏକ ଦୁଷ୍କର୍ମ ମାମଲାରେ କଂଗ୍ରେସ ସାଂସଦ ରାକେଶ ରାଠୋର ଉତ୍ତରପ୍ରଦେଶର ସୀତାପୁରରୁ ଗିରଫ ହୋଇଛନ୍ତି। 

  8. 8.ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ବାଜିମାତ୍‌ ହୋଇଛି। ଆପ୍‌-କଂଗ୍ରେସ ମେଣ୍ଟକୁ ୧୭ ଭୋଟ୍‌ ମିଳିଥିବାବେଳେ ବିଜେପିକୁ ୧୯ଟି ଭୋଟ୍‌ ମିଳିଛି। ଆପ୍‌ର ପ୍ରେମଲତାଙ୍କୁ ହରାଇ ବିଜେପି ପ୍ରାର୍ଥୀ ହରପ୍ରୀତ କୌର ବବ୍‌ଲା ବିଜୟୀ ହୋଇଛନ୍ତି। 

  9. 9.୬୪ ଜଣଙ୍କୁ ନେଇ ଯାଉଥିବା ଏକ ଆମେରିକୀୟ ଯାତ୍ରୀବାହୀ ବିମାନ ଗୁରୁବାର ସକାଳେ ୱାସିଂଟନ ନିକଟରେ ଏକ ସାମରିକ ହେଲିକପ୍ଟର ସହ ଧକ୍କା ହୋଇ ନିକଟସ୍ଥ ପୋଟୋମାକ୍ ନଦୀରେ ଖସିପଡ଼ିଛି। ଉଭୟ ଜେଟ୍‌ ଓ ହେଲିକପ୍ଟରରେ ଥିବା ସମସ୍ତ ୬୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

  10. 10.ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ ।

  11. 11.ବିପଦରେ ମହାବଳ। ପ୍ରତିଦିନ ଗୋଟିଏ ଯୋଡ଼ିଏ ବାଘଙ୍କ ଜୀବନ ଯାଉଛି। କେଉଁଠି ଅଭୟାରଣ୍ୟ ଭିତରେ ତ ଆଉ କେଉଁଠି ଅଭୟାରଣ୍ୟ ବାହାରେ। ୨୦୨୫ ଜାନୁଆରି ମାସର ୨୪ ଦିନ ମଧ୍ୟରେ ସାରା ଦେଶରେ ୨୨ଟି ମହାବଳଙ୍କ ଜୀବନ ଗଲାଣି। 

  12. 12.ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଦଳାଚକଟା ଯୋଗୁ ୩୦ଜଣଙ୍କର ମୃତ୍ୟୁ ଓ ୬୦ରୁ ଅଧିକ ‌ଲୋକ ଆହତ ହେବା ପରେ ରାଜ୍ୟ ସରକାର କୁମ୍ଭମେଳା ପାଇଁ ଚାଲିଥିବା ସ୍ବତନ୍ତ୍ର ବସ୍‌ ସେବାକୁ ସାମୟିକ ଭାବେ ବାତିଲ କରିଛନ୍ତି। 

  13. 13.ଫିକୋ ୧୪ଟି ଦେଶର ପ୍ରାୟ ୧୧,୦୦୦ ଗ୍ରାହକଙ୍କ ସହିତ ୧୦୦୦ ଭାରତୀୟଙ୍କ ଉପରେ ସର୍ଭେ କରିଥିଲା।୮ ଲକ୍ଷ ଟଙ୍କା ଅଧିକ ତାହା ପୂର୍ବ ବର୍ଷ ୨% ଥିବାବେଳେ ୨୦୨୪ରେ ୪%କୁ ବୃଦ୍ଧିପାଇଛି। ସେହିପରି ୫୦ ହଜାର ଟଙ୍କା ମଧ୍ୟରେ ଛୋଟ ଛୋଟ ଠକେଇ ୫୬ ପ୍ରତିଶତ ରହିଛି।

  14. 14.ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭରେ ଘଟିଥିବା ଦୁଃଖଦ ଘଟଣା ପରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି, ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି।

  15. 15.ରାଜ୍ୟ ସରକାରଙ୍କ ପକ୍ଷରୁ ଇ-କେୱାସି ଶେଷ ତାରିଖ ଅବଧି ବୃଦ୍ଧି କରାଯାଇଥିବା ନେଇ ସୂଚନା ମିଳିଛି। ଇ-କେୱାଇସି ଅପଡେଟ୍‌‌ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.